ସର୍ତ୍ତ ନ ରଖିଲେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବୁ: ରାକେଶ ଟିକାୟତ

Advertisment
ସର୍ତ୍ତ ନ ରଖିଲେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବୁ: ରାକେଶ ଟିକାୟତ

Image Courtesy of India Today

ନୂଆଦିଲ୍ଲୀ: ପ୍ରତିବାଦକାରୀ କୃଷକମାନଙ୍କ ସହ ଆଲୋଚନା କରିବାକୁ ସରକାର ରାଜି ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତବ ଦେବା ପରେ ଆଜି ‘ବିକେୟୁ’ ମୁଖ୍ୟ ରାକେଶ ଟିକାୟତ କହିଛନ୍ତି ଯେ, ଯଦି କେନ୍ଦ୍ର ସରକାର କୌଣସି ପ୍ରାକ୍‌-ସର୍ତ୍ତ ନ ରଖନ୍ତି, ତେବେ ଆମେ ଆଲୋଚନା ନିମନ୍ତେ ରାଜି ଅଛୁ।

ସେ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେଉ। ଆମେ କୃଷକମାନଙ୍କର ସମସ୍ୟାର ସମାଧାନ ଚାହୁଁ। କିନ୍ତୁ, ସରକାର ବନ୍ଧୁକ ଦେଖାଇ ଧମକ ଦେଲେ ଆମେ ଆଲୋଚନା କରିବୁ ନାହିଁ। ଆଲୋଚନା ପୂର୍ବରୁ ଯଦି ସରକାର କୌଣସି ସର୍ତ୍ତ ନ ରଖନ୍ତି ତେବେ ଆମେ ଆଲୋଚନା କରିବୁ।

ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗ ପତାକାକୁ ଅସମ୍ମାନ ପ୍ରଦର୍ଶନ ହୋଇଥିବା ଯୋଗୁଁ ଦେଶ ଦୁଃଖିତ ବୋଲି ପ୍ରଧାନମନ୍ତ୍ରୀ ଆଜି କହିବା ପରେ ‘ଭାରତ କିଷାନ୍‌ ୟୁନିୟନ୍‌’ର ମୁଖ୍ୟ ରାକେଶ ଟିକାୟତ କହିଲେ ଯେ, ସମଗ୍ର ଦେଶ ଜାତୀୟ ପତାକାକୁ ଆଦର କରନ୍ତି। ଏହାକୁ ଯେଉଁମାନେ ଅସମ୍ମାନ କରିଛନ୍ତି ସରକାର ସେମାନଙ୍କୁ ଧରିବା ଉଚିତ।

publive-image Image Courtesy of Hindustan Times

ସେ କହିଛନ୍ତି, ଜାତୀୟ ପତାକା ସମସ୍ତଙ୍କର। ଏହାକୁ ଅପମାନିତ କରିଥିବା ବ୍ୟକ୍ତିଙ୍କୁ ସରକାର ଧରିବା ଉଚିତ।

ତେଣେ, କୃଷକମାନଙ୍କ ଆନ୍ଦୋଳନରେ ସମନ୍ଵୟତା ରକ୍ଷା କରିବାକୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ମଙ୍ଗଳବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ନିକଟରେ ଦିଲ୍ଲୀରେ ଘଟିଯାଇଥିବା ଘଟଣାକୁ ଆଧାର କରି କୃଷି ଆଇନ ଏବଂ କୃଷକମାନଙ୍କ ଆନ୍ଦୋଳନ ସଂକ୍ରାନ୍ତରେ ଆଗାମୀ ଦିନ ପାଇଁ ସମନ୍ଵୟର ଉପାୟ କରାଯିବ।

ପୂର୍ବାହ୍ନ ୧୧ଟା ବେଳେ ପଞ୍ଜାବ ଭବନରେ ଏହି ବୈଠକ ଆୟୋଜନ କରାଯିବ ବୋଲି ଜଣେ ସରକାରୀ ମୁଖପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe