୨୦୨୪ରେ ମୋଦୀ ତାମିଲନାଡ଼ୁରୁ ଲଢ଼ିବେ କି?

Advertisment
୨୦୨୪ରେ ମୋଦୀ ତାମିଲନାଡ଼ୁରୁ ଲଢ଼ିବେ କି?

ABP News

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୦୨୪ ନିର୍ବାଚନରେ ତାମିଲନାଡ଼ୁରୁ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ସୃଷ୍ଟି ହେବାରେ ଲାଗିଛି। ରାଜ୍ୟ ବିଜେପି ମୁଖ୍ୟ କେ ଆନ୍ନାମଲାଇ କହିଛନ୍ତି ଯେ ମୋଦୀ ଏବେ ଆଞ୍ଚଳିକ ସୀମାରେଖାରୁ ଊର୍ଦ୍ଧ୍ବକୁ ଉଠିପାରିଛନ୍ତି। ଅର୍ଥାତ୍ ଏବେ ସେ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟର ନୁହନ୍ତି, ସମଗ୍ର ଭାରତର ନେତା। ତାଙ୍କୁ ଏବେ ‘ଆଉଟ୍‌ସାଇଡର୍‌’ (ରାଜ୍ୟ ବାହାରର) ନୁହେଁ, ବରଂ ‘ଇନ୍‌ସାଇଡର୍‌’ (ତାମିଲନାଡ଼ୁ ଭିତରର) ଭାବେ ବିବେଚନା କରାଯାଉଛି।

୨୦୨୪ରେ ମୋଦୀ ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ- ଉତ୍ତରପ୍ରଦେଶର ବାରାଣସୀ ଓ ଗୁଜରାଟର ‌ବଡ଼ୋଦରା। ସେ ଉଭୟ ଆସନରୁ ଜିତିଥିଲେ ଏବଂ ବଡ଼ୋଦରାକୁ ଛାଡ଼ି ବାରାଣସୀର ପ୍ରତିନିଧିତ୍ବ କରିଥିଲେ।
ଆନ୍ନାମଲାଇ କହିଛନ୍ତି- ମୋଦୀଙ୍କୁ ଜଣେ ‘ଇନ୍‌ସାଇଡର୍‌’ ଭାବେ ରାଜ୍ୟବାସୀ ଦେଖୁଛନ୍ତି। ବାସ୍ତବରେ ଗତ ମାସକର ତାମିଲ ନ୍ୟୁଜ୍ ଦେଖିଲେ ଏହି ସତ୍ୟ ଆପଣ ଜାଣିପାରିବେ। ମୋଦୀ ତାମିଲନାଡ଼ୁର ଯେ କୌଣସି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି। ଯୁଆଡ଼େ ଗଲେ ଲୋକେ ପଚାରୁଛନ୍ତି, ମୋଦୀ କ’ଣ ତାମିଲନାଡ଼ୁରୁ ଠିଆ ହେଉଛନ୍ତି? ଲୋକମାନେ ଏପରି କୁହାକୁହି ହେବାର କାରଣ ସେମାନେ ମୋଦୀଙ୍କୁ ବାହାର ଲୋକ ବୋଲି ଭାବୁନାହାନ୍ତି। ସେ କହିଛନ୍ତି ଯେ ଦୁଇଦିନ ତଳେ ତାଙ୍କୁ ଜଣେ ଚା ଦୋକାନୀ ପଚାରିଲେ- ଆନ୍ନା, ଆପଣ କ’ଣ ନିଶ୍ଚିତ ଯେ ମୋଦୀ ଲଢ଼ିବେ? ଏହା ଏବେ ଲୋକଙ୍କ ମଧ୍ୟରେ ଆଲୋଚନାର ଖୋରାକ ପାଲଟିଛି ବୋଲି ସେ କହିଛନ୍ତି।
ଆନ୍ନାମଲାଇଙ୍କୁ ପଚରାଗଲା, ମୋଦୀ କେଉଁଠୁ ଲଢ଼ିବେ ବୋଲି ଚର୍ଚ୍ଚା ଉଠୁଛି? ଆନ୍ନା କହିଲେ, ସେ ରାମନାଥପୁରମ୍‌ରୁ ଲ‌ଢ଼ିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ରାଜ୍ୟବାସୀ ଚାହାନ୍ତି, ମୋଦୀ ତାମିଲନାଡ଼ୁରୁ ଲଢ଼ନ୍ତୁ। ଏଥିରୁ ସୂଚିତ ହେଉଛି ଯେ ମୋଦୀଙ୍କୁ ସେମାନେ ନିଜର ବୋଲି ଭାବୁଛନ୍ତି, ବାହାରର ନୁହେଁ ବୋଲି ଆନ୍ନାମଲାଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe