ହୁ’ର ବଳକା କୋଭିଡ୍ ମୃତ୍ୟୁ ରିପୋର୍ଟ: ଭାରତରେ ଟିକା ବେପାର କରିବାରୁ ବଞ୍ଚିତ ଫାର୍ମା କମ୍ପାନିଙ୍କ ଷଡ଼ଯନ୍ତ୍ର ସନ୍ଦେହ

Advertisment

ଭାରତ ବିରୋଧରେ ‘ହୁ’କୁ ପ୍ରଭାବିତ କରିଛନ୍ତି

ଭାରତ ବିରୋଧରେ ‘ହୁ’କୁ ପ୍ରଭାବିତ କରିଛନ୍ତି

ହୁ’ର ବଳକା କୋଭିଡ୍ ମୃତ୍ୟୁ ରିପୋର୍ଟ: ଭାରତରେ ଟିକା ବେପାର କରିବାରୁ ବଞ୍ଚିତ ଫାର୍ମା କମ୍ପାନିଙ୍କ ଷଡ଼ଯନ୍ତ୍ର ସନ୍ଦେହ

Image Courtesy of India Today

ନୂଆଦିଲ୍ଲୀ: ଜାନୁଆରି ୨୦୨୦ରୁ ଡିସେମ୍ବର ୨୦୨୧ ଭିତରେ ଭାରତରେ ୪.୮ ଲକ୍ଷ ଲୋକ କୋଭିଡ୍‌ରେ ମରିଛନ୍ତି ବୋଲି ଭାରତ ସରକାର ରିପୋର୍ଟ ଦେଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏକ ରିପୋର୍ଟରେ କହିଥିଲା ଯେ ବାସ୍ତବ ମୃତ୍ୟୁସଂଖ୍ୟା ଏହାର ୧୦ ଗୁଣ ଅର୍ଥାତ୍ ୪.୭ ନିୟୁତ। ହୁ ଭାରତର କୋଭିଡ୍‌ ମୃତ୍ୟୁ ସଂଖ୍ୟାକୁ ଏତେ ‌ବଢ଼େଇ ରିପୋର୍ଟ ଦେବା ପଛରେ ବିଶ୍ବର ବଡ଼ ବଡ଼ ଫାର୍ମା କମ୍ପାନିଙ୍କ ହାତ ଅଛି ବୋଲି ଭାରତ ସନ୍ଦେହ କରୁଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯେଉଁସବୁ ବିଦେଶୀ ଫାର୍ମା କମ୍ପାନିଙ୍କୁ ଭାରତୀୟ କୋଭିଡ୍‌-ବିରୋଧୀ ଟିକା ବଜାରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା, ସେମାନେ ହୁ ରିପୋର୍ଟକୁ ପ୍ରଭାବିତ କରିଥାଇ ପାରନ୍ତି: ଏଥିପାଇଁ ଭାରତରେ ସରକାରୀ ରିପୋର୍ଟଠାରୁ ୧୦ ଗୁଣା ଅଧିକ ଲୋକ ମରିଛନ୍ତି ବୋଲି ଦର୍ଶାଇବା ପାଇଁ ତ୍ରୁଟିପୂର୍ଣ୍ଣ ପଦ୍ଧତିର ଅନୁସରଣ କରାଯାଇଛି ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe