ଦୁର୍ଘଟଣା ପରେ ପୀଡ଼ିତଙ୍କୁ ଡାକ୍ତରଖାନା ନେବାକୁ ପଛଘୁଞ୍ଚା ଦେଲା ପୁଲିସ

Advertisment
ଦୁର୍ଘଟଣା ପରେ ପୀଡ଼ିତଙ୍କୁ ଡାକ୍ତରଖାନା ନେବାକୁ ପଛଘୁଞ୍ଚା ଦେଲା ପୁଲିସ

ବେଙ୍ଗାଲୁରୁ: ଦୁର୍ଘଟଣା ପରେ ପୀଡ଼ିତଙ୍କୁ ଡାକ୍ତରଖାନା ନେବାକୁ ପଛଘୁଞ୍ଚା ଦେଲା ପୁଲିସ। ଭାଇରାଲ ହେଲା ଭିଡିଓ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆହତ ହୋଇ ଯୁବକ ରାସ୍ତାରେ ପଡ଼ିଛନ୍ତି। ଏହା ଦେଖି ଡାକ୍ତରଖାନା ନେବା ପରିବର୍ତ୍ତେ ଡାକ୍ତରଖାନା କିଏ ନେବ ବୋଲି ପ୍ରଶ୍ନ କରୁଛନ୍ତି ପୁଲିସକର୍ମୀ। ଶେଷରେ ଉପସ୍ଥିତ ଲୋକେ ପୀଡ଼ିତଙ୍କୁ ଡାକ୍ତରଖାନା ନେଇଥିବ‌ା ଜଣାପଡ଼ିଛି। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ବେଙ୍ଗାଲୁରୁ ପୁଲିସକୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଶ୍ରୀନଗରର ବାସିନ୍ଦା ରାହୁଲ ବେଙ୍ଗାଲୁରୁରେ ରହି ଚାକିରି କରୁଥିଲେ। ନିଜ ସାଙ୍ଗକୁ ଭେଟି ଘରକୁ ଫେରୁଥିବା ବେଳେ ହମ୍ପରେ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କ କାନରୁ ରକ୍ତ ବାହାରିଥିଲା। ଦୁର୍ଘଟଣା ପରେ ପୁଲିସକର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ରାହୁଲଙ୍କୁ କିଏ ଡାକ୍ତରଖାନା ନେବ, ସେନେଇ ବିତର୍କ କରିିଥିଲେ। ଏହା ସହ ଆମ୍ବୁଲାନ୍ସକୁ ଅପେକ୍ଷା କରିବାକୁ କହିଥିଲେ। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଶେଷରେ ଦୁର୍ଘଟଣା ସମୟରେ ଉପସ୍ଥିତ ଥିବା ଲୋକେ ରାହୁଲଙ୍କୁ ଡାକ୍ତରଖାନା ନେଇଥିଲେ। ଏବେ ଶେଷାଦ୍ରିପୁରମରେ ରାହୁଲଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe