Image Courtesy of India Today
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ବିଦ୍ରୂପ କରି ଶୁକ୍ରବାର ଦିନ ‘ଟେଲ୍ସା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ୍ ମସ୍କ୍ ୨୦୦୪ ମସିହାର ଚଳଚ୍ଚିତ୍ର ‘ଆଙ୍କର୍ମ୍ୟାନ୍: ଦି ଲେଜେଣ୍ଡ୍ ଅଫ୍ ରୋନ୍ ବର୍ଗୁଣ୍ଡି’ର ଗୋଟିଏ ଦୃଶ୍ୟ ସେୟାର୍ କରିଛନ୍ତି। ପରିଚୟୋକ୍ତି ଭାବେ ଦୃଶ୍ୟ ତଳକୁ ସେ ଲେଖିଛନ୍ତି: ‘ଟେଲିପ୍ରମ୍ପ୍ଟର୍’କୁ ଅକ୍ତିଆର କରିପାରୁଥିବା ଲୋକ ହିଁ ପ୍ରକୃତ ରାଷ୍ଟ୍ରପତି।
ପ୍ରାପ୍ତ ସୂଚନା ଅନୁସାରେ, ଟେଲିଭିଜନ୍ରେ ପ୍ରସାରିତ ଏକ ଭାଷଣ ପାଠ କରିବା ବେଳେ ରାଷ୍ଟ୍ରପତି ବାଇଡେନ୍ ଭୁଲ୍କ୍ରମେ ‘ଟେଲିପ୍ରିଣ୍ଟର୍’ରେ ଲେଖାଯାଇଥିବା ନିର୍ଦେଶାବଳିକୁ ପଢ଼ି ପକାଇଥିବାରୁ ତାଙ୍କୁ ସମାଲୋଚନା କରି ମସ୍କ୍ ଏଭଳି ଲେଖିଛନ୍ତି।
Image Courtesy of News18ମସ୍କ୍ ସେୟାର୍ କରିଥିବା ଉକ୍ତ ଦୃଶ୍ୟଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ‘ଟେଲିପ୍ରମ୍ପ୍ଟର୍’ ତ୍ରୁଟି ଯୋଗୁଁ ଉକ୍ତ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ନିଜ ନାଁ ପଢ଼ି ପକାଉଛନ୍ତି। ସେ କହୁଛନ୍ତି, ଶେଷରେ ଆପଣ ‘ଟେଲିପ୍ରିଣ୍ଟର୍’ରେ ଯାହା ଉଲ୍ଲେଖ କରିବେ ବର୍ଗଗୁଣ୍ଡି ତାହା ପଢ଼ିବେ।
ସେହି ଭଳି ବାଇଡେନ୍ ମଧ୍ୟ ଭୁଲ୍କ୍ରମେ କହୁଛନ୍ତି, ଉଦ୍ଧୃତି ଶେଷ, ବାକ୍ୟର ପୁନଃରାବୃତ୍ତି କର। ଏବେ ବାଇଡେନ୍ଙ୍କ ଏହି ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଚାଲିଛି।
ସୂଚନାଯୋଗ୍ୟ, ବହୁ ଦଶନ୍ଧି ପୂର୍ବର ଗର୍ଭପାତ ଅଧିକାର ଆଇନ ସମ୍ମତ ବୋଲି ‘ରୋ ଭର୍ସେସ୍ ୱେଡ୍’ ମାମଲାର ରାୟକୁ ରଦ୍ଦ କରି ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମ୍ କୋର୍ଟ ଦେଇଥିବା ଯୁଗାନ୍ତକାରୀ ରାୟକୁ ପ୍ରତିରୋଧ କରିବା ଲାଗି ଗ୍ରହଣ କରାଯାଇଥିବା ନୂଆ ପଦକ୍ଷେପ ସମ୍ପର୍କରେ ଘୋଷଣା କରୁଥିବା ବେଳେ ବାଇଡେନ୍ ଉପରୋକ୍ତ ଭୁଲ୍ କରି ପକାଇଥିଲେ।
Follow Us