neha singh Photograph: (Sambad.in)
ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ନେଇ ଜୋରଦାର ପ୍ରଚାର ଜାରି ରହିଛି। ରାଜନୈତିକ ଦଳମାନେ ପୂର୍ଣ୍ଣ ଶକ୍ତି ସହିତ ନିଜର ପ୍ରଚାର କରୁଛନ୍ତି। ଦିଲ୍ଲୀର ବିଧାନସଭା ନିର୍ବାଚନରେ ​​ଦେଶର ତିନି ପ୍ରମୁଖ ଦଳ ମୁହାଁମୁହିଁ ହୋଇଛନ୍ତି।
ଲୋକଗୀତ ଗାୟକ ନେହା ସିଂ ରାଠୋର ବିଜେପି-କଂଗ୍ରେସ ଏବଂ ଏଏପି ମଧ୍ୟରେ ଏହି ତ୍ରିକୋଣୀୟ ଲଢ଼େଇରେ ପ୍ରବେଶ କରିଛନ୍ତି। ବିହାରରେ ଗୀତ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳଙ୍କୁ ବ୍ୟଙ୍ଗାତ୍ମକ ଶୈଳୀରେ ସମାଲୋଚନା କରିଥିବା ନେହା ସିଂ ବର୍ତ୍ତମାନ ଦିଲ୍ଲୀରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ ଯେ, ନେହା ସିଂ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଲୋକଗୀତ ମାଧ୍ୟମରେ ଜନସାଧାରଣଙ୍କ ପ୍ରସଙ୍ଗ ଉଠାଉଛନ୍ତି। ଏଥର ମଧ୍ୟ ତାଙ୍କ ଲକ୍ଷ୍ୟ ହେଉଛି ଶାସକ ଦଳ ଆମ୍ ଆଦମୀ ପାର୍ଟି। ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଦିଲ୍ଲୀର ମଦ ସ୍କାମ ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବ୍ୟଙ୍ଗାତ୍ମକ ଶୈଳୀରେ ନିଜ ଗୀତରେ ଗୁରୁତ୍ବପ୍ରଦାନ କରିଛନ୍ତି।
ନେହା ସିଂ ରାଠୋରଙ୍କ ଗୀତକୁ କଂଗ୍ରେସ ଦଳ ନିଜର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସେୟାର କରିଛି। ଯେଉଁଥିରେ ନେହା ସିଂ ରାଠୋର ଗାଉଛନ୍ତି ‘ଝାଡୁ କି ସରକାର ୱା, ଦାରୁ କାରବାର ୱା, ମହାଘୋଟାଲେ ମେ ସାତ୍ ମନ୍ତ୍ରୀମଣ୍ଡଳ ଗିରଫତାର୍…ଦିଲ୍ଲୀ ମେ କା ବା’। ନେହା ସିଂ ରାଠୋରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଗୀତରେ ନେହା ସିଂ ଅରବିନ୍ଦ କେଜ୍ରିୱାଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ତେବେ, ନାମକୁ ସିଧାସଳଖ ନ କହି ଚୌକିଦାର ଶବ୍ଦ ଉଲ୍ଲେଖ କରିଛନ୍ତି। ଏହା ବ୍ୟତୀତ ଦିଲ୍ଲୀର ମଦ ଦୁର୍ନୀତି, ଶିଶ୍ ମହଲ ବିବାଦ, ଯମୁନା ସଫେଇ, ଲୋକପାଲ ବିଲ୍ ଭଳି ଅନେକ ପ୍ରସଙ୍ଗ ଏହି ଗୀତରେ ଉଲ୍ଲେଖ କରାଯାଇଛି।
ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ଜନ୍ମ ଅଧିକାର ନାଗରିକତା ଆଇନକୁ ନେଇ ଆତଙ୍କିତ ଆମେରିକୀୟ: ସମୟ ପୂର୍ବରୁ ପ୍ରସବ ପାଇଁ ହସ୍ପିଟାଲରେ ଭିଡ଼
୧୦ବର୍ଷ ପରେ, ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ସରକାର ବିରୋଧୀ ଲହରର ସମ୍ମୁଖୀନ ହୋଇଛି। ବିଜେପି ଏହାର ଫାଇଦା ନେବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର ବିଧାନସଭା ନିର୍ବାଚନରେ ବିଜେପି ପରାଜୟର ସମ୍ମୁଖୀନ ହୋଇଛି। ଏହା ବ୍ୟତୀତ ଅନ୍ୟ ରାଜ୍ୟରେ ବିଜେପିର ନିର୍ବାଚନ ଗଣିତ ସଫଳ ହୋଇଛି। ଏହି ଦୃଷ୍ଟିକୋଣରୁ ଏଥର ନିର୍ବାଚନ ମଧ୍ୟ ସ୍ୱତନ୍ତ୍ର ହେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତି।
ସୂଚନାଯୋଗ୍ୟ, ଫେବ୍ରୁଆରି ୫ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଫେବ୍ରୁଆରି ୮ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।
ଅଧିକ ପଢ଼ନ୍ତୁ: ୭୨ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ
Follow Us