ସଚିନ୍‌ଙ୍କୁ ଆଲ୍‌ଭାଙ୍କ କଟାକ୍ଷ: ବିଜେପିରେ ମିଶି କ’ଣ ୪୫ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହେବ

Advertisment
ବାଚସ୍ପତିଙ୍କ ଅଯୋଗ୍ୟତା ନୋଟିସ୍‌ ବିରୋଧରେ ହାଇକୋର୍ଟ ଗଲେ ପାଇଲଟ୍ ଓ ଅନ୍ୟ ବିଦ୍ରୋହୀ ବିଧାୟକ

Image Courtesy of Zee News

ନୂଆଦିଲ୍ଲୀ: ରାଜସ୍ଥାନର କଂଗ୍ରେସ ରାଜନୀତିରେ ସମ୍ପ୍ରତି ଅପ୍ରତ୍ୟାଶିତ ବିଦ୍ରୋହର ନିଆଁ ଲଗାଇଥିବା ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ଙ୍କୁ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ମାର୍ଗାରେଟ୍‌ ଆଲ୍‌ଭା କଟୁ ସମାଲୋଚନା କରିଛନ୍ତି। ଦଳ ଛାଡ଼ିବା ପାଇଁ ତୁମେ ଏପରି କାହିଁକି ବ୍ୟସ୍ତବିବ୍ରତ ହୋଇପଡ଼ିଲ ବୋଲି ଆଲ୍‌ଭା ପ୍ରଶ୍ନ କରିବା ସହ ଏପରି ବିଜେପିରେ ମିଶି କ'ଣ ୪୫ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହେଇଯିବ କି ବୋଲି ସେ ସଚିନ୍‌ଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି। ସେହିପରି ସଚିନ୍‌ଙ୍କ ବିଦ୍ରୋହକାଳକୁ ନେଇ ମଧ୍ୟ ସେ ତୀବ୍ର ସମାଲୋଚନା କରିଛନ୍ତି।

ସୀମାରେ ଚୀନୀ ସେନା ସହ ରକ୍ତାକ୍ତ ସଂଘର୍ଷ ଏବଂ ଦେଶ ଭିତରେ ମହାମାରୀ କୋଭିଡ୍‌ ସହ ସଂଘର୍ଷ ପାଇଁ ଦେଶବାସୀଙ୍କୁ ଫୁରୁସତ ମିଳୁନଥିବା ବେଳେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀ ପାଇଲଟ୍‌ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଆସନ ପାଇଁ ଅଡ଼ିବସିବା ପରିତାପର ବିଷୟ ବୋଲି ସେ ଟିପ୍ପଣୀ କରିଛନ୍ତି। ସଚିନ୍‌ ମାତ୍ର ୨୬ ବର୍ଷ ବୟସରେ କଂଗ୍ରେସ ଟିକେଟ୍‌ରେ ଲୋକସଭା ସାଂସଦ ଓ ପରେ କେନ୍ଦ୍ର ମନ୍ତ୍ରୀ ହେବା ସହ ଏବେ ରାଜସ୍ଥାନ ପ୍ରଦେଶ କମିଟି ମୁଖ୍ୟ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରିଛନ୍ତି। ତେଣୁ ବୟସକୁ ଦେଖିଲେ ଆଉ କେତେ ଶୀର୍ଷରେ ପହଞ୍ଚିବା ଲାଗି ସେ ଏତେ ତରବର ହୋଇପଡ଼ିଛନ୍ତି ବୋଲି ରାଜସ୍ଥାନର ପ୍ରାକ୍ତନ ରାଜ୍ୟପାଳ ଆଲ୍‌ଭା ପ୍ରଶ୍ନ କରିଛନ୍ତି। ବିଜେପିରେ ମିଶିଗଲେ କ'ଣ ୪୩ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ଆଉ ୪୫ ବର୍ଷରେ ପ୍ରଧାନମନ୍ତ୍ରୀ ହୋଇଯିବ ବୋଲି ୪୨ ବର୍ଷୀୟ ସଚିନ୍‌ଙ୍କୁ ସେ କଟାକ୍ଷ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe