‘କୋଭିଡ୍‌-୧୯ ମାମଲା ବୃଦ୍ଧି ପାଇଚାଲିଥିବା ବେଳେ କହିଁକି ସବୁକିଛି ଖୋଲି ପକାଇଲ’? ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ

‘କୋଭିଡ୍‌-୧୯ ମାମଲା ବୃଦ୍ଧି ପାଇଚାଲିଥିବା ବେଳେ କହିଁକି ସବୁକିଛି ଖୋଲି ପକାଇଲ’? ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ

ZoomNews

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କୋଭଡ୍‌-୧୯ ମହାମାରୀ ପରିଚାଳନା କ୍ଷେତ୍ରରେ ଅଭାବନୀୟ ଆଭିମୁଖ୍ୟ ପାଇଁ ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ଦିଲ୍ଲୀ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ସଂପ୍ରତି ପ୍ରତିଦିନ ପ୍ରାୟ ୮,୦୦୦ ନୂତନ କୋଭିଡ୍‌-୧୯ ମାମଲା ରୁଜୁ ହେଉଥିବା ବେଳେ ଦିଲ୍ଲୀ ସରକାର କାହିଁକି ସବୁକିଛିକୁ ‘ଅନ୍‌ଲକ୍‌’ ଘୋଷଣା କରି ଖୋଲା ଛାଡ଼ି ଦେଇଛନ୍ତି ବୋଲି ଆଜି (ବୁଧବାର) ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ହିମା କୋହଲି ଏବଂ ଜଷ୍ଟିସ୍‌ ସୁବ୍ରମଣ୍ୟମ୍‌ ପ୍ରସାଦଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କ ପ୍ରାୟ ସମସ୍ତ ଜିନିଷକୁ ଅନଲକ୍‌ କରିବାକୁ ରଣନୀତି ଉପରେ ପ୍ରଶ୍ନ କରିଛନ୍ତି। ଯେପରିକି ବିବାହ ଉତ୍ସବରେ ୨୦୦ ଜଣଙ୍କୁ ଏକାଠି ହେବା ପାଇଁ ଅନୁମତି ଦେବା, ସର୍ବସାଧାରଣ ପରିବହନକୁ ପୂର୍ଣ୍ଣ କ୍ଷମତା ଏବଂ ସାଧାରଣ ସମାବେଶରେ ସାମାଜିକ ଦୂରତା ଏବଂ ମାସ୍କ ଅଭାବରୁ କାର୍ଯ୍ୟ କରିବାକୁ ଅନୁମତି ଦେବା ସହିତ ସର୍ବସାଧାରଣ ସ୍ଥାନରେ ଏହାକୁ କଡ଼ାକଡ଼ ପାଳନ ନ କରିବା ନିଷ୍ପତ୍ତି ଉପରେ ପ୍ରଶ୍ନ କରିଛନ୍ତି।

publive-image HTNews

ଯେତେବେଳେ ରାଜଧାନୀ ଦିଲ୍ଲୀରେ କୋଭିଡ୍‌୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ପ୍ରତିଦିନ ଦ୍ୱିଗୁଣିତ ହୋଇଛି ଆଉ ପ୍ରତ୍ୟେକ ଦିନ ନୂତନ ସଂକ୍ରମିତ ମାମଲା ସଂଖ୍ୟା ଆକାଶଛୁଆଁ ହେଉଛି ସେତେବେଳେ ଦିଲ୍ଲୀ ସରକାର ସମସ୍ତ ଅନ୍‌-ଲକଡାଉନ୍‌ ଅନୁମତି ଦେଇଛନ୍ତି? ଏ ପରିସ୍ଥିତିରେ ଦିଲ୍ଲୀ ସରକାର ସବୁକିଛି କାହିଁକି ଖୋଲିଲେ? କୋଭିଡ୍‌ ନିୟନ୍ତ୍ରଣ ପାଇଁ ଆପଣ ଅନୁସରଣ କରୁଥିବା କୌଶଳଗୁଡିକ କ’ଣ? ବୋଲି ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ।

ଯେତେବେଳେ ଦେଶର ଅନ୍ୟତ୍ର କୋଭିଡ୍‌-୧୯ ସଂଖ୍ୟା ହ୍ରାସ ପାଉଛି, ସେତେବେଳେ କେବଳ ମାତ୍ର ରାଜଧାନୀ ଦିଲ୍ଲୀରେ ଏହି ସଂଖ୍ୟା କାହିଁକି ବଢ଼ୁୁଛି? ଏ ଉପରେ ଦିଲ୍ଲୀ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ ନା ନିୟନ୍ତ୍ରଣର ଅଭାବ ରହିଛି ବୋଲି ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟଙ୍କ ଖଣ୍ଡପୀଠ। ଏହା ଗଭୀର ଚିନ୍ତାର ବିଷୟ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe