ନୂଆଦିଲ୍ଲୀ : ଦେଶର ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କ କାର୍ଯ୍ୟକାଳ ଫେବ୍ରୁଆରି ୧୮ରେ ଶେଷ ହେଉଛି। ଅର୍ଥାତ ମଙ୍ଗଳବାର ସେ ଅବସର ନେବେ । ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର କିଏ ହେବେ ତାହାକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି । ତେବେ ଏହାର ଉତ୍ତର ଆଜି ସଂଧ୍ୟାସୁଦ୍ଧା ମିଳିବାର ସମ୍ଭାବନା ରହିଛି ।
ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଚୟନ କମିଟିର ବୈଠକ ହେବାକୁ ଯାଉଥିବାବେଳେ ସେଥିରେ ନୂଆ ମୁଖ୍ୟ ନିର୍ବାଚନ କମିଶସନରଙ୍କ ନାମ ଚୂଡ଼ାନ୍ତ ହେବ। ଏହି ତିନି ଜଣିଆ କମିଟିରେ ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ରହିଛନ୍ତି। ବୈଠକ ପରେ ଚୟନ କମିଟି ପକ୍ଷରୁ ପ୍ରସ୍ତାବିତ ନାମକୁ ଅନୁମୋଦନ କରାଯାଇ ଘୋଷଣା କରାଯିବ।
କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତ୍ତମାନ ବରିଷ୍ଠତମ ନିର୍ବାଚନ କମିସନର ଥିବା ଗ୍ୟାନେଶ କୁମାର ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିସନର ହୋଇପାରନ୍ତି । ରାଜୀବ କୁମାରଙ୍କ ଅବସର ପରେ ବରିଷ୍ଠତା ଭିତ୍ତିରେ ଗ୍ୟାନେଶ ସର୍ବାଗ୍ରେ ଅଛନ୍ତି ।
Follow Us