ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତ୍ତି ପୂର୍ବରୁ ଚୟନ କମିଟିର ପରାମର୍ଶ ନିଆ ଗଲାନାହିଁ କାହିଁକି: ସରକାରଙ୍କୁ ପଚାରିଲେ ସୁପ୍ରିମ୍‌ କୋର୍ଟ

Advertisment
ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତ୍ତି ପୂର୍ବରୁ ଚୟନ କମିଟିର ପରାମର୍ଶ ନିଆ ଗଲାନାହିଁ କାହିଁକି: ସରକାରଙ୍କୁ ପଚାରିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କୁ କ୍ଷମତାଚ୍ୟୁତ କରିବା ପୂର୍ବରୁ ସିଲେକ୍‌ସନ୍‌ ପାନେଲ୍‌ର ପରାମର୍ଶ ନିଆ ଗଲା ନାହିଁ କାହିଁକି ବୋଲି ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ସରକାରଙ୍କୁ ପଚାରିଛନ୍ତି।

ସବିଆଇ ନମ୍ବର ୨ ରାକେଶ ଅସ୍ଥାନାଙ୍କ ସହ ବିବାଦ ହେବା ପରେ ବର୍ମାଙ୍କୁ ଛୁଟିରେ ପଠାଇବା ପ୍ରକ୍ରିୟା ଉପରେ ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ। ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟାଙ୍କୁ ପ୍ରଧାନ ବିଚାରପତି ଗୋଗୋଇ କହିଛନ୍ତି: ସରକାର ନିରପେକ୍ଷ ହେବା କଥା। ଆଲୋକ ବର୍ମାଙ୍କୁ କ୍ଷମତାଚ୍ୟୁତ କରିବା ପୂର୍ବରୁ ଚୟନ କମିଟିର ପରାମର୍ଶ ନେବାରେ କ’ଣ ଅସୁବିଧା ଥିଲା? ସର୍ବୋତ୍ତମ ଧାରା ଅବଲମ୍ବନ କରିବା ପ୍ରତ୍ୟେକ ସରକାରୀ କାର୍ଯ୍ୟର ସାରାଂଶ ହେବା କଥା। ବର୍ମାଙ୍କର ଅବସର ସମୟ ଜାନୁଆରି ୩୧ ହୋଇଥିବା କଥା ବିଚାରକୁ ନେଇ ସେ ଆହୁରି ପଚାରିଛନ୍ତି, ଅକ୍ଟୋବର ୨୩ ତାରିଖରେ ନିଷ୍ପତ୍ତି ଗ୍ରହଣ ନ କରିବା ପରିବର୍ତ୍ତେ ସରକାର ଆଉ କେତେ ମାସ ଅପେକ୍ଷା କଲେ ନାହିଁ କାହିଁକି।

ପ୍ରଧାନ ବିଚାରପତି ଆହୁରି କହିଛନ୍ତି ଯେ ବର୍ମା ଓ ଅସ୍ଥାନାଙ୍କ ବିବାଦ ରାତାରାତି ହୋଇ ନ ଥିବାରୁ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତ୍ତି ନେବା ପୂର୍ବରୁ ଚୟନ କମିଟିର ପରାମର୍ଶ ନିଆଗଲା ନାହିଁ କାହିଁକି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe