କାହିଁକି ଡୋନେସ୍କ-ଲୁଗାନସ୍କକୁ ଅକ୍ତିଆର କରିବାକୁ ଚାହୁଁଛି ଋଷ? ୮ବର୍ଷ ମଧ୍ୟରେ ପ୍ରାଣ ହରାଇଲେଣି ୧୪ହଜାର ଲୋକ

Advertisment
କାହିଁକି ଡୋନେସ୍କ-ଲୁଗାନସ୍କକୁ ଅକ୍ତିଆର କରିବାକୁ ଚାହୁଁଛି ଋଷ? ୮ବର୍ଷ ମଧ୍ୟରେ ପ୍ରାଣ ହରାଇଲେଣି ୧୪ହଜାର ଲୋକ

ନୂଆଦିଲ୍ଲୀ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଦୁଇଟି ୟୁକ୍ରେନ ସହର ଡୋନେସ୍କ ଓ ଲୁଗାନସ୍କକୁ ସ୍ବାଧୀନ ଅଞ୍ଚଳ ଭାବରେ ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି। ଏହା ସହ ସେ ତୁୁରନ୍ତ ଏହି ଦୁଇ ସହରକୁ ନିଜର ସୈନ୍ୟ ପଠାଇ ବିଚ୍ଛିନ୍ନତାବାଦୀଙ୍କୁ ଖୋଲା ସହାୟତା କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ପୁତିନଙ୍କ ଏହି ପଦକ୍ଷେପ ପାଶ୍ଚାତ୍ୟ ଦେଶମାନଙ୍କରେ ଆଲୋଡ଼ନ ସୃଷ୍ଟି କରିଛି। ୟୁରୋପୀୟ ଦେଶ, ଆମେରିକା ଏବଂ ବ୍ରିଟେନ ମଧ୍ୟ ଋଷ ଏବଂ ୟୁକ୍ରେନର ଏହି ଦୁଇଟି ଅଞ୍ଚଳ ଉପରେ କଡା କଟକଣା ଜାରି କରିବାକୁ ଋଷକୁ ଚେତାବନୀ ଦେଇଛନ୍ତି।

ତେବେ ଏହି ସମୟରେ ଏହା ଜାଣିବା ଜରୁରୀ ଯେ, ଋଷ ଏବଂ ୟୁକ୍ରେନ ପାଇଁ ଏହି ଦୁଇଟି ଅଞ୍ଚଳର ଏତେ ଗୁରୁତ୍ୱପୂର୍ଣ୍ଣ କାହିଁଁକି? ଯଦି ଏହା ଋଷ ହାତକୁ ଚାଲିଯାଏ, ତେବେ ୟୁକ୍ରେନ ଉପରେ କ’ଣ ପ୍ରଭାବ ପଡ଼ିବ? ଆସନ୍ତୁ ଜାଣିବା...

ଋଷ ସୀମାକୁ ଲାଗି ରହିଥିବା ପୂର୍ବ ୟୁକ୍ରେନର ଡୋନେସ୍କ ସହର ଏକଦା ୟୁକ୍ରେନର ବୃହତ୍ତମ ଶିଳ୍ପାଞ୍ଚଳ ଭାବରେ ଗଣାଯାଉଥିଲା। ଏହା ହେଉଛି ଡୋନବାସ ରାଜ୍ୟର ମୁଖ୍ୟ ସହର, ଯେଉଁଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଜମା ରହିଛି। ଏହି ସହର ହେଉଛି ୟୁକ୍ରେନର ଏକ ପ୍ରମୁଖ ଇସ୍ପାତ ଉତ୍ପାଦନ କେନ୍ଦ୍ର। ଏଠାରେ ଜନସଂଖ୍ୟା ପ୍ରାୟ ୨୦ଲକ୍ଷ। ଏଥି ସହିତ ଲୁଗାନସ୍କରେ ରହିଛି କୋଇଲାର ଭଣ୍ଡାର, ଏଥିପାଇଁ ଏହି ସହର ୟୁକ୍ରେନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ସହରଟି ମଧ୍ୟ ଡୋନବାସ ଅଞ୍ଚଳର ଏକ ଅଂଶ। ଏଭଳିି ସ୍ଥିତିରେ ଏହି ସହର ଋଷ ହାତକୁ ଗଲେ ୟୁକ୍ରେନର ଆର୍ଥିକ ଅବସ୍ଥା ଉପରେ ଗଭୀର ପ୍ରଭାବ ପକାଇବ।

publive-image

ଡୋନେସ୍କ ଓ ଲୁଗାନସ୍କ ଡୋନବାସ ପ୍ରଦେଶର ଅଂଶ ହୋଇଥିବା ବେଳେ ଏହି ପ୍ରଦେଶ ଋଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତାର ମୂଳ ଉତ୍ସ ବୋଲି ଜଣାପଡ଼ିଛି।  ସୋଭିଏତ୍ ସଂଘର ବିଲୋପ ପରେ ଡୋନବାସ ଅଞ୍ଚଳ ୟୁକ୍ରେନର ଏକ ଅଂଶ ହୋଇଯାଇଥିଲା। ହେଲେ ସେଠାରେ ରହୁଥିବା ଅଧିକାଂଶ ଲୋକ ଋଷି ଭାଷା କହୁଥିବା ଦାବି କରି ଏହାକୁ ୟୁକ୍ରେନ ଜାତୀୟତାବାଦରୁ ରକ୍ଷା କରିବା ଆବଶ୍ୟକ ବୋଲି ଋଷ ନିିଜ ଅକ୍ତିଆରକୁ ଆଣିବାକୁ ଚାହୁଁଥିବା ଜଣାପଡ଼ିଛି।

ଡୋନେସ୍କ ଓ ଲୁଗାନସ୍କ ୟୁକ୍ରେନର ଏଭଳି ଦୁଇଟି ରାଜ୍ୟ ଯେଉଁଠି ଋଷର ସମର୍ଥକ ବିଚ୍ଛିନ୍ନତାବାଦୀମାନେ ୟୁକ୍ରେନ ସରକାରଙ୍କ ବିରୋଧରେ ନିରନ୍ତର ଯୁଦ୍ଧ ଜାରି ରଖିଛନ୍ତି। ଦୀର୍ଘ ସମୟ ଧରି ଏହି ଦୁଇ ସହରରେ ଥିବ‌ା ବିଚ୍ଛିନ୍ନତାବାଦୀମାନେ ୟୁକ୍ରେନଠାରୁ ଅଲଗା ହେବା ପାଇଁ ଉଦ୍ୟମ କରୁଛନ୍ତି, ଯାହା ଏବେ ପୁତିନଙ୍କ ଘୋଷଣା ପରେ ସଫଳ ହେବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।

୨୦୧୪ରେ କ୍ରିମିୟାକୁ କବଜା କରିବା ପରେ ଋଷର ସମର୍ଥକ ବିଚ୍ଛିନ୍ନତାବାଦୀମାନେ ଏହି ଦୁଇଟି ସହରକୁ କାବୁ କରିବାକୁ ଚେଷ୍ଟା କରିଥିଲେ ଏବଂ ଅଧିକାଂଶ ଅଞ୍ଚଳକୁ ନିିଜ ନିୟନ୍ତ୍ରଣକୁ ମଧ୍ୟ ଆଣିଥିଲେ। କିନ୍ତୁ ୟୁକ୍ରେନ ଉଭୟ ଅଞ୍ଚଳକୁ ସୈନ୍ୟ ପଠାଇ ବିଚ୍ଛିନ୍ନତାବାଦୀଙ୍କୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲା। ଗତ ଆଠ ବର୍ଷ ଧରି, ୟୁକ୍ରେନର ସୈନ୍ୟମାନେ ଡୋନେସ୍କ୍ ଏବଂ ଲୁଗାନସ୍କକୁ ୟୁକ୍ରେନରେ ରଖିବା ପାଇଁ ବିଚ୍ଛିନ୍ନତାବାଦୀଙ୍କ ସହ ଲଢ଼ୁୁଛନ୍ତି। ୟୁକ୍ରେନ ସେନା ଏବଂ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ୧୪ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe