Image Courtesy of Business Today
ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀ ଏବଂ ଇନ୍ଧନ ଦର ଦ୍ରୁତ ବୃଦ୍ଧି ଯୋଗୁଁ ମେ’ ମାସରେ ‘ହୋଲ୍ସେଲ୍ ପ୍ରାଇସ୍ ଇଣ୍ଡେକ୍ସ୍ ଇନ୍ଫ୍ଲାସନ୍’ (ପାଇକାରୀ ଦର ସୂଚକାଙ୍କ ମୁଦ୍ରସ୍ଫୀତି) ୧୫.୯%କୁ ବୃଦ୍ଧି ପାଇବାରୁ ଉତ୍କଟ ଆର୍ଥିକ ବୋଝ ସମ୍ଭାଳି ଆର୍ଥିକ ସୁଧାର ନିମନ୍ତେ ଉଦ୍ୟମ କରୁଥିବା ସରକାରୀ କର୍ତ୍ତୃପକ୍ଷଙ୍କ ପାଇଁ ଆହ୍ବାନ ସାଜିଛି।
ମଙ୍ଗଳବାର ଦିନ ‘ଡିପାର୍ଟମେଣ୍ଟ୍ ଫର୍ ପ୍ରମୋସନ୍ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ୍ ଇଣ୍ଟର୍ନାଲ୍ ଟ୍ରେଡ୍’ (ଡିପିଆଇଆଇଟି) ରିଲିଜ୍ କରିଥିବା ତଥ୍ୟ ଅନୁସାରେ, ‘ହୋଲ୍ସେଲ୍ ପ୍ରାଇସ୍ ଇଣ୍ଡେକ୍ସ୍’ଦ୍ବାରା (ଡବ୍ଲୁପିଆଇ) ଆକଳନ କରାଯାଉଥିବା ମୁଦ୍ରାସ୍ଫୀତି ୧୫.୯%କୁ ବୃଦ୍ଧି ପାଇଛି। ଗତ ଏପ୍ରିଲ୍ ମାସରେ ମୁଦ୍ରାସ୍ଫୀତି ହାର ୧୩.୧% ରେକର୍ଡ କରାଯାଇଥିଲା। ସେହିପରି, ୨୦୨୧ ମେ ମାସରେ ମୁଦ୍ରାସ୍ଫୀତି ୧୩.୧% ରେକର୍ଡ କରାଯାଇଥିଲା।
ନୂଆ ସିରିଜ୍ରେ (୨୦୧୧-୧୨) ଏହା ହେଉଛି ସର୍ବୋଚ୍ଚ ମୁଦ୍ରାସ୍ଫୀତି। ଏହାପୂର୍ବରୁ ୧୯୯୯ ସେପ୍ଟେମ୍ବର୍ ମାସରେ ସର୍ବୋଚ୍ଚ ମୁଦ୍ରାସ୍ଫୀତି୧୬% ରେକର୍ଡ କରାଯାଇଥିଲା। ଅପରିବର୍ତ୍ତିତ ଆର୍ଥିକ ଚାପ ଉପରେ ଗୁରୁତ୍ବାରୋପ କରି କ୍ରମାଗତ ୧୪ ମାସ ହେଲା ‘ଡବ୍ଲୁପିଆଇ’ ୨ ଅଙ୍କବିଶିଷ୍ଟ ରହିଆସୁଛି।
Image Courtesy of The Hinduସରକାରୀ ବିବୃତି ଅନୁସାରେ, ଗତ ବର୍ଷର ଉପରୋକ୍ତ ମାସଗୁଡ଼ିକ ତୁଳନାରେ ଖଣିଜ ତୈଳ, ଅଶୋଧିତ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ, ଖାଦ୍ୟ ସାମଗ୍ରୀ, ମୌଳିକ ଧାତୁ, ଅଣ-ଖାଦ୍ୟ ସାମଗ୍ରୀ, ରାସାୟନିକ ଏବଂ ରାସାୟନିକ ଉତ୍ପାଦ ଏବଂ ଖାଦ୍ୟ ଉତ୍ପାଦ ସବୁର ମୂଲ୍ୟ ବୃଦ୍ଧି ଯୋଗୁଁ ୨୦୨୨ ମେ’ରେ ମୁଦ୍ରାସ୍ଫୀତି ହାର ଉଚ୍ଚ ରହିଲା।
ମଙ୍ଗଳବାର ଦିନ ରିଲିଜ୍ ହୋଇଥିବା ତଥ୍ୟାବଳିରୁ ଜଣାପଡ଼ିଛି ଯେ, ୨୦୧୯ରେ ଖାଦ୍ୟ ମୁଦ୍ରାସ୍ଫୀତି ସର୍ବୋଚ୍ଚ ୧୧.୨% ରେକର୍ଡ କରାଯାଇଥିବା ବେଳେ ୨୦୨୨ ମେ’ରେ ୧୦.୯% ରେକର୍ଡ କରାଯାଇଛି। ପନିପରିବା କ୍ଷେତ୍ରରେ ମୁଦ୍ରାସ୍ଫୀତି ଦ୍ରୁତ ବୃଦ୍ଧି ପାଇ ୫୬.୪% ହୋଇଯାଇଛି। ମୁଦ୍ରାସ୍ଫୀତି ଆଳୁ ଉପରେ ୨୪.୮%, ଇନ୍ଧନ ଓ ଶକ୍ତି ଉପରେ ୪୦.୬% ଏବଂ ଉତ୍ପାଦନ ସାମଗ୍ରୀ ଉପରେ ୧୦.୧% ରେକର୍ଡ କରାଯାଇଛି।
Follow Us