ସର୍ବସାଧାରଣଙ୍କ ଅର୍ଥ ଲୁଟ୍‌ ବରଦାସ୍ତ କରାଯିବ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ସର୍ବସାଧାରଣଙ୍କ ଅର୍ଥ ଲୁଟ୍‌ ବରଦାସ୍ତ କରାଯିବ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

Image Courtesy of News. 18

ନୂଆଦିଲ୍ଲୀ: ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ରୁ ୧୧, ୪୦୦ କୋଟି ଟଙ୍କାର ଠକେଇ ବିଷୟରେ ପ୍ରକାରାନ୍ତରେ ନିରବତା ଭଙ୍ଗ କରି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଅର୍ଥନୈତିକ ଅନିୟମିତତା ବିରୋଧରେ ତାଙ୍କ ସରକାର କଠୋରତମ ପଦକ୍ଷେପ ଗ୍ରହଣ କରାଯିବ ଏବଂ ତାଙ୍କ ସରାକର ସର୍ବସାଧାଣଙ୍କ ଅର୍ଥ ଲୁଟ୍‌ ବରଦାସ୍ତ କରିବ ନାହିଁ। ‘ଇକୋନମିକ୍‌ ଟାଇମସ୍‌’ ଆୟୋଜନ କରିଥିବା ‘ଗ୍ଲୋବାଲ୍‌ ବିଜ୍‌ନେସ୍‌ ସମ୍ମିଟ୍‌’ରେ ପ୍ରଧାନମନ୍ତ୍ରୀ ମୋଦି ଏ କଥା କହିଛନ୍ତି।

ଅରବପତି ଅଳଙ୍କାର ବ୍ୟବସାୟୀ ନିରବ ମୋଦି କିଂବା ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ ନାଁ ନ ଧରି ପ୍ରଧାନମନ୍ତ୍ରୀ କହିଲେ ଅର୍ଥନୈତିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ମଣ୍ଡଳୀ, ଅଡିଟର୍‌ ଏବଂ ରେଗୁଲେଟର୍‌ମାନେ ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବ ନେଇ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବେ।

ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସରକାର ୪ ବର୍ଷ ମଧ୍ୟରେ ଆଣିଥିବା ଅର୍ଥନୈତିକ ସଂସ୍କାର ସମ୍ବନ୍ଧରେ କହିଥିଲେ। ସେ କହିଥିଲେ: ଏକ ନୂତନ ଭାରତ, ନୂତ ଅର୍ଥନୀତି ଏବଂ ନୂତନ ନିୟମ ଆସିଛି। ଚାରି ବର୍ଷ ତଳେ ଲୋକେ ଭାରତ କଥା କହିଲେ ‘ଫ୍ରେଜିଲ୍‌ ୫’ର ଉଦାହରଣ ଦେଉଥିଲେ। ଲୋକେ ଆମକୁ ହସରେ ଉଡ଼େଇ ଦେଉଥିଲେ। ପରିହାସରେ କହୁଥିଲେ କେବଳ ଭାରତର ଅର୍ଥନୀତି ବୁଡୁ ନାହିଁ, ବିଶ୍ୱ ଅର୍ଥନୀତିକୁ ମଧ୍ୟ ରସାତଳକୁ ଟାଣି ନେଉଛି। ଏବେ ଲୋକେ ଭାରତ ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ଦେଶ ହେବା କଥା କହୁଛନ୍ତି। ଲୋକେ ଭାରତ ସହ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe