ଏପ୍ରିଲ ୩୦ ବଦଳରେ କାହିଁକି ମେ ୩ ଯାଏଁ ଲକଡାଉନକୁ ଘୁଞ୍ଚାଇଲେ ମୋଦୀ

Advertisment
ଏପ୍ରିଲ ୩୦ ବଦଳରେ କାହିଁକି ମେ ୩ ଯାଏଁ ଲକଡାଉନକୁ ଘୁଞ୍ଚାଇଲେ ମୋଦୀ

Zee News

ନୂଆଦିଲ୍ଲୀ: କରୋନା ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ପ୍ରଥମ ପର୍ଯ୍ୟାୟ ୨୧ ଦିନିଆ ଦେଶବ୍ୟାପୀ ଲକଡାଉନ ଆଜି ଶେଷ ହୋଇଛି। ଅବଶ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବାବେଳେ ଲକଡାଉନକୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଗୋଟିଏ କଥା ସମସ୍ତଙ୍କୁ ଆଚମ୍ବିତ କରିଥାଇପାରେ | ସହି କଥାଟି ହେଉଛି ଦୁଇ ସପ୍ତାହ ପାଇଁ ଲକଡାଉନ ବୃଦ୍ଧି ଆକଳନ କରାଯାଉଥିବାବେଳେ ଓଡ଼ିଶା ଭଳି ଅନେକ ରାଜ୍ୟ ମଧ୍ୟ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଲକଡାଉନ ବଢ଼ାଇ ଦେଇଥିଲେ।

କୁହାଯାଉଛି ଯେ ବିଭିନ୍ନ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୩୦ ବଦଳରେ ମେ ୩ ପର୍ଯ୍ୟନ୍ତ ଲକଡାଉନ ବଢ଼ାଇ ଦେଇଛନ୍ତି। ଚର୍ଚ୍ଚା ହେଉଛି ଯେ, 'ମେ ୧ ସାର୍ବଜନିକ ଛୁଟିଦିନ, ମେ ୨ ଶନିବାର ଏବଂ ମେ ୩ ରବିବାର ଅଟେ।

ଏହି କାରଣରୁ, ଲକଡାଉନ ୩୦ ଏପ୍ରିଲ୍ ପରିବର୍ତ୍ତେ ୩ ମଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି | ରାଜ୍ୟମାନଙ୍କର ଲକଡାଉନ ସରୁ ସରୁ ତିନି ଦିନିଆ ଛୁଟି ପଡୁଥିବାରୁ କାଳେ ଅଧିକ ଲୋକ ବାହାରକୁ ବାହାରିବାର ଆଶଙ୍କା ଥିବାରୁ କୌଣସି ସାମାଜିକ ଦୂରତା ରହିବ ନାହିଁ | ଏହି କାରଣରୁ, ଲକଡାଉନ୍ ୩ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe