କହ୍ନୈୟାଙ୍କ ଟିକେଟ୍ କାହିଁକି କାଟିଲା କଂଗ୍ରେସ ?

କହ୍ନୈୟାଙ୍କ ଟିକେଟ୍ କାହିଁକି କାଟିଲା କଂଗ୍ରେସ ?

ନୂଆଦିଲ୍ଲୀ: ଦିଲ୍ଲୀର ୩ଟି ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସରେ ବିଚାର ବିମର୍ଷ ଜାରି ରହିଛି । ଇତି ମଧ୍ୟରେ ଖବର ଆସୁଛି ଯେ ଉତ୍ତରପୂର୍ବ ଦିଲ୍ଲୀ ଆସନ ପାଇଁ କହ୍ନୈୟା କୁମାରଙ୍କ ନାମ ଉପରେ ବିଚାର ହୋଇଥିଲେ ବି ତାହାକୁ ବାଦ୍ ଦିଆଯାଇଥିଲା ।

ଦିଲ୍ଲୀରେ କଂଗ୍ରେସ ଆମ୍ ଆଦମୀ ପାର୍ଟି (ଆପ୍) ସହ ଅନ୍ତରୀଣ ମେଣ୍ଟରେ ନିର୍ବାଚନ ଲଢୁଛି। ଦିଲ୍ଲୀରେ ଆପ୍ କଂଗ୍ରେସକୁ ୩ଟି ଆସନ ଦେଇଛି। ଦିଲ୍ଲୀର ଚାନ୍ଦନୀ ଚୌକ, ଉତ୍ତର ପୂର୍ବ ଏବଂ ଉତ୍ତର ପଶ୍ଚିମ ଲୋକସଭା ଆସନରେ କଂଗ୍ରେସକୁ ପ୍ରାର୍ଥୀ ଦେବାକୁ ପଡ଼ିବ। ଏହି ୩ଟି ଆସନ ପାଇଁ କଂଗ୍ରେସ ସିଇସି ଆଜି ନାମ ଉପରେ ଆଲୋଚନା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ କହ୍ନେୟା କୁମାରଙ୍କ ନାମ ଉପରେ ମଧ୍ୟ ଆଲୋଚନା ହୋଇଥିଲା କିନ୍ତୁ ପରେ ଏହାକୁ ହଟାଇ ଦିଆଯାଇଥିଲା।

କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏକ ନିର୍ଦ୍ଦିଷ୍ଟ କାରଣରୁ କହ୍ନୈୟାଙ୍କ ଟିକେଟ୍ କଟିଯାଇଛି । ତାହା ହେଉଛି କହ୍ନୈୟାଙ୍କୁ ଟିକେଟ ଦେଲେ ବିଜେପି ତୁକଡେ-ତୁକଡେ ଗ୍ୟାଙ୍କ ପ୍ରସଙ୍ଗ ପୁଣି ଉଠାଇବାର ସମ୍ଭାବନା ରହିଛି । ବିଜେପି ଏହାକୁ ପ୍ରସଙ୍ଗ କଲେ କଂଗ୍ରେସ ଅଡ଼ୁଆରେ ପଡ଼ିବାର ସମ୍ଭାବନା ରହିଛି । ଏହିକାରଣରୁ କହ୍ନୈୟାଙ୍କ ନାମକୁ ନେଇ କଂଗ୍ରେସ ସିଇସି ଆଗ୍ରହୀ ହୋଇନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe