ସବୁ ଗାଁକୁ ଗ୍ରାମନେଟ୍‌ ୱାଇ-ଫାଇ ସଂଯୋଗ ଖୁବ୍‌ଶୀଘ୍ର

Advertisment

ସି-ଡଟର ୩୬ତମ ପ୍ରତିଷ୍ଠା ଦିବସ ପାଳନ

ସି-ଡଟର ୩୬ତମ ପ୍ରତିଷ୍ଠା ଦିବସ ପାଳନ

ସବୁ ଗାଁକୁ ଗ୍ରାମନେଟ୍‌ ୱାଇ-ଫାଇ ସଂଯୋଗ ଖୁବ୍‌ଶୀଘ୍ର

ResearchGate

ନୂଆଦିଲ୍ଲୀ : ସବୁ ଗାଁକୁ ଗ୍ରାମନେଟ୍‌ ମାଧ୍ୟମରେ ୧୦ ଏମ୍‌ବିପିଏସ୍‌ରୁ ୧୦୦ ଏମ୍‌ବିପିଏସ୍‌ ଗତିରେ ୱାଇ-ଫାଇ ସଂଯୋଗ ପ୍ରଦାନ କରାଯିବ। ସି-ଡଟର ୩୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସାମରାଓ ଧୋତ୍ରେ ଏହା ପ୍ରକାଶ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତନେଟ ମଧ୍ୟ ୧ ଜିବିପିଏସ ସଂଯୋଗ ପ୍ରଦାନ କରିବା ପାଇଁ ଯୋଜନା କରାଯାଉଛି। ଏହାକୁ ୧୦ ଜିବିପିଏସ୍‌ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ। ଆଜି ଶୁଭାରମ୍ଭ ହୋଇଥିବା ସି-ଡଟର ଏକ୍ସଜିଏସ-ପିଓଏନ ଏହାକୁ ସଫଳ କରିବାରେ ସମ୍ପୂର୍ଣ୍ଣ ଭାବେ ସହାୟକ ହେବ। କେନ୍ଦ୍ର ସରକାର ଯେତେବେଳେ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମବାର୍ଷିକୀ ପାଳନ କରୁଛି, ଏହା ବାପୁଙ୍କ ପାଇଁ ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଜାତିର ପିତା ଏକ ଆତ୍ମନିର୍ଭରଶୀଳ ଭାରତୀୟ ଗ୍ରାମର ସ୍ୱପ୍ନ ଦେଖିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧୋତ୍ରେ ଆହୁରି କହିଛନ୍ତି ଯେ, ସି-ଡଟର ସି-ସ୍ୟାଟ-ଫାଇ ପ୍ରଯୁକ୍ତି ଭାରତୀୟ ଜନସାଧାରଣ, ବିଶେଷ କରି ଗ୍ରାମୀଣ ତଥା ଦୁର୍ଗମ ଅଂଚଳ ଲୋକଙ୍କୁ ସଶକ୍ତ କରିବ। ଏହାଦ୍ୱାରା ଦେଶର ପ୍ରତ୍ୟେକ କୋଣଅନୁକୋଣରେ ମୋବାଇଲ ଫୋନରେ ୱାଇ-ଫାଇ ସୁବିଧା ଉପଲବ୍ଧ ହେବ। ଏହି ନୂତନ ବୈଷୟିକ ଜ୍ଞାନ ଫଳରେ ଫାଇବର ସଂଯୋଗ ଏବଂ ଇଂଟରନେଟ ଉପଲବ୍ଧ ନଥିବା ଦୁର୍ଗମ ଅଂଚଳର ଜନସାଧାରଣଙ୍କୁ ଉପଗ୍ରହ ସହିତ ସଂଯୁକ୍ତ କରାଯାଇ ମୁଖ୍ୟସ୍ରୋତକୁ ଅଣାଯାଇ ପାରିବ।

ଏଥିସହିତ କେନ୍ଦ୍ରମନ୍ତ୍ରୀ ସି-ଡଟର ନୂତନ ନବୋନ୍ମେଷ ସି-ସ୍ୟାଟ-ଫାଇ ଓ ସିଆଇଏସଟିବିର ଲୋକାର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ଇଟିଏସଆଇର ସାଧାରଣ ନିର୍ଦ୍ଦେଶକ ଶ୍ରୀ ଲୁଇସ ଜର୍ଜ ରୋମେରୋ ଏବଂ ୟୁରୋପ ସଂଘର ପ୍ରତିନିଧି ରେୟମଣ୍ଡ ମାଗିସ, ଚାର୍ଜ ଡି ଆଫାୟର୍ସ ଏବଂ ଟେଲି ଯୋଗାଯୋଗ ବିଭାଗର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe