ନିର୍ବାଚନ ରାଲିରେ ‘ମାସ୍କ୍‌’ କାହିଁକି ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କେନ୍ଦ୍ର ଓ ନିର୍ବାଚନ କମିସନ୍‌ଙ୍କୁ ପଚାରିଲେ ଦିଲ୍ଲୀ ହାଇକୋର୍ଟ

Advertisment
ନିର୍ବାଚନ ରାଲିରେ ‘ମାସ୍କ୍‌’ କାହିଁକି ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କେନ୍ଦ୍ର ଓ ନିର୍ବାଚନ କମିସନ୍‌ଙ୍କୁ ପଚାରିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସମ୍ପ୍ରତି କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ନିର୍ବାଚନ ପ୍ରଚାର ଅଭିଯାନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଲାଗି ‘ମାସ୍କ୍‌’ ପିନ୍ଧିବା ବାଧ୍ୟତାମୂଳକ କରାଯାଉନାହିଁ କାହିଁକି ବୋଲି ଏକ ପିଟିସନ୍‌କୁ ଆଧାର କରି ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିସନ୍‌ଙ୍କୁ ପଚାରିଛନ୍ତି।

publive-image Image Courtesy of India Today

ମୁଖ୍ୟ ବିଚାରପତି ଡିଏନ୍‌ ପଟେଲ୍‌ ଏବଂ ବିଚାରପତି ଯଶମୀତ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଓ ନିର୍ବାଚନ କମିସନ୍‌ଙ୍କୁ ନୋଟିସ୍‌ ଜାରି କରି ଜବାବ ତଲବ କରିଛନ୍ତି। ଉତ୍ତର ପ୍ରଦେଶର ପୂର୍ବତନ ଡିଜିପି ତଥା ‘ସେଣ୍ଟର୍‌ ଫର୍‌ ଆକାଉଣ୍ଟାବିଲିଟି ଆଣ୍ଡ୍‌ ସିଷ୍ଟମେଟିକ୍‌ ଚେଞ୍ଜ୍‌’ର (ସିଏଏସ୍‌ସି) ଅଧ୍ୟକ୍ଷ ବିକ୍ରମ ସିଂହଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହି ନୋଟିସ୍‌ ପଠାଇଛନ୍ତି।

publive-image Image Courtesy of ANI

କେନ୍ଦ୍ର ସରକାରଙ୍କ ତରଫରୁ କାଉନ୍‌ସେଲ୍‌ ଅନୁରାଗ ଆହଲୁଓ୍ଵାଲିଆ ଏହି ନୋଟିସ୍‌ ଗ୍ରହଣ କରିଛନ୍ତି।

ସିଂହଙ୍କ ତରଫରୁ ଆଡ୍‌ଭୋକେଟ୍‌ ବିରାଗ ଗୁପ୍ତା ହାଜର ହୋଇ ଖଣ୍ଡପୀଠଙ୍କୁ କହିଲେ ଯେ, ବିଧାନସଭା ନିର୍ବାଚନ ସମୟରେ ବାଧ୍ୟତାମୂଳକ ଭାବେ ମାସ୍କ୍‌ ପରିଧାନ ଓ ସାମାଜିକ ଦୂରତ୍ୱ ବଜାୟ ରକ୍ଷା ସଂକ୍ରାନ୍ତରେ ନିର୍ବାଚନ କମିସନ୍‌ ଡିଜିଟାଲ୍‌, ପ୍ରିଣ୍ଟ୍‌ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଉଚିତ।

ଏପ୍ରିଲ୍‌ ୩୦ ତାରିଖ ଦିନ ସିଂହଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ହେବ ବୋଲି ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe