ପ୍ରତ୍ୟେକ ମସ୍‌ଜିଦ୍‌ରେ ଶିବଲିଙ୍ଗ ଥିବ ବୋଲି ଆଶା କରୁଛ କାହିଁକି?: ମୋହନ ଭାଗବତ

ପ୍ରତ୍ୟେକ ମସ୍‌ଜିଦ୍‌ରେ ଶିବଲିଙ୍ଗ ଥିବ ବୋଲି ଆଶା କରୁଛ କାହିଁକି?: ମୋହନ ଭାଗବତ

Image Courtesy of India Today

ନାଗପୁର: ଜ୍ଞାନବାପି ବିବାଦ କେତେକ ବିଶ୍ବାସ ସହ ଜଡ଼ିତ ଏବଂ ସେ ବାବଦରେ ଅଦାଲତଙ୍କ ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରିବା ଉଚିତ। କିନ୍ତୁ, ପ୍ରତ୍ୟେକ ମସ୍‌ଜିଦ୍‌ରେ ଶିବଲିଙ୍ଗ ଖୋଜି ଦୈନିକ ନୂଆ ବିବାଦ ଆରମ୍ଭ କରିବା ଅନାବଶ୍ୟକ ବୋଲି ଗୁରୁବାର ଦିନ ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ମୋହନ ଭାଗବତ କହିଛନ୍ତି।

ନାଗପୁରରେ ‘ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ’ର ତୃତୀୟ ବାର୍ଷିକୀ ଅଫିସର୍‌ ଟ୍ରେନିଙ୍ଗ୍‌ କ୍ୟାମ୍ପ୍‌ର ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେବା ବ‌େଳେ ମୋହନ ଭାଗବତ ପଚାରିଛନ୍ତି, କାହିଁକି ସଂଘର୍ଷ ବଢ଼ାଉଛନ୍ତି? କାହିଁକି ପ୍ରତ୍ୟେକ ମସ୍‌ଜିଦ୍‌ରେ ଶିବଲିଙ୍ଗ ଖୋଜୁଛନ୍ତି?

ସେ କହିଲେ ଯେ, ଅଯୋଧ୍ୟା ଆନ୍ଦୋଳରେ ଆମର ଅଂଶ ଗ୍ରହଣ ଗୋଟାଏ ବ୍ୟତିକ୍ରମ ଥିଲା ବୋଲି ‘ଆର୍‌ଏସ୍‌ଏସ୍‌’ ସ୍ପଷ୍ଟିକରଣ ଦେଇସାରିଛି। ନଭେମ୍ବର ୯ ତାରିଖରେ ଆମେ କହିଥିଲୁ ‌ଯେ, ଐତିହାସିକ କାରଣ ନିମନ୍ତେ ଆମେ ରାମଜନ୍ମଭୂମି ଅଭିଯାନରେ ସାମିଲ ହୋଇଥିଲୁ ଏବଂ ତାହାକୁ ସମ୍ପୂର୍ଣ୍ଣ କରିଛୁ। ଆମେ ଆଉ କୌଣସି ଆନ୍ଦୋଳନରେ ନେତୃତ୍ବ ନେବାକୁ ଚାହୁଁନାହୁଁ।

publive-image Image Courtesy of NDTV

ଜ୍ଞାନବାପି ମସ୍‌ଜିଦ୍‌ ପ୍ରସଙ୍ଗ ଉତ୍ଥାପନ କରି ମୋହନ ଭାଗବତ କହିଲେ, ଏବେ ଜ୍ଞାନବାପି ବିବାଦ ଚାଲିଛି। କେତେକ ଇତିହାସକୁ ଆମେ ବଦଳାଇ ପାରିବା ନାହିଁ। ଆମେ ସେ ଇତିହାସ ରଚି ନ ଥିଲୁ। ଏବକାର ହିନ୍ଦୁ କି, ମୁସଲ୍‌ମାନମାନେ ମଧ୍ୟ ସେ ଇତିହାସ ରଚି ନ ଥିଲେ। ତାହା ଅତୀତରେ ଘଟିଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଇସ୍‌ଲାମ୍‌ ଆସିଲା ହିନ୍ଦୁମାନଙ୍କର ଆତ୍ମବିଶ୍ବାସ ନଷ୍ଟ କରିବା ଲାଗି ହଜାର ହଜାର ମନ୍ଦିର ଧ୍ବଂସ କରାଯାଇଥିଲା। ନମାଜ ମଧ୍ୟ ଗୋଟାଏ ପ୍ରକାର ପୂଜା। ତାହା ଆମ ପୂର୍ବଜମାନଙ୍କ ଅମଳରୁ ଗଡ଼ି ଆସିଛି। ଆମେ କୌଣସି ପ୍ରକାର ପୂଜାକୁ ବିରୋଧ କରୁନାହୁଁ। ତେଣୁ, ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ସମ୍ପୃକ୍ତ ଥିବା ସମସ୍ତେ ଏକତ୍ର ବସି ଆପୋସ ସମାଧାନ ପାଇଁ ଉପାୟ କରନ୍ତୁ।

କିନ୍ତୁ, ସବୁବେଳେ ଆପୋସ ସମାଧାନ ସମ୍ଭବ ହେଉ ନ ଥିବାରୁ ଲୋକେ ଅଦାଲତକୁ ଯାଉଛନ୍ତି। ତେଣୁ ବିନା ଆପତ୍ତିରେ ଅଦାଲତଙ୍କ ରାୟ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe