କିଏ ହେବେ ମୁଖ୍ୟମନ୍ତ୍ରୀ: ସିନ୍ଦେଙ୍କ ମନ୍ତବ୍ୟ ନେଇ ଆଲୋଡ଼ନ

Advertisment

ମହାୟୁତି ଓ ମହାବିକାଶ ଅଘାଡି ମଧ୍ୟରେ ନିର୍ବାଚନୀ ଲଢ଼େଇରେ ​​କିଏ ଜିତିବ ସେନେଇ ରାଜନୈତିକ ସ୍ଥିତି ସରଗରମ ରହିଛି। କାହାକୁ ଜନାଦେଶ ମିଳିବ? ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ମହାୟୁତି କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ସମ୍ପର୍କରେ ସିନ୍ଦେଙ୍କ ବିବୃତି ଏବେ ଭାଇରାଲ ହେଉଛି...

Updated On

ମହାୟୁତି ଓ ମହାବିକାଶ ଅଘାଡି ମଧ୍ୟରେ ନିର୍ବାଚନୀ ଲଢ଼େଇରେ ​​କିଏ ଜିତିବ ସେନେଇ ରାଜନୈତିକ ସ୍ଥିତି ସରଗରମ ରହିଛି। କାହାକୁ ଜନାଦେଶ ମିଳିବ? ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ମହାୟୁତି କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ସମ୍ପର୍କରେ ସିନ୍ଦେଙ୍କ ବିବୃତି ଏବେ ଭାଇରାଲ ହେଉଛି...

ଅଦ୍ୟତନ ହୋଇଛି
9amaoqp

ମୁମ୍ବାଇ:  ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ କେବେ ହେବ ସେନେଇ କୌଣସି ଘୋଷଣ‌ା  ହୋଇନାହିଁ। ତେବେ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମହାରାଷ୍ଟ୍ରର ମହାୟୁତି ଏବଂ ମହାବିକାଶ ଅଘାଡି ମଧ୍ୟରେ ହେବାକୁ ଥିବା ପ୍ରତ୍ୟକ୍ଷ ନିର୍ବାଚନୀ ଲଢ଼େଇରେ ​​କିଏ ଜିତିବ ସେନେଇ ରାଜ୍ୟର ରାଜନୈତିକ ସ୍ଥିତି ସରଗରମ ରହିଛି।

ଜନସାଧାରଣ କାହାକୁ  ଜନାଦେଶ ଦେବେ? ସେନେଇ ରାଜନୈତିକସ୍ତରରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଯଦି ମହାୟୁତି କ୍ଷମତାକୁ ଆସେ ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ସମ୍ପର୍କରେ ଏକନାଥ ସିନ୍ଦେଙ୍କ ଏକ ବିବୃତି ଏବେ ଭାଇରାଲ ହେଉଛି।

ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ନେଇ ବିଜେପି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପି ମଧ୍ୟରେ ଆଲୋଚନା ଚାଲିଛି। ମହାୟୁତି ମେଣ୍ଟରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ପ୍ରଶ୍ନ ଉଙ୍କି ମାରିଛି।ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଧବାର  କହିଛନ୍ତି ମୁଁ କ’ଣ ପାଇବି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଆମେ କେବଳ ଭାବୁଛୁ ମହାରାଷ୍ଟ୍ରର ଲୋକମାନେ କ’ଣ ପାଇବେ।

ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ପ୍ରଶ୍ନ ନେଇ ଏକନାଥ ସିନ୍ଦେ କହିଛନ୍ତି, ଅନ୍ୟ ଲୋକମାନେ ମୋ ପଦବୀ ବିଷୟରେ କଥାବାର୍ତ୍ତା କରନ୍ତି। ପଦବୀ କେତେ ଦିନ ରହିଥାଏ? ଏହା ପଦବୀର ବିଷୟ ନୁହେଁ। ଆମେ ଏକ ଦଳ ଭାବରେ କାର୍ଯ୍ୟ କରୁଛୁ। ଆମେ ଏକ ଦଳ ଭାବରେ କାର୍ଯ୍ୟ କରିବୁ। ଏହା ଜାରି ରହିବ। ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ଆମେ ଏକ ବୃହତ ମିଳିତ ସରକାର ଗଠନ କରିବୁ।

ଏକ ଘରୋଇ ଚ୍ୟାନେଲର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଏକ ପ୍ରଶ୍ନର ଉତ୍ତରରେ ସିନ୍ଦେ କହିଛନ୍ତି, ଗତକାଲି ମୁଁ ଜଣେ କର୍ମୀଭାବରେ କାର୍ଯ୍ୟ କରୁଥିଲି, ଆଜି ବି ମୁଁ ଜଣେ କର୍ମୀଭାବରେ କାର୍ଯ୍ୟ କରୁଛି। ଆସନ୍ତାକାଲି ମଧ୍ୟ ମୁଁ ଜଣେ କର୍ମୀଭାବରେ କାମ କରିବି।

 ଆମେ କ’ଣ ପାଇବୁ କେବେ ଭାବି ନ ଥିଲୁ। ଆଜି ଲୋକଙ୍କ ଇଚ୍ଛା ଯୋଗୁଁ ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଛି। ଜନସାଧାରଣ ମହାୟୁତିକୁ ସଂଖ୍ୟାଗରିଷ୍ଠତା ଦେବେ, ଆମେ ଏକ ଦଳ ଭାବରେ କାର୍ଯ୍ୟ କରିବୁ।

ସେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି  କହିଛନ୍ତି ଆମେ କିଛି ଆଣିବାକୁ ଦିଲ୍ଲୀ ଯାଉଛୁ, ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା, ମୋତେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯାଉନାହୁଁ। ଆମେ ମହାରାଷ୍ଟ୍ରର ବିକାଶ ପାଇଁ ଦିଲ୍ଲୀ ଯାଉଛୁ। କେନ୍ଦ୍ର ଏବଂ ରାଜ୍ୟରେ ସମାନ ଚିନ୍ତାଧାରା ଥିବା ସରକାର ଥିଲେ ଏହା ଜନସାଧାରଣଙ୍କ ପାଇଁ ଲାଭଦାୟକ ହୋଇଥାଏ। ଅନେକ ପ୍ରକଳ୍ପ ରାଜ୍ୟକୁ ଆସିଛି।ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରାଯାଉଛି।

ସୂଚନାଯୋଗ୍ୟ, ଜୁନ୍ ୨୦୨୨ରେ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଶିବସେନାରେ ବିଦ୍ରୋହ ପରେ ଏକନାଥ ସିନ୍ଦେ ବିଜେପି ସହିତ ମିଶି ସରକାର ଗଠନ କରିଥିଲେ। ପରେ ଏନସିପି ଭାଙ୍ଗି ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଶ୍ନ ହେଉଛି ଯଦି ମହାୟୁତି ନିର୍ବାଚନରେ ​​ଜିତେ ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ।

ବିଜେପିର ନିଜସ୍ୱ ଦାବି ରହିଛି ଏବଂ ଅଜିତ ପାୱାର ଅନେକ ଥର ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେଣୁ ସ୍ଥିତି‌ ନେଇ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe