ବାଇଡେନ୍‌ଙ୍କ ଦୁର୍ନୀତି ମାମଲାରେ ଗଣମାଧ୍ୟମ ନିରବ କାହିଁକି: ଟ୍ରମ୍ପ୍‌

ସେୟ‌ାର ବଜାରକୁ ପ୍ରଭାବିତ କରିପାରେ ଆମେରିକା ନିର୍ବାଚନ ଫଳାଫଳ

DNA India

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ସପ୍ତାହକରୁ କମ୍‌ ସମୟ ରହିଯାଇଥିବା ବେଳେ ଏବେ ଉଭୟ ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ଆକ୍ଷେପ ପ୍ରତି ଆକ୍ଷେପ ରୋଚକ ମୋଡ଼ରେ ପହଞ୍ଚିଛି। ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାରେ ପ୍ରମୁଖ ଗଣମାଧ୍ୟମମାନେ ନିରବ କାହିଁକି ବୋଲି ଆମେରିକାର ରାଷ୍ଟ୍ରପତି ତଥା ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ୍‌ ପ୍ରଶ୍ନ କରିଛନ୍ତି। ଜୋ ବାଇଡେନ୍‌ ରୁଷିଆଠାରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମାଧ୍ୟମରେ ୩.୫ ନିୟୁତ ଆମେରିକୀୟ ଡଲାର ପାଇଛନ୍ତି। କାରଣ ବାଇଡେନ୍‌ଙ୍କ ପୂର୍ବତନ ମସ୍କୋ ମେୟରଙ୍କ ସହ ଭଲ ସମ୍ପର୍କ ଥିଲା। ଏହି ବେଆଇନ ଅର୍ଥ ନେଣଦେଣରେ ବାଇଡେନ୍‌ ଲିପ୍ତ ଥିଲାବେଳେ ଆମେରିକୀୟ ଗଣମାଧ୍ୟମ ଏ ନେଇ ନିରବ କାହିଁକି ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ ପ୍ରଶ୍ନ କରିଛନ୍ତି। ବାଇଡେନ୍‌ଙ୍କ ଦୁର୍ନୀତି ସମସ୍ତେ ଜାଣିପାରୁଥିବା ବେଳେ ଗଣମାଧ୍ୟମ ଜାଣି ପାରୁନାହିଁ ନା ସବୁ ଜାଣି ନିରବ ରହୁଛି ବୋଲି ଟ୍ରମ୍ପ୍‌ କହିଛନ୍ତି। କିନ୍ତୁ ଏସବୁ ଦୁର୍ନୀତି ଅଭିଯୋଗକୁ ବାଇଡେନ୍‌ ଖଣ୍ଡନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe