ସମଗ୍ର ୟୁରୋପ୍‌ରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ: ଫ୍ରାନ୍‌ସ୍‌ ଓ ସ୍ପେନ୍‌ରେ ବନାଗ୍ନି ଯୋଗୁଁ ଜନସ୍ଥାନାନ୍ତରଣ

ସମଗ୍ର ୟୁରୋପ୍‌ରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ: ଫ୍ରାନ୍‌ସ୍‌ ଓ ସ୍ପେନ୍‌ରେ ବନାଗ୍ନି ଯୋଗୁଁ ଜନସ୍ଥାନାନ୍ତରଣ

Image Courtesy of Zee News

ପ୍ୟାରିସ୍‌: ୟୁରୋପ୍‌ର ବିଭିନ୍ନ ପ୍ରାନ୍ତରେ ଗ୍ରୀଷ୍ମ ପ୍ରବାହ ପ୍ରକୋପ ବୃଦ୍ଧି ଯୋଗୁଁ ସରକାରୀ ଅଧିକାରୀମାନେ ବାଧ୍ୟ ହୋଇ ଅସଂଖ୍ୟ ଜନତାଙ୍କୁ ଘରୁ ସ୍ଥାନାନ୍ତରଣ କରୁଥିବା ବେଳେ ଶନିବାର ଦିନ ଦକ୍ଷିଣପଶ୍ଚିମ ଫ୍ରାନ୍‌ସ୍‌ ଏବଂ ସ୍ପେନ୍‌ରେ ବନାଗ୍ନି ଲାଗିଥିବା କଥା ବିଭିନ୍ନ ବିଦେଶୀ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ଆଞ୍ଚଳିକ ସରକାରୀ ଅଧିକାରୀମାନେ ବିବୃତି ଦେଇ କହିଛନ୍ତି, ଶନିବାର ଅପରାହ୍ଣ ସୁଦ୍ଧା ଫ୍ରାନ୍‌ସ୍‌ର ଜିରଣ୍ଡେ ଅଞ୍ଚଳରୁ ପ୍ରାୟ ୧୪,୦୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ୧,୨୦୦ରୁ ଅଧିକ ଦମକଳ କର୍ମଚାରୀ ବନାଗ୍ନି ଲିଭାଇବାକୁ ଉଦ୍ୟମ ଚଳାଇଛନ୍ତି।

publive-image Image Courtesy of India Today

ଗତ କିଛି ସପ୍ତାହ ହେବ ଫ୍ରାନ୍ସ୍‌ ଏବଂ ପର୍ତ୍ତୁଗାଲ୍‌ ଓ ସ୍ପେନ୍‌ ଭଳି ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡ଼ିକରେ ବନାଗ୍ନି ବ୍ୟାପିଚାଲିଛି। ଶୁକ୍ରବାର ସୁଦ୍ଧା ଜିରୋଣ୍ଡେ ଅଞ୍ଚଳରେ ୭,୩୦୦ ହେକ୍ଟର୍‌ ଅରଣ୍ୟରେ ନିଆଁ ଲାଗିଥିବା ବେଳେ ଶନିବାର ବେଳକୁ ତାହା ୧୦,୦୦୦ ହେକ୍ଟର୍‌କୁ ବ୍ୟାପିଯାଇଛି।

‘ତୃତୀୟ କେର୍‌ଲସ୍‌ ‌ସ୍ବାସ୍ଥ୍ୟ ପ୍ରତିଷ୍ଠାନ’ ରିପୋର୍ଟ ଅନୁସାରେ, ପ୍ରାୟ ଏକ ସପ୍ତାହବ୍ୟାପୀ ଚାଲିଥିବା ଗ୍ରୀଷ୍ମ ପ୍ରବାହ ଯୋଗୁଁ ୩୬୦ଜଣଙ୍କର ମୃତ୍ୟୁ ଘଟିଲାଣି।

କେଉଁଠାକୁ ଯିବେ ବୋଲି ନିର୍ଦେଶ ନ ଦେଇ ସ୍ଥାନ ଛାଡ଼ି ଚାଲିଯିବା ଲାଗି ସାଇରନ୍‌ ବଜାଇ ରାସ୍ତାରେ ପଇନ୍ତରା ମାରୁଥିବା ପୁଲିସ ଗାଡ଼ି ଜନସାଧାରଣଙ୍କୁ କହୁଥିବା କଥା ଜନ୍‌ ‌ପ୍ରିଟି ନାମରେ ଜଣେ ୮୩ ବର୍ଷିୟ ବ୍ରିଟିଶ୍‌ ନାଗରିକ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe