ମହାରାଷ୍ଟ୍ର ନିର୍ବାଚନ : କିଏ ମୁଖ୍ୟମନ୍ତ୍ରୀ ଚେହେରା ?

ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ତେବେ ଉଭୟ ମହାଯୁତି ଓ ମହାବିକାଶ ଅଘାଡି ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହାକୁ ନେଇ ସ୍ଥିତି ଏବେ ବି ଅସ୍ପଷ୍ଟ ରହିଛି । 

WFWER

ମୁମ୍ବାଇ: ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ତେବେ ଉଭୟ ମହାଯୁତି ଓ ମହାବିକାଶ ଅଘାଡି ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହାକୁ ନେଇ ସ୍ଥିତି ଏବେ ବି ଅସ୍ପଷ୍ଟ ରହିଛି । 

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏମଭିଏର ମୁଖ୍ୟମନ୍ତ୍ରୀ ଚେହେରା  କିଏ ହେବ, ତା ଉପରେ ଏକ ପ୍ରଶ୍ନର ଉତ୍ତରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ କହିଛନ୍ତି ଯେ ଏହି ନିର୍ବାଚନ ବିରୋଧୀ ମେଣ୍ଟ ଏବଂ ଶାସକ ମହାୟୁତିଙ୍କ ମଧ୍ୟରେ ଲଢ଼େଇ ହେବ। ସେ କହିଛନ୍ତି ଯେ ମହାୟୁତି ମେଣ୍ଟ ନିଜର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରୁ, ଏମଭିଏ ମଧ୍ୟ ନିଜର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବ । 

ମହାଯୁତି ମେଣ୍ଟରେ ଏଥର ପୁଣି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରାଯିବା କିମ୍ବା ଦେବେନ୍ଦ୍ର ଫଡନବୀଶ ହେବେ ତାହାକୁ ନେଇ ଏବେ ବି ସହମତି ହୋଇଥିବା ପରି ଲାଗୁନାହିଁ । ଅନ୍ୟପକ୍ଷରେ ଏମଭିଏ ମେଣ୍ଟରେ ବି ସମାନ ସ୍ଥିତି ରହିଛି । ମେଣ୍ଟ ପକ୍ଷରୁ ପୁଣି ଥରେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରାଯିବ ଅଥବା ଆଉ ଏକ ନୂଆ ଚେହେରାଙ୍କୁ ଉପସ୍ଥାପନ କରାଯିବ ତାହାକୁ ନେଇ ଏବେ ବି ମତଭେଦ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe