NCP: ଫେବ୍ରୁଆରି ମଧ୍ୟଭାଗରେ ଏନ୍‌ସିପି ମିଶ୍ରଣ ! ମୁଖ୍ୟ ହେବା ଦୌଡ଼ରେ ଚାରି ନେତା

Advertisment

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ମୁଖ୍ୟ ଅଜିତ ପାୱାରଙ୍କ ଆକସ୍ମିକ ମୃତ୍ୟୁ ପରେ ଏବେ ଏନ୍‌ସିପି ଦଳରେ ନେତୃତ୍ବ ସଙ୍କଟ ଦେଖାଦେଇଛି। ଦଳର ମଙ୍ଗ କିଏ ଧରିବେ ତାକୁ ନେଇ ଆଲୋଚନା‌, ପର୍ଯ୍ୟାଲୋଚନା ଜାରି ରହିଛି

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ମୁଖ୍ୟ ଅଜିତ ପାୱାରଙ୍କ ଆକସ୍ମିକ ମୃତ୍ୟୁ ପରେ ଏବେ ଏନ୍‌ସିପି ଦଳରେ ନେତୃତ୍ବ ସଙ୍କଟ ଦେଖାଦେଇଛି। ଦଳର ମଙ୍ଗ କିଏ ଧରିବେ ତାକୁ ନେଇ ଆଲୋଚନା‌, ପର୍ଯ୍ୟାଲୋଚନା ଜାରି ରହିଛି

New Project (6)

NCP Photograph: (sambad.in)

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ମୁଖ୍ୟ ଅଜିତ ପାୱାରଙ୍କ ଆକସ୍ମିକ ମୃତ୍ୟୁ ପରେ ଏବେ ଏନ୍‌ସିପି ଦଳରେ ନେତୃତ୍ବ ସଙ୍କଟ ଦେଖାଦେଇଛି। ଦଳର ମଙ୍ଗ କିଏ ଧରିବେ ତାକୁ ନେଇ ଆଲୋଚନା‌, ପର୍ଯ୍ୟାଲୋଚନା ଜାରି ରହିଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ପୁଣି ସୂଚନା ମିଳିଛି ଯେ, ଏନ୍‌ସିପିର ୨ ଗୋ‌ଷ୍ଠୀ ଫେବ୍ରୁଆରି ମଧ୍ୟଭାଗରେ ମିଶ୍ରିତ ହେବ ଏବଂ ଏହି ମିଶ୍ରଣ ପର୍ବ ସଂକ୍ରାନ୍ତରେ ଖୁବ୍‌ଶୀଘ୍ର ଔପଚାରିକ ଘୋଷଣା କରାଯିବ।

ଏନ୍‌ସିପିର ଉଭୟ ‌ଗୋଷ୍ଠୀର ବରିଷ୍ଠ ନେତାମାନେ କହିଛନ୍ତି, ନିଜେ ଅଜିତ ପାୱାର ମିଶ୍ରଣ ପାଇଁ ବାଟ ଫିଟାଇ ଦେଇଛନ୍ତି। ଗତ ଡିସେମ୍ବର ଓ ଚଳିତ ଜାନୁଆରିରେ ଅଜିତ ଏନେଇ ତାଙ୍କ କାକା ଶରଦ ପାୱାରଙ୍କ ସହ ଅନେକ ବୈଠକ କରିଥିଲେ। ମହାରାଷ୍ଟ୍ରରେ ପୌର ନିର୍ବାଚନ ‌ଶେଷ ହେବା ପରେ ଦୁଇ ନେତା ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହି ମିଶ୍ରଣକୁ ଔପଚାରିକ ଭାବେ ଘୋଷଣା କରିଥାନ୍ତେ। ମିଳିଥିବା ସୂଚନାନୁଯାୟୀ ୨ ଗୋଷ୍ଠୀର ନେତାମାନେ ଆସନ୍ତା ସପ୍ତାହରେ ଏକାଠି ବସି ଉକ୍ତ ମିଶ୍ରଣ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନେ‌ବେ। 

ତେବେ ଜାଣିବାକୁ ମିଳିଛି ଯେ, ଅଜିତ ପାୱାରଙ୍କ ଏନ୍‌ସିପି ଦଳର କିଛି ନେତା ମଧ୍ୟ ତୁରନ୍ତ ଏନ୍‌ସିପି (ଏସ୍‌ପି) ସହ ମିଶ୍ରଣ ଚାହୁନାହାନ୍ତି। ସେମାନେ ବିଶ୍ବାସ କରୁଛନ୍ତି ଯେ, କେବଳ ରାଜନୈତିକ ଫାଇଦା ପାଇଁ ଏସବୁ କରାଯାଉଛି। କିନ୍ତୁ ଶରଦ ପାୱାରଙ୍କ ଗୋଷ୍ଠୀର ନେତାମାନେ ତୁରନ୍ତ ଏନ୍‌ସିପି-ଏନ୍‌ସିପି (ଏସ୍‌ପି) ମିଶ୍ରଣ ଚାହୁଛନ୍ତି। ତେବେ ଏହି ମିଶ୍ରଣ ପ୍ରକ୍ରିୟାରେ ସୁନେତ୍ରା ପାୱାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ଶରଦ ପାୱାରଙ୍କ ବାଦ୍‌ ଅନ୍ୟ ୩ ଜଣ ଏହି ମିଶ୍ରିତ ଏନ୍‌ସିପିର ମୁଖ୍ୟ ଦୌଡ଼ରେ ରହିପାରନ୍ତି। ସେମାନେ ହେଉଛନ୍ତି ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର, ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲ। ସୁନେତ୍ରାଙ୍କୁ ଦଳର ମୁଖ୍ୟ କରିବାପାଇଁ ଏନ୍‌ସିପି ନେତାମାନେ ଦାବି କରିଛନ୍ତି। ତେବେ ଯଦି ରାଜନୈତିକ ବିଚାରବିମର୍ଶ ପରେ ସୁନେତ୍ରାଙ୍କୁ ଏହି ପଦ ନ ମିଳେ ତେବେ ତାଙ୍କ ପଛକୁ ପ୍ରଫୁଲ୍ଲ ପଟେଲ ଏନ୍‌ସିପିର ମୁଖ୍ୟ ହୋଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe