୨୭ବର୍ଷ ହୋଇଗଲାଣି, ଦୟାକରି ବିଜେପି-କଂଗ୍ରେସକୁ ଛାଡ଼ି ଝାଡୁ ଚିହ୍ନରେ ଭୋଟ ଦିଅନ୍ତୁ: କେଜ୍ରିୱାଲ

Advertisment
୨୭ବର୍ଷ ହୋଇଗଲାଣି, ଦୟାକରି ବିଜେପି-କଂଗ୍ରେସକୁ ଛାଡ଼ି ଝାଡୁ ଚିହ୍ନରେ ଭୋଟ ଦିଅନ୍ତୁ: କେଜ୍ରିୱାଲ

ନୂଆଦିଲ୍ଲୀ: ଆଗକୁ ଗୁଜରାଟରେ ହେବ ବିଧାନସଭା ନିର୍ବାଚନ। ଦିଲ୍ଲୀ ଓ ପଞ୍ଜାବ ପରେ ଗୁଜରାଟ ହାତେଇବା ପାଇଁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଭିନ୍ନ ଭିନ୍ନ ରଣନୀତି କରୁଥିବା ବେଳେ ଏବେ ସେ ସିଧାସଳଖ ଭାବେ ଆପକୁ ଭୋଟ ଦେବାକୁ କହିଛନ୍ତି। ବର୍ତ୍ତମାନ ୨୭ବର୍ଷ ହୋଇଗଲାଣି। ଦୟାକରି ସେମାନଙ୍କୁ(ବିଜେପି-କଂଗ୍ରେସ) ଛାଡ଼ି ଝାଡୁ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ।

ସେ କହିଛନ୍ତି ଯେ, ଗତଥର ମୁଁ ଗୁଜରାଟକୁ ଆସିଥିବା ବେଳେ ଜଣେ ବ୍ୟକ୍ତି ମୋ ପାଖକୁ ଆସି କହିଥିଲେ ଯେ ଯେତେବେଳେ ସେ ଚାକିରି ପାଇଁ ବିଜେପି ପାଖକୁ ଯାଇଥିଲେ ସେତେବେଳେ ତାଙ୍କୁ ତଡ଼ି ଦିଆଯାଇଥିଲା। ମୁଁ କହିବାକୁ ଚାହେଁ ଯେ, ବିଜେପି କୌଣସି କାମ କରିବାକୁ ଚାହେଁ ନାହିଁ। ସେମାନଙ୍କର ପୁଅ ଚେୟାରମ୍ୟାନ୍ ହେବେ ଏବଂ ଭଲ ପଦବୀରେ ରହିବେ। ହେଲେ ସେମାନେ ସାଧାରଣ ଲୋକଙ୍କ ବିଷୟରେ ଚିନ୍ତା କରିବେ ନାହିଁ। ହେଲେ ମୁଁ ପ୍ରତିଶ୍ରୁତି ଦେଉଛି ଯେ, ଚାକିରି ଦେବା ସହ କ୍ଷମତାକୁ ଆସିବା ପରେ ଗୁଜରାଟର ପ୍ରତ୍ୟେକ ଗାଁରେ ଆପ୍ ସରକାରୀ ବିଦ୍ୟାଳୟ ନିର୍ମାଣ କରିବ। ଆମେ କୁଚ ଅଞ୍ଚଳର ପ୍ରତ୍ୟେକ କୋଣକୁ ନର୍ମଦା ଜଳ ଆଣିବୁ। ଆପଣଙ୍କ ପିଲାମାନଙ୍କର ଭବିଷ୍ୟତ ପାଇଁ ଆପକୁ କେବଳ ଗୋଟିଏ ସୁଯୋଗ ଦିଅନ୍ତୁ। ବର୍ତ୍ତମାନ ୨୭ବର୍ଷ ହୋଇଗଲାଣି। ଦୟାକରି ସେମାନଙ୍କୁ(ବିଜେପି-କଂଗ୍ରେସ) ଛାଡ଼ି ଝାଡୁ ଚିହ୍ନରେ ଭୋଟ ଦିଅନ୍ତୁ। ନିକଟରେ ହୋଇଥିବା ଏକ ସର୍ଭେରେ ସ୍ପଷ୍ଟ ଭାବେ ଜଣାପଡ଼ିଛି ଯେ ଗୁଜରାଟରେ ଆମ୍ ଆଦମୀ ପାର୍ଟି ଏକ ବୃହତ ବ୍ୟବଧାନରେ ଜିତିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe