ଇନଷ୍ଟାଗ୍ରାମ ପରେ ବନ୍ଦ ହେବ କି ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ୟୁଟ୍ୟୁବ୍ ? କଟାଯିବ କି ସୋସିଆଲ ମିଡିଆର ଆଉ ଏକ ଡେଣା... ?

Advertisment
yt

Photograph: (sambad.in)

ନୂଆଦିଲ୍ଲୀ: ବନ୍ଦ ହେବ କି ଜ୍ୟୋତି ମଲହୋତ୍ରାଙ୍କ ୟୁଟ୍ୟୁବ୍ ଚେନାଲ ? ଇନଷ୍ଟାଗ୍ରାମ୍ ପରେ ଜ୍ୟୋତିଙ୍କ ୟୁଟ୍ୟୁବ୍ ଉପରେ ନିଆଯିବ କି ଆକ୍ସନ ? କାରଣ ଯେଉଁ ଡେଣା ମାଧ୍ୟମରେ ଏ ଦେଶରୁ ସେ ଦେଶ... ନିଜ ଦେଶରୁ ଶତ୍ରୁ ଦେଶ ଉଡୁଥିଲେ ସେହି ଡେଣାକୁ ଆସି ସକାଳେ କାଟି ଦିଆଯାଇଛି । ମାନେ ଜ୍ୟୋତିଙ୍କ ଗୋଟିଏ ସୋସିଆଲ ମିଡିଆ ଡେଣାକୁ କଟା ଯାଇଛି । ଇନଷ୍ଟାଗ୍ରାମକୁ ଆସି ସକାଳେ ମେଟା ସସପେଣ୍ଡ କରିଛି । 

ପାକିସ୍ତାନୀ ଗୁପ୍ତଚର ଲିଙ୍କରେ ଜ୍ୟୋତିଙ୍କୁ ୧୭ ତାରିଖରେ ବନ୍ଧା ଯାଇଥିବା ବେଳେ ତାଙ୍କ ଗିରଫଦାରୀ ପରେ, ଇନଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୭,୦୦୦ ରୁ ଅଧିକ ବୃଦ୍ଧି ପାଇଛି ଏବଂ ଗିରଫ ହେବାର ୨୪ ଘଣ୍ଟା ମଧ୍ୟରେ ଗୁଗୁଲରେ ଏକ ଲକ୍ଷରୁ ଅଧିକ ଲୋକ ତାଙ୍କୁ ଖୋଜିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ତାଙ୍କ ଇନଷ୍ଟାଗ୍ରାମକୁ ବନ୍ଦ କରିଦିଆଯାଇଛି । ଇନଷ୍ଟାରେ ତାଙ୍କ ନାଁ ସର୍ଚ୍ଚ କଲେ ଆଉ ତାଙ୍କ ଆକାଉଣ୍ଟ ଦେଖାଉନି ।

ସେପଟେ ଅଭିଯୋଗ ହେଉଛି କି ଜ୍ୟୋତି ଇନଷ୍ଟାଗ୍ରାମ, ଫେସବୁକ ଏବଂ ହ୍ବାଟ୍ସଆପ୍ ମାଧ୍ୟମରେ ପାକିସ୍ତାନ ସହ ଲିଙ୍କରେ ରହୁଥିଲେ । ନିଜ ସୁନ୍ଦର ଚେହେରାର ଫଟୋ ଛାଡି ନିଜ ଗ୍ଲାମର ଦେଖାଉଥିଲେ । ରିଲ୍ସ ସହ ଲମ୍ବା ଭିଡିଓ କରି ୟୁଟ୍ୟୁବରେ ଅପଲୋଡ କରୁଥିଲେ । ଆଉ ତାଙ୍କ ଭିଡିଓ ମାଧ୍ୟମରେ ପାକିସ୍ତାନ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରୁଥିଲେ ଜ୍ୟୋତି । 

ଜ୍ୟୋତିଙ୍କ ଇନଷ୍ଟା ବ୍ୟାନ୍ ହୋଇଥିବା ବେଳେ ଏଯାଏଣ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ପୂର୍ବ ପରି ବଳବତ୍ତର ରହିଛି । ତାଙ୍କ ୟୁଟ୍ୟୁବ ଆକାଉଣ୍ଟରେ  ୩ ଲକ୍ଷ ୮୬ ହଜାର ସବସ୍କ୍ରାଇବର ଥିବା ବେଳେ ସେ ମୋଟ ୪୮୭ଟି ଭିଡିଓ ଅପଲୋଡ କରିଛନ୍ତି । ଆଉ ସେଥିରୁ ଅନେକ ଭିଡିଓ ପାକିସ୍ତାନ ଗସ୍ତର ଥିବା ଦେଖିବାକୁ ମିଳିଛି । ତେଣୁ ଇନଷ୍ଟା ବନ୍ଦ ପରେ ଲୋକେ ଜ୍ୟୋତିଙ୍କୁ ଖୋଜିବାକୁ ତାଙ୍କ ୟୁଟ୍ୟୁବକୁ ସର୍ଚ୍ଚ କରୁଥିବାରୁ ଆଗାମୀ ଦିନରେ ତାଙ୍କ ୟୁଟ୍ୟୁବ ଆକାଉଣ୍ଟ ମଧ୍ୟ ବ୍ୟାନ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ସେଥିରେ କାଳେ ଭାରତର ଗୁପ୍ତ ତଥ୍ୟ ପାକିସ୍ତାନ ଉଦ୍ଦେଶ୍ୟରେ ସଙ୍କେତରେ ଜ୍ୟୋତି ଦେଇଥାଇପାରନ୍ତି ବୋଲି ସନ୍ଦେହ ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe