ନୂଆ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚୟନ ଲାଗି ବିଜେପିରେ ବିଚାରବିମର୍ଷ ଜାରି

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ବିଜେପି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀଙ୍କ ଉପରେ ବିଚାର କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଖୁବଶୀଘ୍ର ବିଧାୟକ ଦଳର ବୈଠକ ଡକାଯିବ। ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଥିବାରୁ ଏହି ଦୌଡ଼ରେ ପ୍ରବେଶ ବର୍ମା ଆଗୁଆ ଅଛନ୍ତି ।

bjp flag

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ବିଜେପି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀଙ୍କ ଉପରେ ବିଚାର କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଖୁବଶୀଘ୍ର ବିଧାୟକ ଦଳର ବୈଠକ ଡକାଯିବ। ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଥିବାରୁ ଏହି ଦୌଡ଼ରେ ଅଗ୍ରଣୀ ନାମ ପ୍ରବେଶ ବର୍ମା ବୋଲି ସୂତ୍ରରୁ ଜଣାପଡ଼ିଛି।

ଯଦି ବିଜେପି ଶିଖ ଚେହେରାକୁ ପ୍ରୋତ୍ସାହନ ଦିଏ ତେବେ ମନଜିନ୍ଦର ସିଂ ସିରସାଙ୍କ ନାମ ସାମ୍ନାକୁ ଆସିପାରେ । ସୂଚନା ଅନୁଯାୟୀ, ପୂର୍ବାଂଚଳ ସହ ଯୋଗାଯୋଗ ପାଇଁ କପିଲ ମିଶ୍ରଙ୍କୁ ମନ୍ତ୍ରୀ କରାଯାଇପାରେ । ବିଜେପି ମଧ୍ୟ ଦିଲ୍ଲୀ ସରକାରରେ ଜଣେ ମହିଳା ନେତ୍ରୀଙ୍କୁ ସାମିଲ କରିବା ଉପରେ ବିଚାର କରୁଛି, ଯାହା ରେଖା ଗୁପ୍ତାଙ୍କ ପାଇଁ ଏକ ସୁଯୋଗ ହୋଇପାରେ । ସେପଟେ ବୀରେନ୍ଦ୍ର ସଚଦେବଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟ ବିଜେପିର ସିରିଜ୍ ବୈଠକ ଜାରି ରହିବ।

ଗତ କାଲି କେନ୍ଦ୍ରମନ୍ତ୍ରୀ ହରିଦୀପ ସିଂ ପୁରୀ କହିଥିଲେ ଯେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ସଂପର୍କରେ କହିଥିଲେ ଯେ ସେ ସଂପର୍କରେ ଦଳୀୟ ନେତୃତ୍ବ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ତେବେ ସେ ଆହୁରି ମଧ୍ୟ କହିଥିଲେ ଯେ ଏ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଧ୍ୟାନ ଦିଆନଯାଉ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe