ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌ ପରିଦର୍ଶନ ଲାଗି ଅନୁମତି ଦେବୁନି: ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦେଶକ

Advertisment
ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌ ପରିଦର୍ଶନ ଲାଗି ଅନୁମତି ଦେବୁନି: ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦେଶକ

Image Courtesy of Zee News

ଲକ୍ଷ୍ନୌ: ପରିସ୍ଥିତିକୁ ଆହୁରି ବିଗାଡ଼ି ଦେବାର ଆଶଙ୍କା ଥିବାରୁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ପରିଦର୍ଶନରେ ଆସୁଥିବା ତୃଣମୂଳ କଂଗ୍ରେସର ନେତାଙ୍କୁ ଛଡ଼ାଯିବ ନାହିଁ ବୋଲି ଉତ୍ତର ପ୍ରଦେଶର ପୁଲିସ ମହାନିର୍ଦେଶକ ଓ. ପି. ସିଂହ କହିଛନ୍ତି।

ଓ. ପି. ସିଂହ କହିଛନ୍ତି: ଆମେ ଜାଣିବାକୁ ପାଇଲୁ ଯେ ତୃଣମୂଳ କଂଗ୍ରେସର କେତେକ ରାଜନେତା ଲକ୍ଷ୍ନୌ ଗସ୍ତରେ ଆସୁଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବାରୁ ଆମେ ସେମାନଙ୍କୁ ଆସିବାକୁ ଅନୁମତି ଦେବୁନାହିଁ। କାରଣ ସେମାନଙ୍କ ଗସ୍ତ ପରିସ୍ଥିତିକୁ ଆହୁରି ଉତ୍ତେଜକ କରିପାରେ।

publive-image Image Courtesy of The Times of India

ସେ ଆହୁରି କହିଛନ୍ତି କି, ସେମାନେ ବିମାନ ବନ୍ଦରକୁ ଆସିଲେ ମଧ୍ୟ ଆମେ ସେମାନଙ୍କୁ ଲକ୍ଷ୍ନୌ ସହରକୁ ଛାଡ଼ିବୁ ନାହିଁ।

ସେ କହିଲେ ଯେ ପୁଲିସ ଅଧିକାରୀ ଏବଂ ସାଧାରଣ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସମ୍ପ୍ରଦାୟର ସଦସ୍ୟ ଏବଂ ସେମାନଙ୍କ ନେତାମାନଙ୍କ ପାଖରେ ପହଞ୍ଚି ଆଇନ ଶୃଙ୍ଖଳା ବଜାୟ ରଖିବାରେ ସହଯୋଗ କରିବାକୁ ଅନୁରୋଧ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe