ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ସମୟରେ ଯଦି ଜହ୍ଲାଦ ଅଚେତ ହୋଇ ପଡ଼ନ୍ତି ତେବେ କ’ଣ ହେବ ?

Advertisment
ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ସମୟରେ ଯଦି ଜହ୍ଲାଦ ଅଚେତ ହୋଇ ପଡ଼ନ୍ତି ତେବେ କ’ଣ ହେବ ?

Lokmat.com

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀରେ ଝୁଲାଇବା ସମୟରେ ଯଦି ଜହ୍ଲାଦ ଅଚେତ ହୋଇପଡ଼ିବେ ତେବେ କ’ଣ ହେବ? ଏଭଳି ପ୍ରଶ୍ନ ଏବେ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ମନରେ ଉଙ୍କି ମାରୁଛି। ଯଦିଓ ୪ ଦୋଷୀଙ୍କୁ ଜାନୁଆାରି ୨୨ରେ ଫାଶୀ ଦିଆଯାଉନାହିଁ ତଥାପି ପ୍ରସ୍ତୁତି ଜାରି ରହିଛି।  କାଳେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦେଉଥିବା ସମୟରେ ଜହ୍ଲାଦ ଅଚେତ ହୋଇଯିବେ ସେ ନେଇ ତିହାର ଜେଲ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଛି। କିନ୍ତୁ ଏଭଳି ପରିସ୍ଥିତିରେ ଜହ୍ଲାଦ ଅଚେତ ହୋଇପଡ଼ିଯିବାର ଆଶଙ୍କା କମ୍‌ ରହିଛି।

Image result for nirbhya-hanging-what-will-happen-if-executioner-was-unconscious Navbharat Times

ଜେଲ ସୂତ୍ରରୁ ପ୍ରକାଶ, ନିର୍ଭୟା ମାମଲାର ୪ଜଣ ଦୋଷୀଙ୍କୁ  ଫାଶୀରେ ଝୁଲାଇବା ପୂର୍ବରୁ ଯେଉଁ ସବୁ କଥାକୁ ନେଇ ଆଶଙ୍କା ଉପୁଜୁଛି ସେ ସବୁ ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି। ଏହି କାରଣରୁ ବାରମ୍ବାର ପରୀକ୍ଷଣ ବି କରାଯାଉଛି। ସେଥିପାଇଁ ଜହ୍ଲାଦଙ୍କୁ ଫାଶୀର ଦୁଇଦିନ ପୂର୍ବରୁ ଜେଳକୁ ଡକାଯିବ । କାରଣ ଫାଶୀ ପାଇଁ ହୋଇଥିବା ପ୍ରସ୍ତୁତିରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ ତାହାକୁ ତୁରନ୍ତ ସୁଧାରି ହେବ । ଏହି କ୍ରମରେ ପ୍ରଶ୍ନ ଉଠୁଛି ଯଦି ଶେଷ ମୁହୂର୍ତ୍ତରେ ଜହ୍ଲାଦ ଅଚେତ ହୋଇ ଯାଆନ୍ତି ତେବେ କ’ଣ କରାଯିବ? ଏଭଳି ପରିସ୍ଥିତିରେ ଜେଲ କର୍ମଚାରୀ ତାଙ୍କୁ ଫାଶୀ ଦେବେ ବୋଲି କୁହାଯାଉଛି।

Image result for nirbhya-hanging-what-will-happen-if-executioner-was-unconscious Lokmat.com

ଉଲ୍ଲେଖଯୋଗ୍ୟ କି, ସଂସଦ ଆକ୍ରମଣ ଘଟଣାରେ ଫାଶୀ ପାଇଥିବା  ଆତଙ୍କବାଦୀ ଅଫଜଲ ଗୁରୁକୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ କୌଣସି ଜହ୍ଲାଦଙ୍କୁ ଡକା ଯାଇ ନ ଥିଲା। ଜେଲ କର୍ମଚାରୀ ହିଁ ତାକୁ ଫାଶୀ ଦେଇଥିଲେ। ଜେଲ୍ ମାନୁଆଲରେ ଏମିତି କିଛି ନିୟମ ନାହିଁ କି କଏଦୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ କେବଳ ଜହ୍ଲାଦଙ୍କ ଆବଶ୍ୟକ ପଡ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe