ମମତା କହିଲେ, ସୌରଭଙ୍କୁ କହିବି ଅମିତ ଶାହାଙ୍କୁ ‘ମିଷ୍ଟି ଦୋଇ’ ଖାଇବାକୁ ଦେବେ

ମମତା କହିଲେ, ସୌରଭଙ୍କୁ କହିବି ଅମିତ ଶାହାଙ୍କୁ ‘ମିଷ୍ଟି ଦୋଇ’ ଖାଇବାକୁ ଦେବେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ସୌରଭ ଗାଙ୍ଗୁଲିଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ‘ମିଷ୍ଟି ଦୋଇ’ (ମିଠା ଦହି) ଖାଇବାକୁ ଦେବାକୁ କହିବେ। ସଂପ୍ରତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କର ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା ସମୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଭେଟିବେ ବୋଲି କଳ୍ପନାଜଳ୍ପନା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତାଙ୍କର ଏହି ମନ୍ତବ୍ୟ ଆସିଛି।

ଅମିତ ଶାହା ଶୁକ୍ରବାର ଦିନ ସୌରଭ ଗାଙ୍ଗୁଲିଙ୍କ ବାସଭବନ ପରିଦର୍ଶନ କରିବାର ସମ୍ଭାବନା ରହିଛି। ସେ ସନ୍ଧ୍ୟା ୬ଟାରେ ଭିକ୍ଟୋରିଆ ମେମୋରିଆଲରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଯେଉଁଠାରେ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଅଭିନୟ କରିବେ। କାର୍ଯ୍ୟକ୍ରମ ପରେ ଡୋନା ଗାଙ୍ଗୁଲିଙ୍କ ସହ ଅମିତ ଶାହା ତାଙ୍କ ଘରକୁ ଯିବାର ସମ୍ଭାବନା ରହିଛି। ତେବେ ଅମିତ ଶାହାଙ୍କ ଗସ୍ତ ସୂଚୀରେ ସୌରଭ ଗାଙ୍ଗୁଲିଙ୍କ ସହ ସାକ୍ଷାତ ବିଷୟରେ କୌଣସି ଉଲ୍ଲେଖ ନାହିଁ।
ଏହି ସମୟରେ ଅମିତ ଶାହା ଓ ସୌରଭ ଗାଙ୍ଗୁଲିଙ୍କ ସମ୍ଭାବ୍ୟ ବୈଠକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଅତିଥିମାନଙ୍କୁ ସ୍ୱାଗତ କରିବା ଏବଂ ସେମାନଙ୍କର ଯତ୍ନ ନେବା ପଶ୍ଚିମବଙ୍ଗର ସଂସ୍କୃତି। ଯଦି ଗୃହମନ୍ତ୍ରୀ ସୌରଭଙ୍କ ଘରକୁ ଯାଆନ୍ତି, ତେବେ ଏଥିରେ କ୍ଷତି କ’ଣ? ମୁଁ ସୌରଭଙ୍କୁ କହିବି ଯେ ତାଙ୍କୁ ‘ମିଷ୍ଟି ଦୋଇ’ ଖାଇବାକୁ ଦିଅନ୍ତୁ ବୋଲି ମମତା ବାନାର୍ଜୀ ଗୁରୁବାର ଦିନ କହିଛନ୍ତି।

୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ନାମ ବିଜେପିରେ ଯୋଗଦେବାର ସମ୍ଭାବନା ଥିବା ପ୍ରାର୍ଥୀଙ୍କ ତାଲିକା ମଧ୍ୟରେ ରହିଥିବା ସାମ୍ନାକୁ ଆସିଥିଲା। ଏବେ ଅମିତ ଶାହା ତାଙ୍କ ବାସଭବନରେ ସୌରଭ ଗାଙ୍ଗୁଲିଙ୍କୁ ଦେଖା କରିବେ ବୋଲି ଖବର ପ୍ରଚାରିତ ହେବାପରେ ପୂର୍ବତନ କ୍ରିକେଟରଙ୍କ ଭବିଷ୍ୟତ ରାଜନୈତିକ ପଦକ୍ଷେପକୁ ନେଇ ପୁଣି ଥରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe