‘ଲଭ୍ ଜିହାଦ୍‌’ ଦମନ ଲାଗି କଠୋର ଆଇନ କରାଯିବ ବୋଲି ଚେତାବନୀ ଦେଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Advertisment
ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାନୁଷ୍ଠାନ, ୪ ଅଫିସରଙ୍କୁ ପିଅନ ପଦକୁ ଖସାଇଲେ

Image Courtesy of Zee News

ଜଉନପୁର: କେବଳ ବିବାହ ଉଦ୍ଦେଶ୍ୟରେ ଧର୍ମ ପରିବର୍ତ୍ତନ ଆଇନସମ୍ମତ ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ସ୍ବାଗତ କରି ଶନିବାର ଦିନ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ତାଙ୍କ ସରକାର ‘ଲଭ୍‌ ଜିହାଦ୍‌’କୁ କଠୋର ଆଇନଦ୍ବାରା ଦମନ କରିବ।

ଲୋକମାନଙ୍କୁ କଡ଼ା ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ ଯାଗୀ ଆଦିତ୍ୟନାଥ କହିଛନ୍ତି, ପ୍ରକୃତ ନାମ ଓ ପରିଚୟ ଲୁଚାଇ ଲୋକେ ଯଦି ଝିଅ ଭଉଣୀମାନଙ୍କ ଇଜ୍ଜତ୍‌ ସହ ଖେଳିବା ବନ୍ଦ ନ କରନ୍ତି ‘ରାମ ନାମ ସତ୍ୟ’ ଯାତ୍ରା ଆରମ୍ଭ ହେବ।

publive-image Image Courtesy of India TV News

‘ଲଭ୍‌ ଜିହାଦ’ରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କର ପୋଷ୍ଟର୍‌ ଛକମାନଙ୍କରେ ଲଗାଯିବ ବୋଲି ମଧ୍ୟ ସେ ସତର୍କ କରାଇ ଦେଇଛନ୍ତି। ମହିଳାଙ୍କ ନିରାପତ୍ତା, ସୁରକ୍ଷା ଏବଂ ସମ୍ମାନ ପାଇଁ ତାଙ୍କ ସରକାର ‘ମିସନ ଶକ୍ତି’ ଯୋଜନା କରୁଛନ୍ତି। ତଥାପି ଯଦି କେହି ଦୁଃସାହସ କରି ‘ଲଭ୍ ଜିହାଦ୍‌’ରେ ଲିପ୍ତ ରହେ, ସେମାନଙ୍କ କଥା ବୁଝିବା ପାଇଁ ‘ମିସନ୍‌ ଶକ୍ତି’ ପ୍ରସ୍ତୁତି ଚାଲିଛି ବୋଲି ମନେରଖିବାକୁ ପଡ଼ିବ।

ଜଉନପୁର ଏବଂ ଦେଓରିଆ ଅନ୍ତର୍ଗତ ମହ୍ଲାନି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନଭେମ୍ବର ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପ୍ରଚାର ରାଲିରେ ଉଦ୍‌ବୋଧନ ଦେବା ବେଳେ ଯୋଗୀ ଆଦିତ୍ୟନାଥ ଏହା ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe