ଏସସିବି ମେଡିକାଲରେ ଦୁଇଦିନ ହେବ ସ୍ୱାମୀ ଗୋପାଳ ହେମ୍ବ୍ରମକୁ ଖୋଜୁଛନ୍ତି ପତ୍ନୀ ରୁପା

Advertisment
ଏସସିବି ମେଡିକାଲରେ ଦୁଇଦିନ ହେବ ସ୍ୱାମୀ ଗୋପାଳ ହେମ୍ବ୍ରମକୁ ଖୋଜୁଛନ୍ତି ପତ୍ନୀ ରୁପା

କଟକ: ଏସସିବି ମେଡିକାଲରେ ଦୁଇଦିନ ହେବ ସ୍ୱାମୀ ଗୋପାଳ ହେମ୍ବ୍ରମକୁ ଖୋଜୁଛନ୍ତି ପଶ୍ଚିମବଙ୍ଗର ରୁପା ହେମ୍ବ୍ରମ। ସାନ୍ତରାଗାଛି ଜଙ୍କସନରୁ ଚେନ୍ନାଇ ଯାତ୍ରା କରୁଥିବା ବେଳେ କରମଣ୍ଡଳ ଏକ୍ସପ୍ରେସ ବାହାନଗାଠାରେ  ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଖବର ପାଇ ସ୍ତ୍ରୀ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ଗୋପାଳଙ୍କୁ ଖୋଜିବାକୁ ଲାଗିଥିବା ବେଳେ ପରେ ବାଲେଶ୍ୱର ଓ ଭଦ୍ରକ ହସ୍ପିଟାଲରେ ଖୋଜିଥିଲେ।

ହେଲେ ସେଠାରେ ତାଙ୍କ ସ୍ୱାମୀ ଏସସିବିରେ ଚିକିତ୍ସା ହେଉଥିବା ସୂଚନା ପାଇ ଦୁଇଦିନ ହେବ ଏସସିବି ମେଡିକାଲ ଆସି ସହାୟତା କେନ୍ଦ୍ରରେ ବୁଝିବା ପରେ ଏଠାରେ ସ୍ୱାମୀଙ୍କ ପତ୍ତା ପାଇ ପାରି ନାହାନ୍ତି।

ଆଜି ପରିବାରର ଦୁଇ ସଦସ୍ୟ ଏମ୍ସ ହସ୍ପିଟାଲର ଶବାଗାରରେ ଯାଇ ଚିହ୍ନଟ କରୁଥିବା କହିଛନ୍ତି ରୁପା। ସରକାର ତାଙ୍କ ସ୍ୱାମୀକୁ ଖୋଜିବାରେ ସହାୟତା କରନ୍ତୁ ବୋଲି ଅନୁରୋଧ କରିଛନ୍ତି ରୁପା ହେମ୍ବ୍ରମ।

ଏପଟେ ବାହାନଗା ବଜାର ଟ୍ରେନ ଦୁର୍ଘଟଣାରେ ମୃତକମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe