ରାମନାଥ ଠାକୁର ହେବେ କି ଭାରତର ଉପ-ରାଷ୍ଟ୍ରପତି ? ନାଁକୁ ନେଇ ବଢିଲା ଚର୍ଚ୍ଚା.. ଜାଣନ୍ତୁ ରାମନାଥ ଠାକୁର କିଏ ?

New Project (4)

ନୂଆଦିଲ୍ଲୀ: ଉପ-ରାଷ୍ଟ୍ରପତି ପଦରୁ ଧନଖଡ଼ଙ୍କ ଇସ୍ତଫା ଏବଂ ପରବର୍ତ୍ତୀ ଘଟଣାକ୍ରମ ଏବେ ଚାରିଆଡେ ଚର୍ଚ୍ଚା । ଇତି ମଧ୍ୟରେ ନୂଆ ଉପରାଷ୍ଟ୍ରପତି ଚୟନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ଏବଂ ଏଥିସହ ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି । ହେଲେ ସବୁଠୁ ବଡ଼ ପ୍ରଶ୍ନ କିଏ ହେବେ ଭାରତର ନୂଆ ଉପ-ରାଷ୍ଟ୍ରପତି ? ଏ ପ୍ରଶ୍ନ ଯେତେବେଳେ ଉଠିଛି ସେତେବେଳେ ସାମ୍ନାକୁ ଆସିଛି କିଛି ନାଁ । 

ରାମନାଥ ଠାକୁରଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା

ବୁଧବାର ରାମନାଥ ଠାକୁରଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଉ ଏହାପରେ ଚର୍ଚ୍ଚା ଆରମ୍ଭ ହୋଇଛି ବିଜେପି ତାଙ୍କୁ ଉପ-ରାଷ୍ଟ୍ରପତି ଆସନରେ ବସାଇପାରେ । ରାମନାଥ ଠାକୁର ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ପୁଅ, ଯିଏକି ପଛୁଆ ଜାତିରୁ ଆସୁଛନ୍ତି । ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ କର୍ପୂରୀ ଠାକୁରଙ୍କୁ ଉପ-ରାଷ୍ଟ୍ରପତି ଆସନରେ ବସାଇ, ଦଳ ବଡ଼ ଗେମ୍ ଖେଳିବାକୁ ଲକ୍ଷ୍ୟ ରଖିଛି ।  ନଡ୍ଡାଙ୍କ ସହ ସାକ୍ଷାତକାର ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି ।

କାହିଁକି ଉଠିଲା ରାମନାଥ ଠାକୁରଙ୍କ ନାଁ ?

ରାମନାଥ ଠାକୁର ବିହାରରୁ ହୋଇଥିବାରୁ ସେଠାରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଥିବାରୁ ତାକୁ ଲକ୍ଷ୍ୟ ରଖି ତାଙ୍କ ନାଁ ଚର୍ଚ୍ଚା ହେଇଛି । କେନ୍ଦ୍ରରେ ମଧ୍ୟ ଜେଡିୟୁ ଏବଂ ବିଜେପିର ମେଣ୍ଟ ବହୁତ ଜରୁରୀ । ରାମନାଥ ଠାକୁରଙ୍କ ନାଁ ଦେଇ ଏନଡିଏ ଜେଡିୟୁକୁ ସନ୍ତୁଷ୍ଟ କରିପାରିବ। ରାମନାଥ ଠାକୁରଙ୍କର ଏକ ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ନିଷ୍କଳଙ୍କ ଛବି ରହିଛି । ଯାହା ଦ୍ବାରା ବିରୋଧୀ ଦଳ ରାମନାଥ ଠାକୁରଙ୍କୁ ବିରୋଧ କରିବାକୁ ସୁଯୋଗ ପାଇବେନି । ଏହା ବ୍ୟତୀତ, ରାମନାଥ ଠାକୁର ଅତ୍ୟନ୍ତ ପଛୁଆ ବର୍ଗରୁ ଆସିଛନ୍ତି ଯାହାର ବିହାରରେ ଏକ ବଡଡ ଜନସଂଖ୍ୟା ଅଛି। ଏହି ଦୃଷ୍ଟିରୁ ରାମନାଥଙ୍କ ନାଁ ଚର୍ଚ୍ଚାରେ । 

ଚର୍ଚ୍ଚାରେ ଥିଲା ନୀତୀଶଙ୍କ ନାଁ 

ପୂର୍ବରୁ ନୀତୀଶଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । ବିହାରରେ ଆଗକୁ ନିର୍ବାଚନ ଥିବାରୁ ରାଜନୀତି ପାଣିପାଗ ଗରମ ଅଛି । କଂଗ୍ରେସ ଏବଂ ବିରୋଧୀ ମହାଗଠବନ୍ଧନ ଏନଡିଏ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରୁଥିବା ବେଳେ ନୀତୀଶଙ୍କ ବୟସ ନେଇ ମଧ୍ଯ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏଥର ବୟସ୍କ ନୀତୀଶ ନୁହଁ ବରଂ ରାଜ୍ୟୃବାସୀ ଆଉ ଜଣେ ଚେହେରା ଚାହୁଥିବା ଚର୍ଚ୍ଚା ହେଉଛି । ନୀତୀଶଙ୍କ କାର୍ଯ୍ଯଶୈଳୀ ବି ଅସନ୍ତୋଷର କାରଣ ସାଜିଥିବାରୁ ଏଥର ନୀତୀଶଙ୍କୁ ଉପରାଷ୍ଟ୍ରପତି କରାଇ ବିହାରକୁ ସରପ୍ରାଇଜ ଦେଇପାରେ ବିଜେପି ଆଉ ପୁଣିଥରେ ବିହାରରେ କମାଣ କଷିବାକୁ ଯୋଜନା ଚାଲିଥିବା କୁହାଯାଉଛି ।

ତେବେ ନୀତୀଶଙ୍କର ଉଭୟ କେନ୍ଦ୍ର ଏବଂ ରାଜ୍ୟ ରାଜନୀତିରେ ଗଭୀର ଅଭିଜ୍ଞତା ରହିଛି । ୨୦ ବର୍ଷ କାଳ ମୁଖ୍ୟମନ୍ତ୍ରୀ ଭାବେ ବିହାରର ସେବା କରୁଥିବା ନୀତୀଶ ଦେଶର ଜଣେ ଅନୁଭବୀ ନେତା । ଏହି ଦୃଷ୍ଟିରୁ ସେ ଏହି ପଦ ଠିକ୍ ଭାବେ ତୁଲାଇ ପାରିବେ ବୋଲି ଆଶା ରଖି ତାଙ୍କ ନାଁ ଉପରେ ବିଜେପି ଆସ୍ଥା ପ୍ରକଟ କରୁଥିବା ଚର୍ଚ୍ଚା ହେଉଥିଲା ମାତ୍ର ଏବେ ନୀତୀଶଙ୍କ ନାଁ ଭୁଲି ରାମନାଥଙ୍କ ନାଁ ଚର୍ଚ୍ଚାରେ..

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe