ଟ୍ରାଫିକ୍ ଜାମରେ ଫସିଗଲେ ସ୍ବାମୀ; ଗାଡ଼ି ଭିତରେ ଛଟପଟ ହୋଇ ଉଡ଼ିଗଲା ସ୍ତ୍ରୀଙ୍କ ପ୍ରାଣବାୟୁ

ଟ୍ରାଫିକ ଜାମ ପ୍ରଥମେ ମୋ ବାପାଙ୍କୁ ଏବେ ମୋ ସ୍ତ୍ରୀଙ୍କୁ ମୋ ଠାରୁ ଛଡ଼ାଇ ନେଲା। ଏଥିପାଇଁ ଦାୟୀ କିଏ ହେବ କହି ପାରିବେ କି? ବାପା ଓ ସ୍ତ୍ରୀଙ୍କୁ ହରାଇବା ଦୁଃଖ କ’ଣ ତାହାକୁ ମୁଁ ଶବ୍ଦରେ ବଖାଣି ପାରିବିନାହିଁ।

New Project (7)

ନୂଆଦିଲ୍ଲୀ: ଟ୍ରାଫିକ ଜାମ ହେତୁ କାନପୁରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। 

ସୂଚନାଯୋଗ୍ୟ, ଗୋବିନ୍ଦନଗରର ଡାବାଉଲିର ବାସିନ୍ଦା ସୋନୁ ଗୁପ୍ତା ଜଣେ ପ୍ରପର୍ଟି ଡିଲର ଭାବେ କାମ କରନ୍ତି। ସୋନୁ ଟ୍ରାଫିକ ଜାମ ହେତୁ ନିକଟରେ ତାଙ୍କ ସ୍ତ୍ରୀଙ୍କୁ ହରାଇ ଦେଇଛନ୍ତି।

ସ୍ତ୍ରୀଙ୍କୁ ହରାଇବା ଘଟଣାକୁ ବଖାଣି ସୋନୁ କାନ୍ଦିକାନ୍ଦି କହିଛନ୍ତି, ‘ଅଗଷ୍ଟ ୧୪ ତାରିଖରେ ସ୍ତ୍ରୀ ବରଖା ଗୁପ୍ତା ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ତାଙ୍କୁ ଚିକିତ୍ସା ପାଇଁ କାର ଯୋଗେ ହସ୍ପିଟାଲ ନେଇ ଯାଉଥିଲି। ମେଟ୍ରୋ ନିର୍ମାଣ କାର୍ଯ୍ୟ ଯୋଗୁଁ ହସ୍ପିଟାଲ ଯିବା ସମୟରେ ଶାସ୍ତ୍ରୀ ଚୌକରୁ ବିଜୟନଗର ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ହୋଇ ଯାଇଥିଲା। କୌଣସି ପ୍ରକାରେ ମୁଁ ଦାଦାନଗର ସେତୁ ଦେଇ ଫଜଲଗଞ୍ଜ ଅଗ୍ନିଶମ ବାହିନୀରୁ ଗଡରିଆନ୍ ପୂର୍ବା ଆଡକୁ ଯାତ୍ରା ଆରମ୍ଭ କରିଥିଲି। କିନ୍ତୁ ଦୁର୍ଭାଗ୍ୟବଶତଃ ଏଠାରେ ବି ଟ୍ରକଗୁଡ଼ିକର ଜାମ ଲାଗି ରହିଥିଲା। ଅନେକ ବାଟ ବୁଲିବୁଲି ୪୫ମିନିଟ ପରେ ଯାଇ ହସ୍ପିଟାଲରେ ପହଞ୍ଚିଥିଲି। ହସ୍ପିଟାଲ ପହଞ୍ଚି ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବାକୁ ଡାକ୍ତରଙ୍କୁ ଅନୁରୋଧ କରିଲା ବେଳକୁ ସେ ମୋ ବରଖାଙ୍କୁ ମୃତ ଘୋଷଣା କରିଥିଲେ। 

ଏହି ଟ୍ରାଫିକ ଜାମ ୨୦୧୬ ମସିହାରେ ମୋ ବାପାଙ୍କ ଜୀବନ ନେଇଥିବା ବେଳେ ଏବେ ସ୍ତ୍ରୀଙ୍କ ଜୀବନ ନେଇ ଯାଇଛି। ମୋର ଦେଢ଼ ବର୍ଷର ଝିଅ ଶୁଭି, ୧୧ ବର୍ଷର ପୁଅ ଅଂଶ ଏବଂ ୧୪ ବର୍ଷର ପୁଅ ଶୌର୍ଯ୍ୟ ତାଙ୍କ ମା’କୁ ଖୁବ ଖୋଜୁଛନ୍ତି।

୨୦୧୬ ମସିହାରେ ବାପା ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ହୃଦଘାତ  ହୋଇଥିବା ସନ୍ଦେହ କରି ମୁଁ ବାପାଙ୍କୁ କାର୍ଡିଓଲୋଜିଙ୍କ ପାଖକୁ ନେଇ ଯାଉଥିବା ବେଳେ ଟ୍ରାଫିକ ଜାମରେ ଫସି ଯାଇଥିଲି। ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମରେ ଫସି ରହିବା ପରେ, ଯେତେବେଳେ କୌଣସି ପ୍ରକାରେ ହସ୍ପିଟାଲରେ ପହଞ୍ଚିଲି ଡାକ୍ତରମାନେ ମୋ ବାପାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମାନ ଘଟଣା ମୋ ସ୍ତ୍ରୀ କ୍ଷେତ୍ରରେ ପୁନରାବୃତ୍ତି ହୋଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe