ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ଭାରତ ଜଣେ ନିଷ୍ଠାର ସହ ଦେଶର ସେବା କରିଥିବା ରାଜନେତାଙ୍କୁ ହରାଇ ଦେଇଛି। ମନମୋହନ ଜଣେ ଦୂରଦର୍ଶୀ ନେତା ଥିବା ସହିତ ବିଶ୍ୱପ୍ରସିଦ୍ଧ ଅର୍ଥନୀତିଜ୍ଞ ବି ଥିଲେ।
ଜବାହାରଲାଲ ନେହରୁଙ୍କ ପରେ ମନମୋହନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ପୂରା ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରି ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ମନମୋହନଙ୍କ ପୋଷାକ ସହିତ ତାଙ୍କ ପଗଡ଼ିର ଏକ ସ୍ବତନ୍ତ୍ରତା ରହିଛି। ସେ ଯେଉଁ ରଙ୍ଗର ପୋଷାକ ପିନ୍ଧିଲେ ବି ତାଙ୍କ ମୁଣ୍ଡରେ ସର୍ବଦା ନୀଳ ରଙ୍ଗର ପଗଡ଼ି ବାନ୍ଧି ଥାଏ।
ଅଧିକପଢ଼ନ୍ତୁ:ଆମେରିକାର କଠୋର ପଦକ୍ଷେପ!: ୧୮,୦୦୦ ଭାରତୀୟଙ୍କୁ ଦେଶରୁ ବାହାର କରିବ
ମନମୋହନ ସିଂଙ୍କ ନୀଳ ପଗଡ଼ିର କାହାଣୀ ୨୦୦୬ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ତାଙ୍କୁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଅଫ୍ ଲ ’ର ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ତତ୍କାଳୀନ ଡ୍ୟୁକ୍ ଅଫ୍ ଏଡିନବର୍ଗ ଏବଂ ବିଶ୍ୱବିଦ୍ୟାଳୟର କୁଳପତି ପ୍ରିନ୍ସ ଫିଲିପଙ୍କ ନଜର ମନମୋହନ ପିନ୍ଧିଥିବା ପଗଡି ଓ ତାହାର ରଙ୍ଗ ପ୍ରତି ଉପରେ ପଡ଼ିଥିଲା।
ଏହି ସମୟରେ ମନମୋହନ ସିଂହ କାହିଁକି ନୀଳ ରଙ୍ଗର ପଗଡି ପିନ୍ଧନ୍ତି ଏବଂ ଏହା ତାଙ୍କ ପାଇଁ କେତେ ସ୍ୱତନ୍ତ୍ର ସେ ବିଷୟରେ ଆଲୋଚନା କରି କହିଥିଲେ, "ଯେତେବେଳେ ମୁଁ କେମ୍ବ୍ରିଜରେ ପଢ଼ୁଥିଲି, ସେତେବେଳେ ମୁଁ ନୀଳରଙ୍ଗର ପଗଡ଼ି ପିନ୍ଧୁଥିଲି। ମୋର ବନ୍ଧୁମାନେ ମୋତେ 'ବ୍ଲୁ ପଗଡି' ବୋଲି ଡାକୁଥିଲେ। ନୀଳ ରଙ୍ଗ ମୋର ଅତି ପ୍ରିୟ। ତେଣୁ ମୁଁ ନୀଳ ରଙ୍ଗର ପଗଡ଼ି ବାନ୍ଧୁଥିଲି। ଧୀରେଧୀରେ ଏହା ମୋର ବ୍ୟକ୍ତିଗତ ପ୍ରତୀକ ହୋଇଯାଇଥିଲା। ତେଣୁ ମୁଁ ଆଉ ନୀଳରଙ୍ଗର ପଗଡ଼ି ଠାରୁ ଅଲଗା ହୋଇ ପାରି ନଥିଲି।’
ଅଧିକପଢ଼ନ୍ତୁ:ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ: ଅବକାରୀ ମନ୍ତ୍ରୀ ଜିରୋ ନାଇଟ
ଡ. ମନମୋହନ ସିଂହ ଏକାଧାରରେ ଜଣେ ରାଜନୀତିଜ୍ଞ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀ, ଯିଏ କି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।