ବାତ୍ୟା ସିତରାଙ୍ଗ ପ୍ରଭାବରେ ଆସାମରେ ବ୍ୟାପକ କ୍ଷୟକ୍ଷତି

Advertisment
ବାତ୍ୟା ସିତରାଙ୍ଗ ପ୍ରଭାବରେ  ଆସାମରେ ବ୍ୟାପକ କ୍ଷୟକ୍ଷତି

The Sentinel Assam

ଗୌହାଟୀ : ବାତ୍ୟା ସିତରାଙ୍ଗ ପ୍ରଭାବରେ ଆସାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟର ୮୩ଟି ଗାଁ ଏହି ବାତ୍ୟାରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ପ୍ରବଳ ଝଡ଼ବର୍ଷା ଯୋଗୁଁ ଶତାଧିକ ଘର ଓ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଛି ଏବଂ ବ୍ୟାପକ ଫସଲ ନଷ୍ଟ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ ୧୧୪୬ ଲୋକ ସିତରାଙ୍ଗରେ ପ୍ରଭାବିତ ହୋଇଛନ୍ତି ଏବଂ ୩୨୫.୫୦୧ ହେକ୍ଟର ଚାଷଜମିର ଫସଲ ନଷ୍ଟ ହୋଇଛି।

ସୋମବାର ରାତିରେ ସିତରାଙ୍ଗ ପ୍ରଭାବରେ ରାଜ୍ୟର ନାଗାଓଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିଲା। ଆସାମ ସମେତ ମେଘାଳୟ, ମିଜୋରାମ, ତ୍ରିପୁରାରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା। କେନ୍ଦ୍ରୀୟ ଆସାମର କାଳିଆବୋର୍, ବାମୁନି, ସାକମୁଥିଆ ଚା ଇଷ୍ଟେଟ୍ ଏବଂ ବୋରାଲିଗାଓଁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe