କାହିଁକି ମନ୍ତ୍ରୀ ଅଶୋକ ଚୌଧୁରୀଙ୍କ ବେକ ଧରି ସାମ୍ବାଦିକଙ୍କ ଆଗକୁ ଟାଣି ଆଣିଲେ ନୀତୀଶ କୁମାର

Advertisment
କାହିଁକି ମନ୍ତ୍ରୀ ଅଶୋକ ଚୌଧୁରୀଙ୍କ ବେକ ଧରି ସାମ୍ବାଦିକଙ୍କ ଆଗକୁ ଟାଣି ଆଣିଲେ ନୀତୀଶ କୁମାର

ପାଟନା: ପୂର୍ବତନ ମରିସସ୍ ରାଷ୍ଟ୍ରପତି ଶିଉସାଗୁର ରାମଗୋଲାମଙ୍କ ଜନ୍ମ ବାର୍ଷିକୀ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଗାନ୍ଧୀ ମଇଦାନରେ ପହଞ୍ଚିଥିଲେ। ଯେଉଁଠାରେ ସେ ଏପରି କିଛି କରିଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପରେ ସାମ୍ବାଦିକମାନଙ୍କ ସହ କଥା ହେବାକୁ ଯାଇଥିଲେ ନୀତୀଶ କୁମାର। ଏହି ସମୟରେ ସେ ତାଙ୍କର ମନ୍ତ୍ରୀ ଅଶୋକ ଚୌଧୁରୀଙ୍କ ବେକ ଧରି ସାମ୍ବାଦିକଙ୍କ ଆଗକୁ ଟାଣି ଆଣିଥିବା ଦେଖାଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ବେଳେ ଏବେ ତାହା ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ନୀତୀଶ କୁମାର ଅଶୋକ ଚୌଧୁରୀଙ୍କ ବେକ ଧରି ତାଙ୍କୁ ଜଣେ ସାମ୍ବାଦିକଙ୍କ ପାଖକୁ ଟାଣି ନେଉଛନ୍ତି। ଏହା ପରେ ଅଶୋକ ଚୌଧୁରୀ ସାମ୍ବାଦିକଙ୍କ କପାଳରେ ନିଜ କପାଳ ଲଗାଉଛନ୍ତି। ମିଳିଥିବା ସୂଚନା ମୁତାବକ, ଅଶୋକ ଚୌଧୁରୀ ସବୁବେଳେ ନିଜ କପାଳରେ ଚନ୍ଦନ ଲଗାଇବାକୁ ପସନ୍ଦ କରନ୍ତି। ସାମ୍ନାରେ ଥବା ଜଣେ ସାମ୍ବାଦିକ ମଧ୍ୟ କପାଳରେ ଚନ୍ଦନ ଲଗାଇଥିବା ଦେଖି ନୀତୀଶ କୁମାର ଅଶୋକ ଚୌଧୁରୀଙ୍କୁ ଖୋଜି ତାଙ୍କୁ ଆଗକୁ ଟାଣି ଆଣିଥିଲେ। ଆମ ସହ ମଧ୍ୟ ଜଣେ ପୂଜାରୀ ଅଛନ୍ତି ବୋଲି କହିଥିଲେ ନୀତୀଶ। ତେବେ ମଜାରେ ନୀତୀଶ ଏଭଳି କରିଥିବା କୁହାଯାଉଛି। ଏଭଳି ଘଟିବା ସମୟରେ ଉଭୟ ଅଶୋକ ଚୌଧୁରୀ ଓ ସାମ୍ବାଦିକ ହସୁଥିବାର ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe