ଜୟା କିଶୋରୀଙ୍କୁ ନୁହେଁ ଡାକ୍ତରୀ ଛାତ୍ରୀଙ୍କୁ ବିବାହ କରିବେ ବାବା ବାଗେଶ୍ବର !

Advertisment
ଜୟା କିଶୋରୀଙ୍କୁ ନୁହେଁ ଡାକ୍ତରୀ ଛାତ୍ରୀଙ୍କୁ ବିବାହ କରିବେ ବାବା ବାଗେଶ୍ବର !

ନୂଆଦିଲ୍ଲୀ: ଜୟା କିଶୋରୀଙ୍କୁ ନୁହେଁ ଡାକ୍ତରୀ ଛାତ୍ରୀଙ୍କୁ ବିବାହ କରିବେ ବାବା ବାଗେଶ୍ବର। ଶିବରଞ୍ଜନୀ ତିୱାରୀ ନାମକ ଜଣେ ଛାତ୍ରୀ ଧାର୍ମିକ ପ୍ରବଚକ ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ପ୍ରାଣନାଥ କହିବା ପରେ ଆରମ୍ଭ ହେଲା ଏଭଳି ଚର୍ଚ୍ଚା। କିଛି ଦିନ ତଳେ ଦୁଇ ଲୋକପ୍ରିୟ ପ୍ରବଚକଙ୍କ ସର୍ମ୍ପକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବାଗେଶ୍ବର ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହ ଯୋଡ଼ି ହୋଇଥିଲା ଜଣାଶୁଣା ପ୍ରବଚକ ଜୟା କି‌ଶୋରୀଙ୍କ ନାଁ। ହେଲେ ଏବେ ଶିବରଞ୍ଜନୀଙ୍କ ସହ ନାଁ ଯୋଡି ହେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଧୀରେନ୍ଦ୍ର ଶାସ୍ତ୍ରୀ।

ଏକ କାର୍ଯ୍ୟକ୍ରମରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ବିବାହ କରିବା ନେଇ ପ୍ରଶ୍ନ କରାଯିବା ପରେ ସେ ହାତଯୋଡି କହିଥିଲେ, ମୋ ଖୁସି କ’ଣ ଆପଣ ଦେଖିପାରୁନାହାନ୍ତି। ମୁଁ କ’ଣ ଆପଣଙ୍କୁ ଏକାକୀ ଖୁସି ଥିବା ଭଳି ଲାଗୁନାହିଁ। ବିବାହ ନକରି ମୁଁ ଖୁସି। ଆପଣ ମୋ ଚେହେରାରୁ ଚମକ ହଜିଯାଉ ବୋଲି ଚାହୁଛନ୍ତି କି?

ତେବେ ଶିବରଞ୍ଜନୀ ଗଙ୍ଗୋତ୍ରୀ ଧାମରୁ ବାବା ବାଗେଶ୍ବର ଧାମ ପର୍ଯ୍ୟନ୍ତ କଳସ ଯାତ୍ରା ଆରମ୍ଭ କରିଛନ୍ତି। ବାବା ବାଗେଶ୍ବର ଧାମ ପହଞ୍ଚିବା ପରେ ଜୁନ ୧୬ରେ ବଡ଼ ଘୋଷଣା କରିବି ବୋଲି କହିଛନ୍ତି। ସାକ୍ଷାତକାର ସମୟରେ ଏ ସୂଚନା ଦେବା ସହ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ପ୍ରାଣନାଥ କହି ସମ୍ବୋଧିତ କରିଥିଲେ ଶିବରଞ୍ଜନୀ। ତାଙ୍କର ଏହି ସାକ୍ଷାତକାର ଭାଇରାଲ ହେବା ଜୁନ ୧୬ରେ ‌ସେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ବିବାହ କରିବା ନେଇ ଘୋଷଣା କରିପାରନ୍ତି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe