ହିଜାବରେ ହାତ ଲଗାଇଲେ ହାତ କାଟିଦିଆଯିବ: ସମାଜବାଦୀ ପାର୍ଟି ନେତ୍ରୀ ରୁବିନା ଖାନ୍

Advertisment
ହିଜାବରେ ହାତ ଲଗାଇଲେ ହାତ କାଟିଦିଆଯିବ: ସମାଜବାଦୀ ପାର୍ଟି ନେତ୍ରୀ ରୁବିନା ଖାନ୍

indiatoday

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବକୁ ନେଇ ଆରମ୍ଭ ହୋଇଥିବା ବିବାଦ ବନ୍ଦ ହେବାର ନାଁ ନେଉନାହିଁ। ଦିନକୁ ଦିନ ଏହି ବିବାଦ ଅନ୍ୟ ରାଜ୍ୟରେ ମଧ୍ୟ ମୁଣ୍ଡ ଟେକିବା ଆରମ୍ଭ କଲାଣି। ନିର୍ବାଚନ ଋତୁରେ ବିଭିନ୍ନ ଦଳ ଏହି ଘଟଣାକୁ ଅଧିକ ବିବାଦୀୟ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରୁଛନ୍ତି। ଏଭଳି ସ୍ଥିତିରେ ଏବେ ଅଲିଗଡ଼ ସମାଜବାଦୀ ପାର୍ଟିର ନେତ୍ରୀ ରୁବିନା ଖାନ୍ ହିଜାବକୁ ସମର୍ଥନ କରି ମୁହଁ ଖୋଲିଛନ୍ତି। ହିଜାବରେ ହାତ ଲଗାଇଲେ ହାତ କାଟିଦିଆଯିବ ବୋଲି କହିଛନ୍ତି ରୁବିନା।

Hijab aajtak

ସେ କହିଛନ୍ତି ଯେ, ଭାରତ ବିବିଧତାର ଦେଶ। ଏଠାରେ କିଛି ଲୋକଙ୍କ କପାଳରେ ତିଲକ, କିଛି ଲୋକଙ୍କ ଶରୀରରେ ହିଜାବ କିମ୍ବା ପଗଡି ଥାଏ। ମୁଣ୍ଡରେ ଓଢ଼ଣା ହେଉ କିମ୍ବା ହିଜାବ, ଏସବୁ ଆମର ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଉପରେ ରାଜନୀତି କରି ବିବାଦ ସୃଷ୍ଟି କରିବା ଉଚିତ୍ ନୁହେଁ। ମହିଳାମାନଙ୍କୁ ଦୁର୍ବଳ ଭାବିବାରେ ଭୁଲ କରନ୍ତୁ ନାହିଁ। ଏଥିରେ ସରକାର କେଉଁ ଦଳ ହୁଅନ୍ତୁ ନା କାହିଁକି, ଯଦି ମା’-ଭଉଣୀଙ୍କ ଆତ୍ମସମ୍ମାନର କଥା ଆସେ ତେବେ ଆମେ ଝାନ୍ସି ରାଣୀ ଲକ୍ଷ୍ମୀବାଇ ଏବଂ ରଜିଆ ସୁଲତାନ ହେବାକୁ ପଛାଇବୁ ନାହିଁ। ହିଜାବରେ ହାତ ଲଗାଇଲେ ହାତ କାଟିଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe