Image Courtesy of NDTV
ସମରକନ୍ଦ: ଶୁକ୍ରବାର ଦିନ ‘ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ର ବାର୍ଷିକ ଶିଖର ସମ୍ମଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପରସ୍ପରକୁ ଭେଟି ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ପୁଟିନ୍ ଭାରତକୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ ବି ଜନ୍ମଦିନ ଉପଲକ୍ଷେ ପ୍ରିୟ ବନ୍ଧୁ ମୋଦୀଙ୍କୁ ଶୁଭକାମନା ଜଣାଇ ନ ଥିଲେ।
ଏ ସଂକ୍ରାନ୍ତରେ କହିବା ବେଳେ ରାଷ୍ଟ୍ରପତି ପୁଟିନ୍ କହିଲେ, ଭାରତକୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ପ୍ରିୟ ବନ୍ଧୁ, ମୁଁ ମଧ୍ୟ ଜାଣେ ଯେ ଆସନ୍ତାକାଲି, ଆପଣ ଜନ୍ମଦିନ ପାଳନ କରିବେ। କିନ୍ତୁ, ରୁଷୀୟ ପ୍ରଥା ଅନୁସାରେ, ଆମେ ଆଗତୁରା ଅଭିନନ୍ଦନ ଜଣାଉନାହିଁ। ସେହି କାରଣରୁ ମୁଁ ଅଭିନନ୍ଦନ ଜଣାଇ ପାରୁନାହିଁ।
Image Courtesy of News Gossip 24କିନ୍ତୁ, ମୁଁ ଆପଣ ଜଣାଇ ଦେବାକୁ ଚାହେଁ କି, ଆମେ ଆପଣଙ୍କ ଜନ୍ମଦିନ କଥା ଜାଣିଛୁ। ମୁଁ ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ବନ୍ଧୁ ଦେଶ ଭାରତକୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ଆପଣଙ୍କ ନେତୃତ୍ବରେ ଭାରତର ସମୃଦ୍ଧି କାମନା କରୁଛି ବୋଲି ୬୯ ବର୍ଷିୟ ରୁଷୀୟ ରାଷ୍ଟ୍ରପତି କହିଛନ୍ତି।
ଏହାଛଡ଼ା, ରୁଷୀୟ ରାଷ୍ଟ୍ରପତି ମୋଦୀଙ୍କୁ କହିଥିଲେ କି, ୟୁକ୍ରେନ୍ ସଂର୍ଘଷ ଫଳରେ ଭାରତରେ ଉପୁଜି ଥିବା ପରିସ୍ଥିତି ବିଷୟରେ ସେ ଜାଣନ୍ତି। ଯଥାଶୀଘ୍ର ସମ୍ଭବ ଆମେ ଯୁଦ୍ଧର ଅବସାନ ଘଟାଇବାକୁ ଚାହୁଁଛୁ।
ପ୍ରାୟ ୨୪ ଘଣ୍ଟା ସମରକନ୍ଦ ଶେଷ କରି ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ପହଞ୍ଚିଛନ୍ତି।
Follow Us