ସଂସଦରେ କାହିଁକି କଞ୍ଚା ବାଇଗଣ ଚୋବାଇଲେ ତୃଣମୂଳ କଂଗ୍ରେସର ସାଂସଦ କାକୋଲି ଘୋଷ ?

Advertisment
ସଂସଦରେ କାହିଁକି କଞ୍ଚା ବାଇଗଣ ଚୋବାଇଲେ ତୃଣମୂଳ କଂଗ୍ରେସର ସାଂସଦ କାକୋଲି ଘୋଷ ?

ndtv

ନୂଆଦିଲ୍ଲୀ: ଆଜି ଲୋକସଭାରେ ତୃଣମୂଳ କଂଗ୍ରେସର ସାଂସଦ କାକୋଲି ଘୋଷ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଏକ କାମ କରି ଖୁବ ଚର୍ଚ୍ଚାରେ ରହିଛନ୍ତି । ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ବେଳେ ଆଜି ଲୋକସଭାରେ ତୃଣମୂଳ କଂଗ୍ରେସ ସାଂସଦ କାକୋଲି ଘୋଷ ହଠାତ ଛିଡା ହୋଇ ଏକ କଞ୍ଚା ବାଇଗଣ ବାହାର କରିଥିଲେ ଏବଂ ତାକୁ ଖାଇଥିଲେ । ଦରଦାମ ବୃଦ୍ଧି, ଗ୍ୟାସ ଦର ବୃଦ୍ଧି ଇତ୍ୟାଦିକୁ ପ୍ରତିବାଦ କରି ସେ ଏଭଳି କରିଛନ୍ତି । କାକୋଲି ଘୋଷ କହିଛନ୍ତି ଯେ, ଦରଦାମ ଏତେ ବୃଦ୍ଧି ହେଲେ ଶେଷରେ କଞ୍ଚା ପନିପରିବା ହିଁ ଖାଇବାକୁ ହେବ । ଦର ଦାମ ବୃଦ୍ଧିକୁ ନେଇ ବିତର୍କକୁ ଅନୁମତି ଦେଇଥିବାରୁ ସେ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିଲେ । ତେବେ ଏହା ଉପରେ ବିତର୍କ ହେବା ପାଇଁ ମଧ୍ୟ ବହୁତ ସମୟ ଲାଗିଛି ବୋଲି ସେ କହିଛନ୍ତି।

ତୃଣମୂଳ କଂଗ୍ରେସର ସାଂସଦ କାକୋଲି ଘୋଷ କହିଛନ୍ତି, ସରକାର ଚାହୁଁଛନ୍ତି କି ଲୋକେ କଞ୍ଚା ପନିପରିବା ଖାଆନ୍ତୁ? ନହଲେ ସରକାର କାହିଁକି ଏତେ ଦରଦାମ ବୃଦ୍ଧି କରନ୍ତେ । ଏଲପିଜି ଏତେ ମହଙ୍ଗା ଯେ କିଣିବା କଷ୍ଟକର ହୋଇପଡୁଛି । ଗତ କିଛି ମାସରେ ଏଲପିଜି ୬୦୦ ରୁ ସିଧା ୧୧୦୦ ଟଙ୍କା ବୃଦ୍ଧି ପାଇଛି । ଜଣେ ସାଧାରଣ ଲୋକ କେମିତି ଏହା କିଣିପାରିବ । କିଛି ଦିନର ହଟ୍ଟଗୋଳ ପରେ ଆଜି ମୂଲ୍ୟ ବୃଦ୍ଧି ନେଇ ବିତର୍କ ଆରମ୍ଭ ହୋଇଥିଲା । ଏହା ସହ କଂଗ୍ରେସ ସାଂସଦଙ୍କ ନିଲମ୍ବନ ମଧ୍ୟ ରଦ୍ଦ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe