ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଅସ୍ପଷ୍ଟ ଜନମତ: ସରକାର ଗଢ଼ିବା ନେଇ ବିଜେପି, କଂଗ୍ରେସର ଉଦ୍ୟମ ଆରମ୍ଭ

ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଅସ୍ପଷ୍ଟ ଜନମତ: ସରକାର ଗଢ଼ିବା ନେଇ ବିଜେପି, କଂଗ୍ରେସର ଉଦ୍ୟମ ଆରମ୍ଭ

ଭୋପାଳ:  ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷିତ ହେଉଛି। ବର୍ତ୍ତମାନ ସୁଦ୍ଧା ଭୋଟ ଗଣତିର ଯେଉଁ ଆଗୁଆ ସୂଚନା ମିଳୁଛି, ସେଥିରେ  ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ସେଠାରେ ଦୀର୍ଘ ୧୩ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେପି ଓ ରମଣ ସିଂହଙ୍କୁ ଜନତା ଏହି ନିର୍ବାଚନରେ ଅସ୍ୱୀକାର କରିଛନ୍ତି।

ସେହିପରି କଂଗ୍ରେସକୁ ମିଜୋରାମ୍‌ରେ ବଡ଼ ଝଟକା ଲାଗିଛି। ସେଠାରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥାନାଓ୍ଵାଲା ନିଜେ ପରାସ୍ତ ହେବା ସହିତ ଏମଏନଏଫ ପାଇଁ ସରକାର ଗଠନ ନିମନ୍ତେ ରାସ୍ତା ପରିସ୍କାର କରି ଦେଇଛନ୍ତି। ଅପରପକ୍ଷେ ତେଲେଙ୍ଗାନାରେ  ପ୍ରସ୍ତାବିତ ମହାମେଣ୍ଟକୁ ବଡ଼ ଝଟକା ଲାଗିଛି। ସେଠାରେ ଟିଡ଼ିପି ଓ କଂଗ୍ରେସ ମେଣ୍ଟକୁ  ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବଡ଼ ଧକ୍କା ଦେଇଛନ୍ତି।  ବର୍ତ୍ତମାନ ସୁଦ୍ଧା ମିଳୁଥିବା ସୂଚନା ଅନୁଯାୟୀ, ତେଲେଙ୍ଗାନାର କେ ଚନ୍ଦ୍ରଶେଖର ରାଓ ପୂର୍ଣ୍ଣ ବହୁମତ ସହିତ ପୁଣି କ୍ଷମତାସୀନ ହେବାକୁ ଯାଉଛନ୍ତି।

publive-imageସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଲୋକେ ନାଁ ବିଜେପି କିମ୍ବା କଂଗ୍ରେସ କାହାରିକୁ ପୂର୍ଣ୍ଣ ବହୁମତ ଦେଇନାହାନ୍ତି। ଉଭୟ ରାଜ୍ୟରେ ପୂର୍ବରୁ ବିଜେପି ସରକାର ଥିବା ବେଳେ ବ୍ୟବସ୍ଥା ବିରୋଧୀ ଭୋଟ୍‌କୁ ସାଉଣ୍ଟିବାରେ  କଂଗ୍ରେସ ଦଳ ସମ୍ପୂର୍ଣ୍ଣ ସଫଳ ହୋଇ ପାରି ନ ଥିବା କୁହାଯାଉଛି। ଏଭଳି ପରିସ୍ଥିତିରେ ଉଭୟ ରାଜ୍ୟରେ ସରକାର ଗଠନ ପାଇଁ ବିଜେପି ଓ କଂଗ୍ରେସ ଦଳ ନିଜ ନିଜ କର୍ମକର୍ତ୍ତାମାନଙ୍କ ସହିତ ବୈଠକ କରିବା ସହିତ ନିର୍ଦର୍ଳୀୟ ଓ ଛୋଟ ଦଳର ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ସହିତ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି।

ମଧ୍ୟପ୍ରଦେଶରେ ବିଜେପି ୧୦୯ରେ ଅାଗୁଅା ଥିବା ବେଳେ କଂଗ୍ରେସ ୧୦୮ ରେ ଅାଗୁଅା ରହିଛି। ଦୁଇ ଦଳ ମଧ୍ୟରେ କଡା ଟକ୍କର ଚାଲିଛି। ସେହିପରି ରାଜସ୍ଥାନରେ ବିଜେପି ୭୬ ରେ ଅାଗୁଅା ଥିବା ବେଳେ କଂଗ୍ରେସ ୯୮ରେ ଅାଗୁଅା ରହିଛି। ଏଠାରେ ମଧ୍ୟ ବିଜେପି ଓ କଂଗ୍ରେସ ଭିତରେ ବଡ଼ ଦୂରତ୍ବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe