ଏନ୍‌ଡିଏ ପ୍ରତି ନୀତୀଶ କାହିଁକି ବାରମ୍ବାର ଆନୁଗତ୍ୟ ପ୍ରକାଶ କରୁଛନ୍ତି: ‘ମୁଁ କୁଆଡ଼େ ଯିବି ନାହିଁ’

‘ମୁଁ ଏବେ ଫେରି ଆସିଛି ଏବଂ ଏଣିକି କୁଆଡେ ଯିବି ନାହିଁ...’ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ସୋମବାର ପୂର୍ଣ୍ଣିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନରେନ୍ଦ୍ର...

Nitish Kumar

ନୂଆଦିଲ୍ଲୀ: ‘ମୁଁ ଏବେ ଫେରି ଆସିଛି ଏବଂ ଏଣିକି କୁଆଡେ ଯିବି ନାହିଁ...’ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ସୋମବାର ପୂର୍ଣ୍ଣିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରିବାକୁ ସେ ଆଉ ଏକ ପ୍ରୟାସ କରିଥିଲେ। ବିହାର ରାଜନୀତିର ‘ପଲ୍‌ଟୁରାମ’ କୁହାଯାଉଥିବା ନୀତୀଶ ଅତୀତର ରାଜନୈତିକ କୁଖ୍ୟାତିକୁ ଏଡ଼ାଇବା ଲାଗି ଏହା କହିଥିଲେ। 

୨୦୦୫ ନଭେମ୍ବରରେ ଜେଡିୟୁ-ବିଜେପି ମେଣ୍ଟ ପ୍ରଥମ ଥର ପାଇଁ ବିହାରରେ ସରକାର ଗଠନ କରିଥିଲା। ଥରେ ଦୁଇଥର ମୁଁ ଅନ୍ୟ ପଟକୁ ଯାଇଛି, ଅନେକ ସମୟରେ ମୋ ଦଳର କିଛି କର୍ମୀଙ୍କ ପରାମର୍ଶରେ। ସେମାନଙ୍କ ମଧ୍ୟରୁ ଜଣେ ଏଇଠି ବସିଛନ୍ତି ବୋଲି ରାଜୀବ ରଞ୍ଜନ ସିଂହ ‘ଲଲନ’ଙ୍କ ଆଡ଼କୁ ଇଙ୍ଗିତ କରି ନୀତୀଶ କହିଥିଲେ। ସେ ପୁଣି କହିଥିଲେ ଯେ ଏହା ଅତୀତର କଥା। ମୁଁ ବର୍ତ୍ତମାନ ଫେରି ଆସିଛି। ଏଣିକି ଆଉ କୁଆଡ଼କୁ ଯିବି ନାହିଁ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ଏନ୍‌ଡିଏକୁ ଫେରିବା ପରଠାରୁ ସେ ତାଙ୍କର ‘ପଲ୍‌ଟୁରାମ’ ଭାବମୂର୍ତ୍ତିକୁ ହଟାଇବା ଓ ଏନ୍‌ଡିଏ ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା ପ୍ରମାଣ କରିବାକୁ କଠିନ ପରିଶ୍ରମ କରୁଛନ୍ତି। ଗତ ୫ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ନୀତୀଶ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏଭଳି ସ୍ୱୀକାରୋକ୍ତି ଓ ଦୃଢ଼ୋକ୍ତି କରିଛନ୍ତି। ଚଳିତ ବର୍ଷ ମେ ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ମଧୁବନୀରେ ଏକ ରାଲିରେ ନୀତୀଶ କୁମାର କହିଥିଲେ, ମୁଁ ସବୁବେଳେ ଏଠାରେ ରହିବି। ମୋ ଦଳ ମୋତେ ପୂର୍ବରୁ ଦୁଇଥର ଅନ୍ୟ ଆଡ଼କୁ ଯିବାକୁ ବାଧ୍ୟ କରିଥିଲା, କିନ୍ତୁ ଏହା ଆଉ ଘଟିବ ନାହିଁ। 

ବିହାରର ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ନୀତୀଶ ଅତୀତରେ ଦୁଇଥର ବିଜେପିକୁ ଛାଡି ଦେଇଛନ୍ତି। ପ୍ରଥମେ ୨୦୧୪ରେ ଲୋକସଭା ନିର୍ବାଚନ ପୂର୍ବରୁ ଏବଂ ପୁଣି ୨୦୨୨ରେ ଯେତେବେଳେ ସେ ଗେରୁଆ ଦଳ ତାଙ୍କ ଜେଡିୟୁକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ବିରୋଧୀ ଦଳ ସହ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ନୀତୀଶ ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଇଣ୍ଡି-ମେଣ୍ଟ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପରେ ୨୦୨୪ରେ ସେ ପୁଣି ଏନ୍‌ଡିଏକୁ ଫେରିଥିଲେ। ବିଜେପି ବୋଧହୁଏ ଏଥର ବରିଷ୍ଠ ସହଯୋଗୀ ଭାବରେ ସରକାରଙ୍କ ନେତୃତ୍ୱ ନେବାକୁ ଚାହୁଛି। ନିର୍ବାଚନ ପୂର୍ବରୁ ବିଜେପି ତାଙ୍କୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଘୋଷଣା କରିବ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଚାଲିଛି। ଏହି ସମସ୍ତ ଅନିଶ୍ଚିତତା ମଧ୍ୟରେ ନୀତୀଶ କୁମାର ଚାହାନ୍ତି ନାହିଁ ଯେ ଏନ୍‌ଡିଏ ମଧ୍ୟରେ ଥିବା ତାଙ୍କ ବିରୋଧୀମାନେ ଆଗାମୀ ବିଧାନସଭା ନିର୍ବାଚନରେ ମେଣ୍ଟରେ ତାଙ୍କର ଆଧିପତ୍ୟ ହ୍ରାସ କରିବା ପାଇଁ ତାଙ୍କ ‘ପଲ୍‌ଟୁରାମ’ ଭାବମୂର୍ତ୍ତିକୁ ଦର୍ଶାନ୍ତୁ। ତେଣୁ ସେ ଏନ୍‌ଡିଏ ପ୍ରତି ବାରମ୍ବାର ନିଜର ଆଗତ୍ୟ ପ୍ରକାଶ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe