photo-live hindustan
ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଆଜି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିଶୃଙ୍ଖଳା କରୁଥିବା ଅଭିଯୋଗରେ ଜେଲରେ ଥିବା ସ୍ୱାମୀଙ୍କୁ ମୁକୁଳାଇବା ପାଇଁ ତାଙ୍କର ଦୁଇ ପତ୍ନୀ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ଉଭୟ ମହିଳା ପୁଲିସ ଷ୍ଟେସନରେ ପହଞ୍ଚି ହଙ୍ଗାମା କରିଥିଲେ | ପ୍ରଥମ ପତ୍ନୀ ଜଣେ ପୁଲିସ କର୍ମଚାରୀଙ୍କ ୟୁନିଫର୍ମ ଟାଣି ଚିରିଦେଇଥିବାବେଳେ ଦ୍ଵିତୀୟ ପତ୍ନୀ ଅନ୍ୟ ଜଣେ ପୁଲିସ କର୍ମଚାରୀଙ୍କ ମୋବାଇଲ ଫୋନ ଭାଙ୍ଗି ଦେଇଛନ୍ତି। ଉଭୟ ମହିଳା କହିଥିଲେ ଯେ ସେମାନେ ଜୀବିତ ଥିବା ପର୍ଯ୍ୟନ୍ତ ତାଙ୍କ ସ୍ୱାମୀଙ୍କୁ ଜେଲ ଯିବାକୁ ଦେବେ ନାହିଁ।
ଖବର ଅନୁଯାୟୀ ଗିରଫ ଅଭିଯୁକ୍ତ ମହେଶ ବାରୱା ରୋହିଣୀ ସେକ୍ଟର -୩ ରେ ରୁହନ୍ତି। ମହେଶଙ୍କ ନାମରେ କିଛି ଦିନ ପୂର୍ବରୁ ପୁଲିସ ଷ୍ଟେସନରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ଏହି ଘଟଣାରେ ପଚରାଉଚରା ପାଇଁ ପୁଲିସ ତାଙ୍କୁ ଥାନାକୁ ଡାକିଥିଲା। ପଚରାଉଚରା ବେଳେ ମହେଶ ଗୁପ୍ତରେ ପୁଲିସର ଭିଡିଓ କରୁଥିଲେ ।
ଯେତେବେଳେ ତଦନ୍ତକାରୀ ଅଧିକାରୀ ତାଙ୍କୁ ଭିଡିଓ କରିବାକୁ ବାରଣ କରିଥିଲେ, ସେତେବେଳେ ସେ ହଙ୍ଗାମା କରିଥିଲେ । ଏହା ପରେ ବିଶୃଙ୍ଖଳା କରିଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିଲା। ସ୍ୱାମୀଙ୍କୁ ଗିରଫ କରାଯିବା ପରେ ପତ୍ନୀମାନେ ରାଗି ଯାଇଥିଲେ। ଆଉ ଦୁଇ ପତ୍ନୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି |
Follow Us