ଯଦି ଭୁଲ୍‌ କରେ ନିଜ ନି‌ଜର ମୁଣ୍ଡ କାଟିପକାଇବି: କର୍ଣ୍ଣାଟକ ହାଇକୋର୍ଟ ବିଚାରପତି

ଯଦି ଭୁଲ୍‌ କରେ ନିଜ ନି‌ଜର ମୁଣ୍ଡ କାଟିପକାଇବି: କର୍ଣ୍ଣାଟକ ହାଇକୋର୍ଟ ବିଚାରପତି

Image Courtesy of India Today

ବେଙ୍ଗାଲୁରୁ: ଯଦି କିଛି ଭୁଲ୍‌ କରେ ତେବେ ବିଧାନ ସୌଧ ଏବଂ ହାଇକୋର୍ଟ ସମ୍ମୁଖରେ ଠିଆ ହୋଇ ନିଜେ ନିଜର ମୁଣ୍ଡକାଟି ପକାଇବାକୁ ମୁଁ ପ୍ରସ୍ତୁତ ରହିଛି। ଏଭଳି ମନୋଭାବ ନେଇ ମୁଁ ବିଚାରପତି ଭାବେ କାର୍ଯ୍ୟ କରେ ବୋଲି ଶୁକ୍ରବାର ଦିନ ଏକ କାର୍ଯ୍ୟକ୍ରମରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବି. ବୀରାପ୍ପା କହିଛନ୍ତି।

ଓକିଲମାନେ ହାଇକୋର୍ଟ ବିଚାରପତିଙ୍କ ଖ୍ୟାତି ଉପରେ ଆଞ୍ଚ୍‌ ଆଣିବା ସହିତ ଅଦାଲତରେ ବିଚାର ଚାଲିଥିବା ବେଳେ ସେମାନଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରୁଥିବା ରିପୋର୍ଟ ପ୍ରକାଶ ପାଇବା ପରେ ବୀରାପ୍ପା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ମୁଖ୍ୟ ବିଚାରପତି ଋତୁରାଜ ଅୱସ୍ଥିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ନିମନ୍ତେ ‘ଆଡ୍‌ଭୋକେଟ୍‌ସ୍‌ ଆସୋସିଏସନ୍‌ ବେଙ୍ଗାଲୁରୁ’(ଏଏବି) ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ବିଚାରପତି ବୀରାପ୍ପା ଏଭଳି କହିବା ପରେ ‘ଏଏବି’ର ଅଧ୍ୟକ୍ଷ ବିବେକ ସୁବ୍‌ବା ରେଡ୍ଡୀ ପ୍ରତିକ୍ରିୟା ବ୍ୟକ୍ତକରି କହିଲେ, ବିଶେଷକରି, ସାଧୁତା ବଜାୟ ରଖି ନ ହେବା ଭଳି ପରିସ୍ଥିତିରେ ବିଚାରପତିଙ୍କ ସାଧୁତା ଉପରେ ସନ୍ଦେହ ଉଠିବା ଠାରୁ ବଳି ଆଉ ବଡ଼ କଥା (ବିଚାରପତିଙ୍କ ପାଇଁ) ଆଉ କ’ଣ ଥାଇପାରେ?

publive-image Image Courtesy of The Print

ପ୍ରାପ୍ତ ସୂଚନା ଅନୁସାରେ, ବିଚାରପତି ବୀରାପ୍ପା ଆହୁରି ମଧ୍ୟ କହିଲେ, ବିଚାରପତିମାନଙ୍କ ନାଁରେ ବାର୍‌ର ସଦସ୍ୟମାନେ ଭିତ୍ତିହୀନ ଅଭିଯୋଗ କରୁଥିବା ବେଳେ ଓକିଲ ସଂଘ ବିଚାର ବ୍ୟବସ୍ଥାକୁ ଉଦ୍ଧାର କରିବା ନିମନ୍ତେ ଆଗେଇ ଆସିବା ଉଚିତ। ଅବଶ୍ୟ ବାର୍‌ ସଦସ୍ୟମାନଙ୍କର ଏଭଳି ଆଚରଣ କିଛି ପରିମାଣରେ ସହ୍ୟ କରିହେବ, କିନ୍ତୁ ସୀମା ଟପିଲେ ଉକ୍ତ ଆଡ୍‌ଭୋକେଟ୍‌ଙ୍କ ପ୍ରତି ସୁଦର୍ଶନ ଚକ୍ର ଛାଡ଼ିବା ଛଡ଼ା ବିଚାରପତିଙ୍କ ପାଖରେ ଅନ୍ୟ ବିକଳ୍ପ ନ ଥିବ।

ଏହାର ପ୍ରତ୍ତ୍ୟୁତର ଦେବାକୁ ଯାଇ ସୁବ୍‌ବା ରେଡ୍ଡୀ କହିଲେ, ବିଚାରପତିଙ୍କ ସାଧୁତା ଉପରେ ଜଣେ ଆଡ୍‌ଭୋକେଟ୍‌ ଅଭିଯୋଗ କରିବା ଅତି ବିରଳ ଘଟଣା। ସେଭଳି ଆଡ୍‌ଭୋକେଟ୍‌ଙ୍କୁ ନିୟନ୍ତ୍ରଣ କରିହେବ, ଏଥିରେ ସନ୍ଦେହ ନାହିଁ। ଓକିଲମାନଙ୍କ ପ୍ରତି ଅସହିଷ୍ଣୁ ଏବଂ ଅସୌଜନ୍ୟ ଆଚରଣ କରୁଥିବା ନିମ୍ନ ଅଦାଲତର ବିଚାରପତିଙ୍କ କ୍ଷେତ୍ରରେ ସୁଦର୍ଶନ ଚକ୍ର ପ୍ରୟୋଗ ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe