କିଏ ହେବ ହେଜବୁଲ୍ଲାର ନୂଆ ମୁଖ୍ୟ?

ନସରଲ୍ଲାର ମୃତ୍ୟୁ ପରେ ଏବେ ହେଜବୁଲ୍ଲାକୁ କିଏ ନିଜ ଅକ୍ତିଆରକୁ ନେବ? ଏହି ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ନସରଲ୍ଲାଙ୍କ ସମ୍ପର୍କୀୟ ଭାଇ ହସେମ ସଫିଦ୍ଦିନ। ଆକ୍ରମଣ ସମୟରେ ସଫିଉଦ୍ଦିନ ହିଜବୁଲ୍ଲା ମୁଖ୍ୟାଳୟରେ ମଧ୍ୟ ଉପସ୍ଥିତ ଥିଲା ବୋଲି କୁହାଯାଉଛି।

hezbollah1

ବେରୁତ: ନସରଲ୍ଲାର ମୃତ୍ୟୁ ପରେ ଏବେ ହେଜବୁଲ୍ଲାକୁ କିଏ ନିଜ ଅକ୍ତିଆରକୁ ନେବ? ଏହି ଦୌଡ଼ରେ ସବୁଠାରୁ ଆଗରେ ଅଛି ନସରଲ୍ଲାଙ୍କ ସମ୍ପର୍କୀୟ ଭାଇ ହସେମ ସଫିଦ୍ଦିନ। ଆକ୍ରମଣ ସମୟରେ ସଫିଉଦ୍ଦିନ ହିଜବୁଲ୍ଲା ମୁଖ୍ୟାଳୟରେ ମଧ୍ୟ ଉପସ୍ଥିତ ଥିଲା ବୋଲି କୁହାଯାଉଛି। କିନ୍ତୁ ଏହି ଆକ୍ରମଣରୁ ସେ ବର୍ତ୍ତି ଯାଇଥିବା ଅନୁମାନ କରାଯାଉଛି।

ଗତ ତିନି ଦଶନ୍ଧି ଧରି ହାସେମ୍ ସଫିଦ୍ଦିନ ହିଜବୁଲ୍ଲାରେ ଜଣେ ପ୍ରମୁଖ ଖେଳାଳି ଭୂମିକାରେ ଅଭିନୟ କରି ଆସୁଛନ୍ତି। ସଂଗଠନର ପରିଚାଳନା ଏବଂ ଆର୍ଥିକ ଦାୟିତ୍ୱ ସେ ତୁଲାଉଥିବା ବେଳେ ରଣନୀତିକ ନିଷ୍ପତ୍ତି ନସରଲ୍ଲା ନେଇଥିଲେ। ୨୦୧୭ରେ ଆମେରିକା ହାସେମଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲା

କେମିତି ଥିଲା ଇସ୍ରାଏଲର ଘାତକ ଆକ୍ରମଣ ?
୮୦ ଟନ୍ ବାରୁଦ, ୬୦ରୁ ଅଧିକ ବଙ୍କର ବଷ୍ଟର ବୋମା ଏବଂ ସଠିକ ସୂଚନା, ତିନୋଟିର ମିଶ୍ରଣ ଏତେ ସଠିକ ଥିଲା ଯେ ହେଜବୁଲ୍ଲାର ମୁଖ୍ୟ ହାସନ ନସରଲ୍ଲା, ଯିଏ କି ତାଙ୍କ ସବୁଠାରୁ ଶକ୍ତିଶାଳୀ ଦୁର୍ଗରେ ଭୂମିଠାରୁ ୫୦ ଫୁଟ ତଳେ ଥିଲେ,  କିନ୍ତୁ ବଞ୍ଚି ପାରିନଥିଲେ ଏବଂ ଇସ୍ରାଏଲର ଆକ୍ରମଣରେ ନିହତ ହୋଇଥିଲେ। ଗତ କିଛି ମାସ ଧରି ଇସ୍ରାଏଲ ପାଖରେ ନସରଲ୍ଲା ସମ୍ପର୍କରେ ସୂଚନା ଥିଲା ଏବଂ ହିଜବୁଲ୍ଲା ମୁଖ୍ୟ ତାଙ୍କ ସ୍ଥାନ ପରିବର୍ତ୍ତନ କରିନଥିଲେ, ତେଣୁ ଏକ ସପ୍ତାହ ପୂର୍ବରୁ ଅପରେସନ ନ୍ୟୁ ଅର୍ଡର ଯୋଜନା କରାଯାଇଥିଲା ଏବଂ ଶୁକ୍ରବାର ଇସ୍ରାଏଲ ସେନା ମଧ୍ୟପ୍ରାଚ୍ୟ ଏସିଆର ସବୁଠାରୁ ବଡ ଆତଙ୍କବାଦୀଙ୍କୁ ନିପାତ କରିଥିଲା । ମାତ୍ର ୧୦ ଦିନ ଭିତରେ ଇସ୍ରାଏଲ ହିଜବୁଲ୍ଲାର ସମ୍ପୂର୍ଣ୍ଣ ଚେନ୍ ଅଫ୍ କମାଣ୍ଡକୁ ଶେଷ କରିଦେଇଛି।

ମାତ୍ର ୧୧ ସେକେଣ୍ଡରେ ଇସ୍ରାଏଲ କିପରି ହିଜବୁଲ୍ଲାର ସବୁଠାରୁ ବଡ ଆତଙ୍କବାଦୀକୁ ନିପାତ କଲା ତାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ୧୧ ସେକେଣ୍ଡରେ ୯ଟି ବିସ୍ଫୋରଣ ହୋଇଥିଲା ଏବଂ ମଧ୍ୟପ୍ରାଚ୍ୟରେ ଆତଙ୍କବାଦର ସବୁଠାରୁ ବଡ଼ ନାମ ହାସନ ନସରଲ୍ଲା ନିପାତ ହୋଇଥିଲା। ତାଙ୍କୁ ନିପାତ କରିବା ପାଇଁ ଇସ୍ରାଏଲ ଏକ ବଙ୍କର ବଷ୍ଟର ବୋମା ପକାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe