ବିଜେପି ସହ ସଂପର୍କ ନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ କହିଲେ; ‘ଇଏ ରାଜନୀତି! ଏଠି ଏତେ ଶୀଘ୍ର କିଛି ସରେ ନାହିଁ! ହାତରେ ଅଛି ୬ ମାସ’...

ବିଜେପି ସହ ସଂପର୍କ ନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ କହିଲେ; ‘ଇଏ ରାଜନୀତି! ଏଠି ଏତେ ଶୀଘ୍ର କିଛି ସରେ ନାହିଁ! ହାତରେ ଅଛି ୬ ମାସ’...

FirstPost

ମୁମ୍ବାଇ: ବିଜେପିକୁ ବାଦ୍‌ ଦେଇ ଏନ୍‌ସିପି ଓ କଂଗ୍ରେସ ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା ଘନ ଘନ ବୈଠକ ଜାରି ରଖିଥିବା ବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ଏକ ବୟାନ ପୁଣି ବିଜେପି- ଶିବସେନା ରାଜନୀତିକୁ ଚଳଚଞ୍ଚଳ କରି ଦେଇଛି।

ଆଜି ଯେତେବେଳେ ଜଣେ ସାମ୍ବାଦିକ ଶିବସେନା ମୁଖ୍ୟଙ୍କୁ ପ୍ରଶ୍ନକଲେ, ‘ଆପଣ କ’ଣ ବିଜେପି ସହ ସବୁ ସଂପର୍କ ଛିନ୍ନ କରିଦେଲେ? ବିଜେପି ସହ ଆଉ ଏକତ୍ର ଯିବାର କୌଣସି ସମ୍ଭାବନା ନାହିଁ’? ସେତେବେଳେ ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ଚିହିଁକି ଉଠିଥିଲେ ଠାକ୍‌ରେ! କିଛି ସମୟର ନିରବତା ପରେ କହିଥିଲେ, ‘ଆପଣମାନେ ସବୁ ଏତେ ତର ତର ହେଉଛନ୍ତି କାହିଁକି? ରାଜନୀତିରେ ସବୁ କିଛି ଏତେ ଶୀଘ୍ର ସରେ ନାହିଁ! ଏ ହେଉଛି ରାଜନୀତି! ରାଷ୍ଟ୍ରପତି ଆମକୁ ଛଅ ମାସର ସମୟ ଦେଇଛନ୍ତି! ତା’ଛଡ଼ା ବିଜେପି ସହ ଆମେ ତ ଆମ ଅାଡ଼ୁ ସଂପର୍କ କାଟି ନାହୁଁ! ବିଜେପି ତା’ର କ’ଣ ନିଷ୍ପତ୍ତି ନେଇ ଆମ ସହ ସଂପର୍କ ରଖିନାହିଁ!’

publive-image FirstPost

ଉଦ୍ଧବ ଠାକ୍‌ରେଙ୍କ ଏ ବୟାନ ବିଜେପି- ଶିବସେନା ରାଜନୀତିକୁ ପୁଣି ଥରେ ଚଳଚଞ୍ଚଳ କରି ଦେଇଥିବା ବେଳେ; ଆଜି ପର୍ଯ୍ୟନ୍ତ ବିଜେପି ପ୍ରତି କଠୋର ଆଭିମୁଖ୍ୟ ପ୍ରଦର୍ଶନ କରି ଆସିଥିବା ଶିବସେନାର ଅନ୍ୟତମ ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଆମର ୫୦-୫୦ ଫର୍ମୂଲା ବାବଦରେ ଅମିତ ଶାହା ବୋଧେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣାଇ ନାହାନ୍ତି। ସେଥିପାଇଁ ଏତେ ସବୁ ସମସ୍ୟା ସୃଷ୍ଟି ହୋଇଛି। ନ ହେଲେ ବିଜେପି ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଧିକ ଭକ୍ତି ଓ ସମ୍ମାନ କରେ ବୋଲି କହିଛନ୍ତି ଶ୍ରୀ ରାଉତ।

publive-image Hindustan Times

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗତକାଲି ରାତିରେ କହିଥିଲେ, ‘ଆମେ ଶିବସେନା ସହ ମେଣ୍ଟ କରି ଏବେବି ମହାରାଷ୍ଟ୍ରରେ ମିଳିତ ସରକାର ଗଠନ ପାଇଁ ପ୍ରସ୍ତୁତ ଅଛୁ। ତେବେ, ସରକାର ଗଠନ ପାଇଁ ଶିବସେନା ରଖୁଥିବା କିଛି ସର୍ତ୍ତ ଆମର ଗ୍ରହଣୀୟ ହେଉନାହିଁ।’

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଏ ବୟାନ ପରେ ଆଜି ଶିବସେନା ନେତାମାନଙ୍କର ନୂଆ ବୟାନ ମହାରାଷ୍ଟ୍ର ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe