ଇସ୍ରୋ ସଦସ୍ୟମାନେ ଲ୍ୟାଣ୍ଡର୍‌ର ନାମ ’ବିକ୍ରମ’ ଓ ରୋଭର୍‌ର ନାମ ‘ପ୍ରଜ୍ଞାନ’ ରଖିବା ପଛରେ ରହିଛି ଏହି କାରଣ

Advertisment
ଇସ୍ରୋ ସଦସ୍ୟମାନେ ଲ୍ୟାଣ୍ଡର୍‌ର ନାମ ’ବିକ୍ରମ’ ଓ ରୋଭର୍‌ର ନାମ ‘ପ୍ରଜ୍ଞାନ’ ରଖିବା ପଛରେ ରହିଛି ଏହି କାରଣ

ନୂଆଦିଲ୍ଲୀ : ଇତିହାସ ରଚିଛି ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଇସ୍ରୋର ‘ଚନ୍ଦ୍ରଯାନ-୩’ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏପରି ସଫଳତା ହାସଲ କରିବାରେ ଭାରତ ବିଶ୍ବର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି । ପୂର୍ବରୁ ଆମେରିକା, ରୁଷ, ଚୀନ  ଏହି ସଫଳତା ହାସଲ କରିଛନ୍ତି । ଆପଣ ଜାଣନ୍ତି ଯେ ଗତକାଲି (ବୁଧବାର) ସଂଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ‘ଚନ୍ଦ୍ରଯାନ-୩’ର ‘ବିକ୍ରମ ଲ୍ୟାଣ୍ଡର୍‌’ ଅବତରଣ କରିଛି। ତାହାର କିଛି ସମୟ ପରେ ସେଥିରୁ ‘ପ୍ରଜ୍ଞାନ ରୋଭର’ ବାହାରି ସେଠାକାର ବାତାବରଣ ସଂପର୍କରେ ତଥ୍ୟ ସଂଗ୍ରହ କରୁଛି।

ତେବେ ଆପଣ ଭାବୁଥିବେ ନିଶ୍ଚୟ ଯେ ଲ୍ୟାଣ୍ଡର୍‌ ଓ ରୋଭରର ନାମ ‘ବିକ୍ରମ’ ଓ ‘ପ୍ରଜ୍ଞାନ’ କାହିଁକ ହେଲା? ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବିଶିଷ୍ଟ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ସମ୍ମାନରେ ଲ୍ୟାଣ୍ଡର୍‌ର ନାମ ବିକ୍ରମ ରଖାଯାଇଛି। ଆପଣ ଜାଣିଥିବେ ହୁଏତ ବିକ୍ରମ ସରାଭାଇ ହେଉଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପ୍ରତିଷ୍ଠାତା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ନାମ ପ୍ରଗତିର ପ୍ରତୀକ ହୋଇଥିବାରୁ ଲ୍ୟାଣ୍ଡର୍‌ର ନାମ ‘ବିକ୍ରମ’ ରଖାଯାଇଛି।

ସେହିପରି ‘ପ୍ରଜ୍ଞାନ’ ହେଉଛି ଏକ ସଂସ୍କୃତ ଶବ୍ଦ। ଯାହାର ଅର୍ଥ ଜ୍ଞାନ। ରୋଭରର ନାମ ‘ପ୍ରଜ୍ଞାନ’ ‌ହେବା ପ‌ଛରେ ବି ଏକ କାରଣ ରହିଛି। ରୋଭର୍‌ର କାମ ହେଉଛି ଲ୍ୟାଣ୍ଡର ଚନ୍ଦ୍ରପୃ‌ଷ୍ଠରେ ଅବତରଣ କରିବା ପରେ ‌ସେ ବ୍ୟବହୃତ ହୋଇଥିବା ୫ଟି ବୈଜ୍ଞାନିକ ଯନ୍ତ୍ରରୁ ତଥ୍ୟ ସଂଗ୍ରହ କରି ଇସ୍ରେ‌ାକୁ ଯୋଗାଇବ। ଅର୍ଥାତ ତଥ୍ୟ ସଂଗ୍ରହ କରି ଜ୍ଞାନ ସାଇତି ରଖିବ।  ଚନ୍ଦ୍ରପୃ‌ଷ୍ଠରୁ ଜରୁରୀ ତଥ୍ୟ ଗ୍ରହଣ କରୁଥିବାର ଏହି ରୋଭରକୁ ଜ୍ଞାନର ଭଣ୍ଡାର ବୋଲି ବିବେଚନା କରାଯାଉଥିବାରୁ ତାହାର ନାମ ‘ପ୍ରଜ୍ଞାନ’ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe