କୋଲକାତା: ପଶ୍ଚିମବଙ୍ଗର ୧୦୮ ପୌର ପାଳିକାର ୨,୧୭୧ ୱାର୍ଡରେ ରବିବାର ଦିନ ଭୋଟ୍ ଗ୍ରହଣ ଶେଷ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା। ରବିବାର ଦିନ ଭୋଟ୍ ଗ୍ରହଣ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ବୋମାମାଡ଼ ହୋଇଥିଲା। କେତେକ ସ୍ଥାନରେ ପୁଲିସ ଫାଙ୍କା ଗୁଳି ଚାଳନା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ମୁର୍ସିଦାବାଦରେ ନକଲି ଭୋଟରଙ୍କୁ ନେଇ ତୃଣମୂଳ ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହେବାରୁ ଅଣାୟତ୍ତ ସ୍ଥିତି ଉପୁଜିଥିଲା। ଉତ୍ତର ୨୪ ପ୍ରଗଣାର କମାରହାଟିରେ ବୋମାମାଡ଼ ହୋଇଥିଲା। ଉତ୍ତେଜନା ପ୍ରକାଶ ପାଇବାରୁ ନିର୍ବାଚନ କମିସନ୍ଙ୍କ ନିର୍ଦ୍ଦେଶରେ ୧୧ ଜଣଙ୍କୁ ଗିରଫ କରାଯାଇଥିଲା। ଭାଟପଡ଼ାରେ ବିଜେପି ପ୍ରାର୍ଥୀ ସଂଜୟ ସିଂହ ଓ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ଗିରଫ କରାଯାଇଥିଲା। ତୃଣମୂଳ ସମର୍ଥକମାନଙ୍କ ଦ୍ବାରା ବୁଥ୍ ଦଖଲକୁ ନେଇ ବନଗାଓଁ ନଗର ପାଳିକାର ୯ ନମ୍ବର ୱାର୍ଡରେ ଉତ୍ତେଜନା ପ୍ରକାଶ ପାଇଥିଲା। ହିଂସା ପ୍ରତିବାଦରେ ଆଜି (ସୋମବାର) ବିଜେପି ୧୨ ଘଣ୍ଟିଆ (ସକାଳ ୬ରୁ ସନ୍ଧ୍ୟା ୬) ବନ୍ଦ ଡାକରା ଦେଇଛି।
ପଶ୍ଚିମବଙ୍ଗ ପୌର ନିର୍ବାଚନରେ ବ୍ୟାପକ ହିଂସା: ବିଜେପିର ୧୨ ଘଣ୍ଟିଆ ବନ୍ଦ ଆଜି
Advertisment
Follow Us