ଧୁବ୍ରି ଜିଲ୍ଲା ପରିଷଦ୍‌ ‘ସିଇଓ’ଙ୍କ ଘରୁ ନଗଦ ୨.୩୨ କୋଟି ଟଙ୍କା ଜବତ: କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ହିମନ୍ତ

ଧୁବ୍ରି ଜିଲ୍ଲା ପରିଷଦ୍‌ ‘ସିଇଓ’ଙ୍କ ଘରୁ ନଗଦ ୨.୩୨ କୋଟି ଟଙ୍କା ଜବତ: କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ହିମନ୍ତ

Image Courtesy of Zee News

ଗୌହାଟି: ଲାଞ୍ଚ ଗ୍ରହଣ କରୁଥିବା ଅଭିଯୋଗରେ ଧୁବ୍ରି ଜିଲ୍ଲା ପରିଷଦ୍‌ର ‘ଚିଫ୍‌ ଏକ୍ଜିକ୍ୟୁଟିଭ୍‌ ଅଫିସର୍‌’ (ସିଇଓ) ଏବଂ ତାଙ୍କ ସହକାରୀ ‘ଡିଷ୍ଟ୍ରିକ୍ଟ୍‌ ପ୍ରୋଗ୍ରାମ୍‌ ମ୍ୟାନେଜର୍‌’ଙ୍କୁ (ଏଡିପିଏମ୍‌) ଆସାମ ‘ଡାଇରେକ୍ଟୋରେଟ୍‌ ଅଫ୍‌ ଭିଜିଲାନ୍‌ସ୍ ଆଣ୍ଡ୍‌ ଆଣ୍ଟି-କରପ୍‌ସନ୍‌’ (ଡିଭିଏସି) ଧରିଥିବା କଥା ଟୁଇଟ୍‌ କରି ‘ଡିଭିଏସି’ ସୂଚନା ଦେଇଛି।

‘ସିଇଓ’ଙ୍କ ଆଦେଶକ୍ରମେ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ‘ଏଡିପିଏମ୍‌’ ମୃଣାଳକାନ୍ତି ସର୍କାର୍‌ଙ୍କୁ ଧୁବ୍ରି ଜିଲ୍ଲା ପରିଷଦ୍‌ର ‘ସିଇଓ’ଙ୍କ ଅଫିସ୍‌ ରୁମ୍‌ରୁ ଗିରଫ କରାଯାଇଛି। ତାଙ୍କୁ ଧରିବା ପାଇଁ ଆସାମ ପୁଲିସର ‘ଡିଭିଏସି’ କୌଶଳ କରିଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ପୁଲିସ କହିଛି, ତାଙ୍କ ସହିତ ଧୁବ୍ରି ଜିଲ୍ଲା ପରିଷଦ୍‌ର ‘ସିଇଓ’ ବିଶ୍ବଜିତ ଗୋସ୍ବାମୀଙ୍କୁ ମଧ୍ୟ ଗିରଫ କରାଯାଇଛି। କାରଣ, ସେ ମୃଣାଳକାନ୍ତି ସର୍କାରଙ୍କ ଜରିଆରେ ଲାଞ୍ଚ ଗ୍ରହଣ କରୁଥିଲେ। ଏହାଛଡ଼ା, ବିଶ୍ବଜିତ ଗୋସ୍ବାମୀଙ୍କ ବାସଭବନ ଚଢ଼ଉ କରିବା ବେଳେ ନଗଦ ୨,୩୨,୮୫,୩୦୦ କୋଟି ଟଙ୍କା ମଧ୍ୟ ଉଦ୍ଧାର କରାଯାଇଛି।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ‘ଡିଭିଏସି’କୁ ପ୍ରଶଂସା କରି କହିଛନ୍ତି, ଭଲ ହୋଇଛି! ‘ଡାଇରେକ୍ଟୋରେଟ୍‌ ଅଫ୍‌ ଭିଜିଲାନ୍‌ସ୍ ଆଣ୍ଡ୍‌ ଆଣ୍ଟି-କରପ୍‌ସନ୍‌ ଆଣ୍ଡ୍‌ ଭିଜିଲାନ୍ସ୍‌’ ସଫଳତାର ସହ ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରଖିଛି। ଫଳରେ ୨୦୨୧ ମେ ୧୦ ତାରିଖରୁ ୧୧୭ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରାଯାଇପାରିଛି। ଏହି ଭଳି ଦୃଢ଼ତା ଓ ସାମର୍ଥ୍ୟ ବଳରେ ପ୍ରଶାସନରୁ ଦୁର୍ନୀତି ଉଚ୍ଛେଦ ଉଦ୍ୟମ ଜାରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe