ବିଦେଶଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତିରେ ବିମାନ ଯାତ୍ରା କରିବାର ରହସ୍ୟ

Advertisment
ବିଦେଶଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତିରେ ବିମାନ ଯାତ୍ରା କରିବାର ରହସ୍ୟ

Image Courtesy of India Today

ନୂଆଦିଲ୍ଲୀ: ‘କ୍ବାଡ୍‌ ଶିଖର ସମ୍ମିଳନୀ’ରେ ଯୋଗ ଦେବା ନିମନ୍ତେ ଆଗାମୀକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଯାତ୍ରା ପାଇଁ ପ୍ରସ୍ତୁତି କରୁଥିବା ବେଳେ ତାଙ୍କ ଦଳର ଅନ୍ୟତମ ନେତା ଅମିତ ମାଲବିୟ ତାଙ୍କ ଗସ୍ତ ବ୍ୟବସ୍ଥା ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ କଥାଟି ଦର୍ଶାଇଛନ୍ତି।

ତାହା ହେଲା- ବିଦେଶ ଗସ୍ତ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ନିର୍ଦ୍ଧାରିତ ଧାରା ଅନୁସରଣ କରନ୍ତି। ସମୟ ବଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ପ୍ରାୟତଃ ରାତିରେ ହିଁ ବିଦେଶ ଗସ୍ତରେ ଯାଆନ୍ତି। ତା’ପର ଦିନ ସେ ଆଲୋଚନା ଏବଂ ବୈଠକରେ ଯୋଗ ଦିଅନ୍ତି। ଏବଂ ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ଅଭିମୁଖେ ପୁଣି ରାତିରେ ବିମାନଯାତ୍ରା କରନ୍ତି।

ଏ ସଂକ୍ରାନ୍ତରେ ‘ବିଜେପି ଆଇ.ଟି.-ସେଲ୍‌’ର ମୁଖ୍ୟ ଅମିତ ମାଲଭିୟ ଟୁଇଟ୍‌ କରି କହିଛନ୍ତି: ମେ ୨୨ ତାରିଖ ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ଟୋକିଓ ଅଭିମୁଖେ ଯାତ୍ରା କରିବେ। ମୋଟାମୋଟି ଚଳିତ ମାସରେ ୫ଟି ଦେଶ ଗସ୍ତ କରିବେ। ତେଣୁ, ସମୟ ବଞ୍ଚାଇବା ଲାଗି ସେ ଉକ୍ତ ଦେଶଗୁଡ଼ିକରେ ମାତ୍ର ୩ ରାତି ଓ ବିମାନରେ ୪ ରାତି କଟାଇବେ।

publive-image Image Courtesy of Zee News

ନିକଟ ଅତୀତରେ ଜର୍ମାନି ଓ ଡେନ୍‌ମାର୍କ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ଦେଶରେ ଗୋଟିଏ ଲେଖାଏଁ ରାତି ଅତିବାହିତ କରିଥିଲେ। ସେହିଭଳି, ଜାପାନ ଗସ୍ତ ସମୟରେ ସେ ମାତ୍ର ଗୋଟିଏ ରାତି କାଟିବେ ଏବଂ ପୁଣି ରାତିରେ ହିଁ ଫେରି ଆସିବେ।

ଦୀର୍ଘ ଦିନ ହେବ ପ୍ରଧାନମନ୍ତ୍ରୀଙ୍କୁ ଜାଣିଥିବା ବ୍ୟକ୍ତିମାନଙ୍କ ସୂତ୍ରରୁ ପ୍ରକାଶ ଯେ, ୯୦ ଦଶକ ପ୍ରାରମ୍ଭରେ ଜଣେ ସାଧାରଣ ନାଗରିକ ଭାବେ ଯାତ୍ରା କରୁଥିବା ବେଳେ ନରେନ୍ଦ୍ର ମୋଦୀ ‘ସ୍ପେସାଲ୍‌ ଫ୍ରିକ୍ବେଣ୍ଟ୍‌-ଫ୍ଲାୟର୍‌ କାର୍ଡ’ର ସଦ୍‌ବ୍ୟବହାର କରୁଥିଲେ। ସେତେବେଳେ ସେ ଦିନରେ ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଏବଂ ହୋଟେଲ୍‌ ରହଣି ଅର୍ଥ ବଞ୍ଚାଇବାକୁ ‌ଫେରନ୍ତା ବିମାନରେ ଚାଲିଆସନ୍ତି। ଅଧିକାଂଶ ସମୟରେ ସେ ବିମାନ ଅଥବା ବିମାନ ବନ୍ଦରରେ ଶୋଉଥିଲେ। ସମୟ ଏବଂ ସମ୍ବଳ ବଞ୍ଚାଇବା ଲାଗି ଏଭଳି କିଛି ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ମୋଦୀ ଅଭ୍ୟାସରେ ପରିଣତ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe